ପ୍ରଶାନ୍ତ ଜଗଦ୍ଦେବ ବିଜେଡି ପାଇଁ ପାଲଟିଛନ୍ତି ‘ଭସ୍ମାସୁର’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ଦୁଇ ଦଶନ୍ଧି ଧରି ଯାହାର ସମସ୍ତ ଅପକର୍ମକୁ ବିଜେଡି ସୁରକ୍ଷା ଦେଇ ଆସୁଥିଲା, ସେ ଏବେ ବିଜେଡି ପାଇଁ ‘ଭସ୍ମାସୁର’ ପାଲଟିଛନ୍ତି। ୨୦୦୪ ମସିହାରୁ ଆଜି ପର୍ଯ୍ୟନ୍ତ ପ୍ରଶାନ୍ତ ଜଗଦ୍ଦେବ(ବର୍ତ୍ତମାନର ଚିଲିକା ବିଧାୟକ) ବିଜେଡିର ପ୍ରୋତ୍ସାହନ ଓ ସୁରକ୍ଷାରେ ‘ଦାଦାଗିରି’ ଜାରି ରଖି ‘ବାହୁବଳୀ ବିଧାୟକ’ ଭାବେ ନିଜକୁ ପ୍ରତିପାଦନ କରିବାରେ ସକ୍ଷମ ହୋଇଛନ୍ତି। ବିଜେଡିର କିଛି ପ୍ରଭାବଶାଳୀ ନେତାଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନ ଓ ଶାସକ କଳର ନିରବତା ହିଁ ପ୍ରଶାନ୍ତ […]

Prashant-Jagdev

Prashant-Jagdev

Ordigital Desk
  • Published: Saturday, 12 March 2022
  • Updated: 12 March 2022, 10:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ଦୁଇ ଦଶନ୍ଧି ଧରି ଯାହାର ସମସ୍ତ ଅପକର୍ମକୁ ବିଜେଡି ସୁରକ୍ଷା ଦେଇ ଆସୁଥିଲା, ସେ ଏବେ ବିଜେଡି ପାଇଁ ‘ଭସ୍ମାସୁର’ ପାଲଟିଛନ୍ତି। ୨୦୦୪ ମସିହାରୁ ଆଜି ପର୍ଯ୍ୟନ୍ତ ପ୍ରଶାନ୍ତ ଜଗଦ୍ଦେବ(ବର୍ତ୍ତମାନର ଚିଲିକା ବିଧାୟକ) ବିଜେଡିର ପ୍ରୋତ୍ସାହନ ଓ ସୁରକ୍ଷାରେ ‘ଦାଦାଗିରି’ ଜାରି ରଖି ‘ବାହୁବଳୀ ବିଧାୟକ’ ଭାବେ ନିଜକୁ ପ୍ରତିପାଦନ କରିବାରେ ସକ୍ଷମ ହୋଇଛନ୍ତି। ବିଜେଡିର କିଛି ପ୍ରଭାବଶାଳୀ ନେତାଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନ ଓ ଶାସକ କଳର ନିରବତା ହିଁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏଭଳି ଏକ ସମ୍ବେଦନହୀନ ବିଧାୟକ କରାଇଛି ଯିଏକି ବିଜେଡି ପାଇଁ ଏବେ ‘ଭସ୍ମାସୁର’ ସାବ୍ୟସ୍ତ ହୋଇଛନ୍ତି ।

୨୦୦୪ ମସିହାରେ ଖୋର୍ଦ୍ଧାର ବେଗୁନିଆ ବିଧାନସଭା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିରୁଦ୍ଧରେ ଶ୍ରୀ ଜଗଦ୍ଦେବଙ୍କୁ ବିଜେଡି ଟିକେଟ୍ ଦେଇ ସେବେଠୁ ତାଙ୍କୁ ‘ବାହୁବଳୀ’ ବିଧାୟକ ଭାବେ ଗଢ଼ିବା ଦିଗରେ ସହଯୋଗ ଯୋଗାଇ ଦେଇ ଆସିଛି । ୨୦୦୪ ନିର୍ବାଚନରେ ଜାନକୀ ପଟ୍ଟନାୟକଙ୍କଠୁ ୨ହଜାର ଭୋଟରେ ପରାଜିତ ହେବାପରେ ଜଗଦ୍ଦେବଙ୍କର ଦବଦବା ବିଜେଡିରେ କ୍ରମାଗତ ଭାବେ ବଢ଼ିଥିଲା ।

୨୦୧୪ ମସିହାରେ ବିଜେଡି ତାଙ୍କୁ ଦଳୀୟ ଟିକେଟ୍ ଦେବା ପରେ ହିଁ ସେ ନିଜର ଦାଦାଗିରି ଆରମ୍ଭ କରିଥିଲେ । ୨୦୧୬ରେ ମନମୁଣ୍ଡାରେ ତତକାଳୀନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ କଳା ପତାକା ପ୍ରଦର୍ଶନ କରୁଥିବା ସାଧାରଣ ଲୋକଙ୍କୁ ଅମାନୁଷିକ ମାଡ଼ ମାରିବା ଠୁ ଆରମ୍ଭ କରି ବୋଲଗଡ଼ର ମହିଳା ତହସିଲଦାର ନିହାରିକା ନାୟକଙ୍କୁ ଅଶାଳୀନ ଆଚରଣ, ୨୦୧୭ରେ ଭୁବନେଶ୍ୱରରେ ନିଜ ସରକାରୀ ବାସଭବନ ନିକଟରୁ ଉଠା ଦୋକାନୀଙ୍କୁ ହଟାଇବା ପାଇଁ ଅତ୍ୟନ୍ତ ଅଶାଳୀନ ଭାଷାରେ ଗାଳିଗୁଲଜ କରିବାର ଭିଡିଓ ଭାଇରାଲ ହେବା, ପୁରୀର ତତକାଳୀନ ଏସପିଙ୍କୁ ସର୍ବସମ୍ମୁଖରେ ଧକ୍କା ମାରିବା , ୨୦୧୯ ଜାନୁୟାରୀରେ ଜଣେ ସରପଂଚଙ୍କୁ ହତ୍ୟା ଧମକ ଦେବା, ୨୦୨୦ ଅଗଷ୍ଟରେ ଚିଲିକା ଉନ୍ନୟନ ପ୍ରାଧିକରଣର ଜଣେ ଜେଇଙ୍କୁ ଗାଳିଗୁଲଜ କରିବା, ୨୦୨୧ ସେପ୍ଟେମ୍ବରରେ ଜଣେ ବ୍ଲକସ୍ତରୀୟ ବିଜେପି ନେତାଙ୍କୁ ମାରପିଟ୍ କରିବା ଓ ଆଜି ସାଧାରଣ ଲୋକ ଏବଂ ପୁଲିସ ଉପରେ ଗାଡ଼ି ଚଢା଼ଇ ଦେବା ଭଳି ଅପରାଧ କରିଛନ୍ତି । ଏତେ ସବୁ କାରନାମା ସତ୍ତ୍ୱେ ଜଗଦେବଙ୍କ ବିରୁଦ୍ଧରେ କେବେ କିଛି କାର୍ଯ୍ୟାନୁଷ୍ଠାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ ଥିବା ପୁଲିସ ସାହାସ କରିନଥିଲା । ଏପରିକି ୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀ ଜଗଦ୍ଦେବଙ୍କୁ ଦଳୀୟ ଟିକେଟ୍ ଦେଇ ପରବର୍ତ୍ତୀ ସମୟରେ ବିଜେଡି ସରକାର ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧା ସହ ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରେ ଆସୀନ କରାଇଥିଲେ ।

ତେବେ ଶ୍ରୀ ଜଗଦ୍ଦେବଙ୍କୁ ସୁରକ୍ଷା ଦେଉଥିବା ବିଜେଡି ନେତାମାନଙ୍କର ପ୍ରଭାବ ଦଳରେ ହ୍ରାସ ପରେ ତାଙ୍କ ପାଇଁ ଅଡ଼ୁଆ ବଢ଼ିଥିଲା । ଯେଉଁ କାରଣରୁ ୨୦୨୧ ସେପ୍ଟେମ୍ବର ୯ତାରିଖରେ ବିଜେପି କର୍ମୀଙ୍କୁ ମାରପିଟ କରିବା ପରେ ତାଙ୍କୁ ବିଜେଡି ଦୂରେଇ ଦେଇଥିଲା । ତାଙ୍କୁ ଦଳରୁ ନିଲମ୍ବନ କରି ତାଙ୍କ ନାଁରେ ମାମଲା ରୁଜୁ କରିଥିଲା । ତେବେ ଶାସକ ଦଳର ପ୍ରୋତ୍ସାହନରେ ସେ ମେଡିକାଲରେ ଚିକିତ୍ସା ନାଁରେ ପ୍ରାୟ ଏକ ମାସ ରହିବା ପରେ କୋର୍ଟରୁ ଜାମିନରେ ଆସିଥିଲେ । କିନ୍ତୁ ସେହି ଘଟଣା ପରେ ପଂଚାୟତ ନିର୍ବାଚନର ଠିକ୍ ପୂର୍ବରୁ ୨୦୨୨ ଜାନୁୟାରୀ ୧୮ତାରିଖରେ ତାଙ୍କୁ ବିଜେଡି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବରେ ଦେଖିବାକୁ ମିଳିଥିଲା । ବିଜେଡି ମଧ୍ୟ ତାଙ୍କ ନେତୃତ୍ୱରେ ଚିଲିକା ନିର୍ବାଚନମଣ୍ଡଳୀରେ ନିର୍ବାଚନ ଲଢ଼ିଥିଲା । ତେଣୁ ବିଜେଡି ପରୋକ୍ଷରେ ଜଗଦେବଙ୍କୁ ସୁରକ୍ଷା ଦେଉଥିବା ସ୍ପଷ୍ଟ ହୋଇଯାଇଥିଲା ।

ଆଜିର ଘୃଣ୍ୟ ଆଚରଣ ପରେ ବିଜେଡି ତରବରିଆ ଭାବେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ଜଗଦ୍ଦେବଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଯେଉଁଥିପାଇଁ ବାଣପୁରରେ ଜଗଦେବଙ୍କ ଗାଡ଼ି ଚଢ଼ାଇବା ଘଟଣାକୁ ନେଇ ଖୋର୍ଦ୍ଧା ପୁଲିସ ଏସପି ମାପିଚୁପି ବୟାନ ଦେଇଥିବାବେଳେ ବିଜେଡିର ଆଭିମୁଖ୍ୟକୁ ଦେଖି ପରେ କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳ ସାମ୍ବାଦିକଙ୍କୁ ଡାକି ଜଗଦେବ ସୁସ୍ଥ ହେବାପରେ ତାଙ୍କୁ ଗିରଫ କରାଯିବ ବୋଲି କଡ଼ା ସନ୍ଦେଶ ଦେଇଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ଶ୍ରୀ ଜଗଦ୍ଦେବଙ୍କ ନାଁରେ ୧୦ରୁ ଅଧିକ ମାମଲା ଏବେବି ବିଚାରଧୀନ ରହିଥିବାବେଳେ ତାଙ୍କୁ ବାରମ୍ବାର ସୁରକ୍ଷା ଦେବା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କି ବାଧ୍ୟବାଧକତା ରହିଥିଲା । କିଏ ତାଙ୍କୁ ଏପର୍ଯ୍ୟନ୍ତ ସୁରକ୍ଷା ଦେଇ ଆସୁଥିଲେ? ତାଙ୍କର ସବୁ ଅପରାଧ ଓ ଗୁଣ୍ଡାଗିରିକୁ କାହିଁକି ବିଜେଡି ହଜମ କରୁଥିଲା । ଦଳ କ’ଣ ତାଙ୍କୁ ନିଜର କଳା କାରନାମା ପାଇଁ ଉପଯୋଗ କରୁଥିଲା କି? ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କୁ କେଉଁ ବାଧ୍ୟବାଧକତା ପାଇଁ ଶେଷମୁହୂର୍ତ୍ତରେ ଦଳୀୟ ଟିକେଟ୍ ବିଜେଡି ଦେଲା? ତାଙ୍କର ସବୁ ଅପରାଧକୁ ଆଖିବୁଜି ଦେଇ ପ୍ରୋତ୍ସାହନ ଓ ସୁରକ୍ଷା ଯୋଗାଉଥିବା ବିଜେଡି ନେତାମାନେ କିଏ? ତାହା ଲୋକଲୋଚନକୁ ଆସିବାର ଆବଶ୍ୟକତା ରହିଛି ।

ଯାହାର ଅପରାଧକୁ ଆଖିବୁଜି ବିଜେଡି ସବୁପ୍ରକାରର ସହଯୋଗ ଓ ପ୍ରୋତ୍ସାହନ ଦେଇଥିଲା ଏବେ ସେ ବିଜେଡି ପାଇଁ ‘ଭସ୍ମାସୁର’ ପାଲଟିବାରୁ ଦଳ ନିଜ ଆଡ଼ୁ ଆଗକୁ ଆସି ତାଙ୍କ ହାତ ଛାଡ଼ି କଠୋର କାର୍ଯ୍ୟାନୁଷ୍ଠାନ ଲବି କରିବା ଅତ୍ୟନ୍ତ ପରିତାପର ବିଷୟ । ଯଦି ବିଜେଡି ପ୍ରକୃତରେ କାର୍ଯ୍ୟାନୁଷ୍ଠାନ ଚାହୁଁଥିଲା, ୨୦୧୬ ମସିହା ପରଠୁ ସେ ଯେତିକି ଅପରାଧ କରିଛନ୍ତି ସେହି ସମୟରେ ଆଖିଦୃଶିଆ କଠୋର ପଦକ୍ଷେପ ନେଇଥିଲେ ଏବେ ସେ ବିଜେଡି ପାଇଁ ‘ଭସ୍ମାସୁର’ ହୋଇନଥାନ୍ତେ କି ଆଜି ଏତେ ନିରୀହ ଲୋକଙ୍କ ଜୀବନକୁ ବିପଦକୁ ଠେଲି ଦେବାକୁ ସକ୍ଷମ ହୋଇପାରିନଥାନ୍ତେ ବୋଲି ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story