୧୪ ବର୍ଷରେ କିଛି କରିନି ବିଜେଡି ସରକାର, ୩ ବର୍ଷକୁ ଗୁରୁତ୍ୱ ଦେଉଛି: ପ୍ରସାଦ

ଭୁବନେଶ୍ୱର: ଆଜି ଚତୁର୍ଥ ଇନିଂସ ତୃତୀୟ ବର୍ଷ ପୂରଣ କରିଛି ନବୀନ ସରକାର। ଏହି ୩ ବର୍ଷକୁ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି। ଆସନ୍ତାକାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ସରକାରଙ୍କ ସଫଳତା ଲୋକଙ୍କ ପାଖରେ ପହଞ୍ଚାଇବେ। ତେବେ ସରକାରଙ୍କ ଏପରି ପଦକ୍ଷେପକୁ କଂଗ୍ରେସ ସମାଲୋଚନା କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, “ଏ ସରକାର ୧୪ ବର୍ଷର ଶାସନରେ କିଛି କରି ନାହାନ୍ତି। ଏଥିପାଇଁ […]

congress

congress

Rakesh Mallick
  • Published: Sunday, 21 May 2017
  • Updated: 21 May 2017, 08:16 PM IST

Sports

Latest News

ଭୁବନେଶ୍ୱର: ଆଜି ଚତୁର୍ଥ ଇନିଂସ ତୃତୀୟ ବର୍ଷ ପୂରଣ କରିଛି ନବୀନ ସରକାର। ଏହି ୩ ବର୍ଷକୁ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି। ଆସନ୍ତାକାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ସରକାରଙ୍କ ସଫଳତା ଲୋକଙ୍କ ପାଖରେ ପହଞ୍ଚାଇବେ। ତେବେ ସରକାରଙ୍କ ଏପରି ପଦକ୍ଷେପକୁ କଂଗ୍ରେସ ସମାଲୋଚନା କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, “ଏ ସରକାର ୧୪ ବର୍ଷର ଶାସନରେ କିଛି କରି ନାହାନ୍ତି। ଏଥିପାଇଁ ୩ ବର୍ଷକୁ ଗୁରୁତ୍ୱ ଦେଉଛନ୍ତି। ୧୭ ବର୍ଷ ଶାସନରେ ଓଡ଼ିଶା ଏବେ ବି ପଛୁଆ ରହିଛି। ରାଜ୍ୟରେ ବେକାରୀ ଓ ବେରୋଜଗାରୀ ବଢିଛି। ଶିଳ୍ପ ଓ କୃଷି କ୍ଷେତ୍ରରେ ଆଜି ବି ଓଡ଼ିଶା ବହୁ ପଛରେ ରହିଛି।”

ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରି ସଲାସୁତରା ରାଜନୀତି କରୁଥିବା ଅଭିଯୋଗ ଆଣିଛନ୍ତି ପ୍ରସାଦ। ସେ କହିଛନ୍ତି,“ବିଜେଡି ଓ ବିଜେପି ବାହାରେ ଛଡ଼ାଛଡି, ହେଲେ ଭିତରେ ଯୋଡ଼ାଯୋଡ଼ି। ଉଭୟ ୯ ବର୍ଷ ମିଶି କି ଲୁଟିଲେ, ଏବେ ଏକାକୀ ଲୁଟୁଛନ୍ତି।”

ଚ୍ୟାଲେଞ୍ଜ ଭରା ଚତୁର୍ଥ ଇଂନିସ୍‌

ପ୍ରଥମ ୩ ପାଳି ପରି ଚତୁର୍ଥ ପାଳିର ୩ ବର୍ଷ ନବୀନ ସରକାରଙ୍କ ପାଇଁ ସହଜ ନ ଥିଲା। ଏହି ୩ ବର୍ଷ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ସରକାର ଅଡୁଆରେ ପଡିଛନ୍ତି। ଚିଟଫଣ୍ଡ କେଳେଙ୍କାରୀରେ ବିଜେଡି ନେତାଙ୍କ ଲିଙ୍କ୍ ଅଭିଯୋଗ, ନଗଡାର ନଗ୍ନ ଚିତ୍ର, ମାଲାକାନଗିରିରେ ଶିଶୁ ମଡ଼କ, ଗୁମଡୁମହା ଗୁଳିକାଣ୍ଡର ସତ ଓ ଦାନ ମାଝିର ଦୁଃଖ। ଏସବୁ ହେଉଛି ଗଲା ବର୍ଷକ ମଧ୍ୟରେ ରାଜ୍ୟରେ ଘଟିଯାଇଥିବା ବହୁ ଚର୍ଚ୍ଚିତ ଘଟଣା। ‘୧୭ ବର୍ଷର ତପସ୍ୟା ଶୁଖୁଆ ଝୋଳରେ’ ଯିବା ପରି ଏହି ଘଟଣା ନବୀନ ସରକାରଙ୍କ ଇମେଜକୁ ମଳିନ କରି ଦେଇଛି। ଏହାସହ ପଞ୍ଚାୟତ ନିର୍ବାଚନରେ ବିଜେପିର ଭଲ ପ୍ରଦର୍ଶନ ନବୀନଙ୍କୁ ଚିନ୍ତାରେ ପକାଇ ଦେଇଛି।

ସୁଶାସନ ସହ ଲୋକଙ୍କ ପାଖରେ ଯୋଜନା ପହଞ୍ଚାଇବା, ଚାଷିଙ୍କ ସମସ୍ୟା ଓ କୃଷ ଋଣ ଛାଡ, ବିଭିନ୍ନ ଯୋଜନା ପାଇଁ ସମ୍ବଳ ସଂଗ୍ରହ, ଆଇନଶୃଙ୍ଖଳା  ନିୟନ୍ତ୍ରଣ ଏବେ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏହାସହ ପିଇବା ପାଣି, ସ୍ୱାସ୍ଥ୍ୟ, ଶିକ୍ଷା, ନିଯୁକ୍ତି ପ୍ରଦାନ ବି ସରକାରଙ୍କ ପାଇଁ ବଡ଼ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ। ଏହାବାଦ ଦଳ ଭିତରେ ଥିବା କନ୍ଦଳ, ଦଳ ଓ ସରକାର ଭିତରେ ସମନ୍ୱୟ ବି ନବୀନଙ୍କ ଟେନସନ୍ ବଢାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story