ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବଲି ସମାରୋହରେ ଯୋଗ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୮ ତାରିଖରେ ରାଷ୍ଟ୍ରପତି ଆସିବେ ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସମସ୍ତ ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି। ସେପଟେ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୁମନି ଫଣ୍ଡ ଗଠନ କରିବାକୁ ଆହ୍ୱାନ୍ ଦେବା ସହିତ ନିଜ ବର୍ଷକର ଦରମା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ଫଣ୍ଡ ଗବେଷଣା ପାଇଁ ବ୍ୟବହାର ହେବ। ୫ ଦିନ ଧରି ଚାଲିଥିବା ଏହି ପ୍ଲାଟିନମ ଜୁବଲି ପାଳନର ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ରଛାତ୍ରୀ ଏକାଠି ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ, କଟାକ୍ଷ କଲା ବିଜେପି
ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିର ଏହା ପ୍ରଥମ ସମାବେଶ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ଯୋଗଦେଲେ ସମସ୍ତ ବିଧାୟକ, ସାଂସଦ ଓ ବରିଷ୍ଠ ନେତା। ନାଟକ କରୁଛନ୍ତି କହିଲା ବିଜେପି।
Crime
୨ ବିଜେପି କର୍ମୀଙ୍କ ମୃତ୍ୟୁ ଘଟଣା; ଦୁର୍ଘଟଣା ନୁହେଁ ତାହା ସୁଚିନ୍ତିତ ହତ୍ୟାକାଣ୍ଡ- ଏସ୍ପି
ଆଜି ସନ୍ଧ୍ୟା ସୁଦ୍ଧା଼ ପୂରା ଘଟଣା ଉପରୁ ପରଦା ହଟିବ ଓ ଏହି ହତ୍ୟାକାଣ୍ଡ ପଛରେ କେଉଁମାନେ ଅଛନ୍ତି ତଥା ସେମାନଙ୍କ ଉଦ୍ଦେଶ୍ୟ କ’ଣ ତାହା ସର୍ବସମ୍ମୁଖକୁ ଆସିବ ବୋଲି କହିଛନ୍ତି ଏସ୍ପି।
Accident
ଗଛରେ ପିଟିହେଲା ବାଇକ୍, ଆଖି ବୁଜିଲେ ପିଜି ଛାତ୍ର
ୟୁନିଭରସିଟି ପରିସରରେ ଗଛରେ ପିଟିହେଲା ବାଇକ୍। ବାଇକ୍ରୁ ଛିଟିକି ପଡ଼ିଗଲେ ଛାତ୍ର। ଆଉ ଘଟଣାସ୍ଥଳରେ ଚାଲିଗଲା ଜୀବନ।
Crime
ଉଜୁଡ଼ିଗଲା ଫସଲ; ହୃଦଘାତରେ ଟଳି ପଡ଼ିଲେ ଚାଷୀ
ଦାଉ ସାଧିଲା ଅଦିନିଆ ବର୍ଷା । ଉଜୁଡ଼ିଗଲା ଫସଲ। ବର୍ଷ ଯାକର ପରିଶ୍ରମ ପାଣିରେ ପଡ଼ିଲା। ଏହା ଦେଖି ସହ୍ୟ କରିବା କଷ୍ଟକର ହେଲା ଆଉ ଶେଷରେ ହୃଦଘାତରେ ଟଳି ପଡ଼ିଲେ ଚାଷୀ।
Education
ଧନୁଯାତ୍ରା ପାଇଁ ବରଗଡ଼ରେ ବଦଳିଲା ସ୍କୁଲ, କଲେଜ ସମୟ
ସମ୍ଭାବ୍ୟ ଭିଡ ଏବଂ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ବରଗଡ ଜିଲା ଶିକ୍ଷା ବିଭାଗ ଆସନ୍ତା ୬ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ମଥୁରାନଗରୀରେ ରହିଥିବା ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢା ସମୟକୁ ପରିବର୍ତ୍ତନ କରିଛି।