କୁକୁଡା ଗୋଟାକୁ ୨୦ ଟଙ୍କା

ନୂଆପଡ଼ା(ଓଡ଼ିଶା ରିପୋର୍ଟର): କରୋନା ଭୟରେ ଭୟଭୀତ ସାରା ବିଶ୍ୱ । କରୋନା ଡର ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଦିନକୁ ଦିନ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ଭୟରେ ଅନେକ ଦିନ ହେଲା କୁକୁଡା ବ୍ୟବସାୟ ସଂପୂର୍ଣ୍ଣ ଭାବେ ଠପ ହୋଇ ଯାଇଛି । କୁକୁଡା ମାଂସରେ କରୋନା ଭାଇରସ୍ ଥିବାର ପ୍ରଚାର ହେବା ପରେ ଲୋକେ କୁକୁଡା ଖାଇବା ଛାଡ଼ିଦେଲେଣି। ଆଜି ନୂଆପଡା ଜିଲ୍ଲା କୋମନା ଥାନା କାଣ୍ତେତରା ଗାଁରେ ଥିବା […]

t678

t678

Tapas Behera
  • Published: Tuesday, 10 March 2020
  • Updated: 10 March 2020, 04:24 PM IST

Sports

Latest News

ନୂଆପଡ଼ା(ଓଡ଼ିଶା ରିପୋର୍ଟର): କରୋନା ଭୟରେ ଭୟଭୀତ ସାରା ବିଶ୍ୱ । କରୋନା ଡର ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଦିନକୁ ଦିନ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ଭୟରେ ଅନେକ ଦିନ ହେଲା କୁକୁଡା ବ୍ୟବସାୟ ସଂପୂର୍ଣ୍ଣ ଭାବେ ଠପ ହୋଇ ଯାଇଛି । କୁକୁଡା ମାଂସରେ କରୋନା ଭାଇରସ୍ ଥିବାର ପ୍ରଚାର ହେବା ପରେ ଲୋକେ କୁକୁଡା ଖାଇବା ଛାଡ଼ିଦେଲେଣି। ଆଜି ନୂଆପଡା ଜିଲ୍ଲା କୋମନା ଥାନା କାଣ୍ତେତରା ଗାଁରେ ଥିବା ହରିକେଶ ଜାଲ ନାମକ ବ୍ୟକ୍ତି ନିଜ କୁକୁଡା ଫାର୍ମରେ ଅଭିନବ ଉପାୟ କରି କୁକୁଡା ବିକ୍ରୀ କରିଛନ୍ତି ।

ସେ ଗତକାଲି ସନ୍ଧ୍ୟାରେ ଘୋଷଣା କଲେ ଯେ, କୁକୁଡା ଗୋଟିକୁ ମାତ୍ର ୨୦ ଟଙ୍କା । ଏକଥା ପ୍ରଚାରିତ ହେଲା ପରେ ଶହ ଶହ ଲୋକ କୁକୁଡା ଫାର୍ମ ପାଖରେ ରୁଣ୍ତ ହୋଇ ଗଲେ । ଫାର୍ମ ମାଲିକ କଥା ରକ୍ଷା କରି କୁକୁଡା ଗୋଟାକୁ ୨୦ ଟଙ୍କାରେ ଦେଇ ଥିଲେ। ବହୁ ସଂଖ୍ୟାରେ କୁକୁଡା ବିକ୍ରି ହୋଇ ଗଲା । ଏବେ ବି ଲୋକ ଧାଡିରେ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos