ବିଶ୍ୱସ୍ତରୀୟ ମେଡ଼ିକାଲ୍‌ ସେବାକୁ ଉପହାସ, ଡାକ୍ତରଖାନା ବାରଣ୍ଡାରେ ପ୍ରସବ କଲେ ମହିଳା

ରାୟଗଡ଼ା (ମାଉଡି ବାରିକ): ବିଶ୍ୱସ୍ତରୀୟ ମେଡ଼ିକାଲ୍‌ ସେବା ଯୋଗାଇ ଦେବାର ସ୍ୱପ୍ନ ଦେଖୁଛନ୍ତି ରାଜ୍ୟ ସରକାର। ସେଥିପାଇଁ କେତେ କ’ଣ ବାହାସ୍ଫୋଟ୍‌ ମାରୁଛନ୍ତି। ହେଲେ ବାସ୍ତବ ସ୍ଥିତି କିନ୍ତୁ ଆଉ କିଛି ବୟାନ୍‌ କରୁଛି। ମେଡ଼ିକାଲ୍‌ରେ ରହୁନାହାନ୍ତି କର୍ମଚାରୀ। ଯେଉଁଥିପାଇଁ ଯନ୍ତ୍ରଣାରେ ଜଡ଼ସଡ଼ ହୋଇ ଆଜି ମେଡ଼ିକାଲ୍‌ ପରିସରରେ ଜଣେ ମହିଳା ପ୍ରସବ କରୁଛନ୍ତି। ଜନନୀ ଯନ୍ତ୍ରଣାର ଏପରି ବିକଳ ଚିତ୍ର ଆସିଛି ଆଦିବାସୀ ଅଧ୍ୟୁଷିତ ରାୟଗଡ଼ ଜିଲ୍ଲାରୁ। ପୁହୁଣ୍ଡି ଗାଁ ମିନିତା ଖରା ଆଜି ସକାଳେ […]

Tikiri

Tikiri

Manoranjan Sial
  • Published: Thursday, 03 November 2022
  • Updated: 03 November 2022, 09:21 PM IST

Sports

Latest News

ରାୟଗଡ଼ା (ମାଉଡି ବାରିକ): ବିଶ୍ୱସ୍ତରୀୟ ମେଡ଼ିକାଲ୍‌ ସେବା ଯୋଗାଇ ଦେବାର ସ୍ୱପ୍ନ ଦେଖୁଛନ୍ତି ରାଜ୍ୟ ସରକାର। ସେଥିପାଇଁ କେତେ କ’ଣ ବାହାସ୍ଫୋଟ୍‌ ମାରୁଛନ୍ତି। ହେଲେ ବାସ୍ତବ ସ୍ଥିତି କିନ୍ତୁ ଆଉ କିଛି ବୟାନ୍‌ କରୁଛି। ମେଡ଼ିକାଲ୍‌ରେ ରହୁନାହାନ୍ତି କର୍ମଚାରୀ। ଯେଉଁଥିପାଇଁ ଯନ୍ତ୍ରଣାରେ ଜଡ଼ସଡ଼ ହୋଇ ଆଜି ମେଡ଼ିକାଲ୍‌ ପରିସରରେ ଜଣେ ମହିଳା ପ୍ରସବ କରୁଛନ୍ତି। ଜନନୀ ଯନ୍ତ୍ରଣାର ଏପରି ବିକଳ ଚିତ୍ର ଆସିଛି ଆଦିବାସୀ ଅଧ୍ୟୁଷିତ ରାୟଗଡ଼ ଜିଲ୍ଲାରୁ।

ପୁହୁଣ୍ଡି ଗାଁ ମିନିତା ଖରା ଆଜି ସକାଳେ ଗର୍ଭ ଯନ୍ତ୍ରଣା ପାଇଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେତେବେଳେ ସମୟ ସକାଳ ପ୍ରାୟ ୭ଟା ହେବ। ଦୁଇ ଜଣ ସୁଇପରଙ୍କୁ ଛାଡ଼ିଦେଲେ ମେଡ଼ିକାଲ୍‌ରେ ଅନ୍ୟ କୌଣସି କର୍ମଚାରୀ ନଥିଲେ। ତେଣୁ ମେଡ଼ିକାଲ୍‌ର ପ୍ରବେଶ ପଥରେ ଡାକ୍ତରଙ୍କୁ ଅପେକ୍ଷା କରିଥିଲେ ମିନିତି। ସମୟ ଯେତେ ଗଡ଼ୁଥିଲା, ମିନିତିଙ୍କ ଗର୍ଭ ଯନ୍ତ୍ରଣା ସେତେ ପଢ଼ୁଥିଲା। ଆଉ ସମ୍ଭାଳି ପାରିଲେ ନାହିଁ। ସେହି ଚଟାଣରେ ଗଡ଼ି ଚିତ୍କାର କଲେ।

ଅଧ ଘଣ୍ଟାଏରୁ ଅଧିକ ସମୟ ଧରି ଯନ୍ତ୍ରଣା ପାଇବା ପରେ ପ୍ରସବ କରିଥିଲେ ମିନିତି। ପ୍ରସବ ଜନ୍ମ ପରେ ଉଭୟ(ମାଆ ଓ ନବଜାତ ଶିଶୁ) ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ପରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଏନେଇ କାହାର ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନାରୁ ପ୍ରକାଶ, ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତର, ଜଣେ ଷ୍ଟାଫ୍‌ନର୍ସ, ଦୁଇ ଏଏନ୍‌ଏମ୍‌, ଜଣେ ଫାର୍ମାସିଷ୍ଟ ଓ ଦୁଇ ଜଣ ସୁଇପର ନିଯୁକ୍ତି ପାଇଛନ୍ତି। ହେଲେ ଦୁଃଖର ବିଷୟ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମେଡ଼ିକାଲ୍‌ରେ ଦୁଇ ସୁଇପରଙ୍କୁ ଛାଡ଼ିଦେଲେ ଆଜି ସକାଳେ ଅନ୍ୟ କୌଣସି କର୍ମଚାରୀ ରହୁନଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ଆଜି ରୋଗୀମାନେ ନାନା ଅସୁବିଧାରେ ପଡ଼ୁଥିବା ଅଭିଯୋଗ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story