ପ୍ରଭାତ ଓ ଦେବାଶିଷ ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ, ଏମାନଙ୍କୁ ଗିରଫ କରାଯାଉ: ବିଜେପି

କଟକ:  କଟକ ସହରର ଦୁଇ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପ୍ରଭାତ ବିଶ୍ୱାଳ ଚିଟ୍‌ଫଣ୍ଡ କେଳେଙ୍କାରୀ ଓ ଟେଣ୍ଡର ଫିକ୍ସିଂରେ ସମ୍ପୃକ୍ତ ଅଛନ୍ତି। ଅପରାଧୀମାନଙ୍କ ସହ ଏମାନଙ୍କ ସମ୍ପର୍କ ରହିଛି। ଏମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବିଜେପି ପକ୍ଷରୁ ଆଜି କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ନୟନ ମହାନ୍ତି  ଦାବି କରିଛନ୍ତି। ସେ କହିଛନ୍ତି, “ଆମେ କଟକ ମହାନଗରକୁ ପ୍ରଥମ ମେୟର ଦେଇଥିଲୁ। ଏବେ ଶାସକ ବିଜେଡିରୁ ବାରବାଟୀ ବିଧାୟକ ଦେବାଶିଷ […]

bjp-ctc

bjp-ctc

Rakesh Mallick
  • Published: Sunday, 17 April 2016
  • Updated: 17 April 2016, 12:30 PM IST

Sports

Latest News

କଟକ:  କଟକ ସହରର ଦୁଇ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପ୍ରଭାତ ବିଶ୍ୱାଳ ଚିଟ୍‌ଫଣ୍ଡ କେଳେଙ୍କାରୀ ଓ ଟେଣ୍ଡର ଫିକ୍ସିଂରେ ସମ୍ପୃକ୍ତ ଅଛନ୍ତି। ଅପରାଧୀମାନଙ୍କ ସହ ଏମାନଙ୍କ ସମ୍ପର୍କ ରହିଛି। ଏମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବିଜେପି ପକ୍ଷରୁ ଆଜି କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ନୟନ ମହାନ୍ତି  ଦାବି କରିଛନ୍ତି।

ସେ କହିଛନ୍ତି, “ଆମେ କଟକ ମହାନଗରକୁ ପ୍ରଥମ ମେୟର ଦେଇଥିଲୁ। ଏବେ ଶାସକ ବିଜେଡିରୁ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ଓ କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ସହରରୁ ପ୍ରତିନିଧିତ୍ୱ କରୁଛନ୍ତି। ସେମାନେ ଠିକାଦାରୀ କାର୍ଯ୍ୟରେ ଲିପ୍ତ ଅଛନ୍ତି। ଜଣେ ବିଧାୟକ ତାଙ୍କ ଡ୍ରାଇଭର ନାଁରେ ଆସ୍ଥା ଇଣ୍ଟର ନ୍ୟାସନାଲରୁ ଲକ୍ଷାଧିକ ଟଙ୍କାର ଗାଡ଼ି ନେଇଛନ୍ତି। ଏ କଥା ପୂର୍ବରୁ ଉଠିଥିଲା, ଏହାର ତଦନ୍ତ ହେବା ଦରକାର।”

ସେ କହିଛନ୍ତି, “କଟକ ଚୌଦ୍ୱାର ବିଧାୟକ ପ୍ରଭାତ ଓ ତାଙ୍କ ପତ୍ନୀ ସିଡିଏରୁ ଆଉଟ୍‌ଟର୍ନ ବେସିକରେ ଜମି ନେଇ ବିକ୍ରି କରିଥିଲେ ମଧ୍ୟ ଭିଜିଲାନ୍ସ କାହିଁକି ସେମାନଙ୍କ ନାଁରେ ମାମଲା ରୁଜୁ କରି ଗିରଫ କରୁନାହିଁ? ୨୦୧୪ ନଭେମ୍ବର ୨୧ରେ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀକୁ ସିବିଆଇ ଡକାଇ ପ୍ରଶାନ୍ତ ଦାସ ସହ ସମ୍ନାସାମ୍ନୀ ଜେରା କରାଯାଇଥିଲା। ସେତେବେଳେ ସେ ପ୍ରଶାନ୍ତ ଦାସକୁ ଜମି ବିକ୍ରି କରିଥିବା ସ୍ୱୀକାର କରିଥିଲେ। ଏଥିପାଇଁ ୨୯ଲକ୍ଷ ଟଙ୍କା ଡିଲ୍‌ ହୋଇଥିଲା। ୨୫ଲକ୍ଷ ଟଙ୍କାର ଅଗ୍ରୀମ ଚେକ୍‌ ଆଣିଥିଲେ। ହେଲେ ଜମି ଦେଇ ନ ଥିଲେ କି ଟଙ୍କା ଫେରାଇ ନ ଥିଲେ। ସେତେବେଳେ ସେ କହିଥିଲେ, ମୁଁ କ୍ୟାସ୍‌ରେ ଟଙ୍କା ଫେରାଇ ଦେଇଛି। ଆରବିଆଇ ନିୟମ ଅନୁସାରେ ଜଣେ ବିଧାୟକ ୨୫,୦୦୦ ଟଙ୍କାରୁ ଅଧିକ ଆର୍ଥିକ ନେଣଦେଣ କ୍ୟାସରେ କରିପାରିବେ ନାହିଁ। ଏ କଥା କେମିତି ବିଧାୟକ ଜାଣି ପାରିଲେ ନାହିଁ? ପ୍ରଶାନ୍ତ ଦାସ ଟଙ୍କା ପାଇ ନ ଥିବା କହୁଛନ୍ତି। ପ୍ରଶାନ୍ତ ଦାସ ଟଙ୍କା ନେଇଥିବାର ଏକ ଦସ୍ତଖତ ଦଲିଲ ବିଧାୟକ ଦେଖାଉଛନ୍ତି। ସିବିଆଇ ଏହି ଦସ୍ତଖତ ଅସଲି କି ନକଲି ଜାଣିବାକୁ ଫୋରେନସିକ୍‌ ଲ୍ୟାବକୁ ପଠାଇ ଥିଲା। ଆମେ ଜାଣିବାକୁ ଚାହୁଁଛୁ, ଏହାର ରିପୋର୍ଟ କୁଆଡେ ଗଲା? ୨୫,୦୦୦ରୁ ଅଧିକ ଟଙ୍କା ସିଧାସଳଖ କ୍ୟାସରେ ନେଣଦେଣ କରିଥିବାରୁ ତାଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ ହେବା କଥା। ପ୍ରଭାତ ଏବଂ ତାଙ୍କ ପତ୍ନୀ ଜଣେ ଅଭିଯୁକ୍ତକୁ ଭେଟି ୨୫ଲକ୍ଷ ଟଙ୍କା ଦେବା ଓ ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚକୁ ନ ଜଣାଇବାର ତଦନ୍ତ ହେବା ଦରକାର।”

ସେ କହିଛନ୍ତି, “କଟକ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ସିବିଆଇ ଏସ୍‌ପିଙ୍କୁ ଭେଟି ଦାବିପତ୍ର ଦେଇ ଦୁଇ ବିଧାୟକଙ୍କ ନାମରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଦାବି କରିବୁ। କ୍ରାଇମବ୍ରାଞ୍ଚ ଡିଜିଙ୍କୁ ମଧ୍ୟ ଭେଟିବୁ। ସମସ୍ୟାର ସମାଧାନ ନ ହେଲେ ମହାନଗର ନିଗମ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଚଳ କରାଯିବ।”

ବିଧାୟକ ପ୍ରଭାତ କହିଛନ୍ତି, “ଏଭଳି ଅଭିଯୋଗ ସେ ୨୦ ବର୍ଷ ହେଲା କରି ଆସୁଛନ୍ତି। ଏପରି ମିଥ୍ୟା ଅଭିଯୋଗ କରୁଛନ୍ତି ବୋଲି ଜନସାଧାରଣ ତାଙ୍କୁ ପ୍ରତ୍ୟାଖାନ କରି ଆସିଛନ୍ତି। ଦାଦାଗିରି, ଟେଣ୍ଡର ଫକ୍ସିଂକୁ ଆମ ଦଳ ପ୍ରସୟ ଦିଏ ନାହିଁ କି ଦେବ ନାହିଁ, ଏହା ସହରବାସୀ ଜାଣିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story