ଆଠଗଡ଼(ନୀଳକଣ୍ଠ ଦୋରା): ଆଠଗଡ ଉପଖଣ୍ଡରେ ଜାତୀୟ ଗଣମାଧ୍ୟମ ଦିବସ ପାଳିତ ହୋଇଛି। ଆଠଗଡ଼ ମାଧପୁର ଗୋପବନ୍ଧୁ ଆୟୁବିଜ୍ଞାନ ଗବେଷଣା ଅନୁଷ୍ଠାନର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ପଣ୍ଡିତ ନିରଞ୍ଜନ ରଥ ଯୋଗଦେଇ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋକପାତ କରିଛନ୍ତି।
ମୁଖ୍ୟବକ୍ତା ଭାବେ ଓଟିଭିର ଉପସ୍ଥାପକ ଅପୂର୍ବ ରଞ୍ଜନ ପଣ୍ଡା ,ସମ୍ମାନିତ ଅତିଥି ଭାବେ ଆଠଗଡ଼ ଉପଜିଲ୍ଲାପାଳ ଅମୀୟ କୁମାର ସାହୁ ଯୋଗଦେଇଥିଲେ। ଏହି ଅବସରରେ ନରସିଂହପୁର ଅଞ୍ଚଳର ବିସ୍ମୟ କୁନି ବାଳକ ବୀଶ୍ୱଜିତ ଆରୁଖ, ମଳଦୀପରେ ଭାରତରୁ ପ୍ରତିନିଧିତ୍ୱ କରି ଗ୍ଲୋବାଲ ୟୁଥ୍ ପିସ୍ ଆମ୍ବାସ୍ୟାଡାର ୨୦୧୯ ସମ୍ମାନ ପାଇଥିବା ନରସିଂହପୁର ଅଞ୍ଚଳର ବିଜୟ କୁମାର ପଣ୍ଡା, ATM କାଉଣ୍ଟରରୁ ଏକ ଲକ୍ଷ ଟଙ୍କା ପାଇ ଲୋଭ ନକରି ମଣିଷ ପଣିଆ ଦେଖାଇଥିବା ମଞ୍ଚେଶ୍ୱର ଗ୍ରାମର ସମିତିସଭ୍ୟ ଅଶୋକ ଖଟୁଆ ଓ ଆଠଗଡ, ତିଗିରିଆ, ବଡମ୍ବା ଓ ନରସିଂପୁର ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଭିନ୍ନକ୍ଷମଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ: ଜିଲ୍ଲାପାଳଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଅନୁମତି
ଏବେ ପ୍ରଚଳିତ ନିୟମ ଅନୁସାରେ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ ନିମନ୍ତେ ଜିଲ୍ଲାଗୁଡ଼ିକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁମୋଦନ ନେବାକୁ ପଡ଼ିଥାଏ ।
Education
OSSTET-୨୦୨୪ ପାଇଁ ବିଏସ୍ଇ ୱେବସାଇଟ୍ରେ ଉପଲବ୍ଧ ହେଲା ଆଡ୍ମିଟ୍ କାର୍ଡ
ମୋଟ ୫୦,୫୮୭ ଜଣ ଏହି ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୪୭,୨୦୬ ଜଣ ପ୍ରଥମ ପେପର ଓ ୩୩୮୧ ଜଣ ଦ୍ୱିତୀୟ ପେପର ପରୀକ୍ଷା ଦେବେ।
Miscellaneous
ସଶକ୍ତ ହେବେ ଗ୍ରାମୀଣ କାରିଗର: ୟଙ୍ଗ ଇଣ୍ଡିଆନସ୍ ଭୁବନେଶ୍ୱର
ପ୍ରତ୍ୟେକ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ ଏବଂ ଜୀବିକା ନିର୍ବାହ ପାଇଁ ଏହି ସୁଯୋଗ ଏକ ପ୍ଲାଟଫର୍ମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
Crime
୩ ପ୍ରେମିକ ଭଲ ପାଉଥିଲେ; ବାହା ହେବା ପାଇଁ ମନା କରିବାରୁ ମାରି ଝୁଲାଇ ଦେଲେ!
ଜେମାଙ୍କଠାରୁ ପ୍ରତ୍ୟାଖିତ ହେବା ପରେ ଏକ ତରଫା ପ୍ରେମିକମାନେ ଚିନ୍ତାରେ ପଡ଼ିଯାଇଥିଲେ। ପ୍ରତିଶୋଧ ପରାୟଣା ହୋପଡ଼ିଥିଲେ। ଜେମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଆଜି ଅପରାହ୍ନରେ ଜେମାଙ୍କୁ ହତ୍ୟା କରି ଗାଁ ମୁଣ୍ଡ ଗଛରେ ଥିବା ଏକ ଗଛରେ ଝୁଲାଇ ଦେଲେ।