ଭୁବନେଶ୍ୱର: ରାଜ୍ୟର ପ୍ରିନସପାଲ୍ ଏଜି ବା ପ୍ରମୁଖ ମହାଲେଖାକାର ଅମର ପଟ୍ଟନାୟକଙ୍କ ବଦଳି ହୋଇଯାଇଛି। ତାଙ୍କୁ କେରଳର ପ୍ରିନସପାଲ ଏଜି ଭାବେ ନିଯୁକ୍ତି ମିଳିଛି । ତାଙ୍କ ସ୍ଥାନରେ ଓଡ଼ିଶାର ମହାଲେଖାକାର ହେବେ ଆର୍.ଆମ୍ୱାଲାଭାନନ୍। ତେବେ ଅମରଙ୍କ ଏହି ବଦଳିକୁ ନେଇ ପାୱାର କରିଡରରେ ଚାଲିଛି ଚର୍ଚ୍ଚା। ତାଙ୍କର ଏହି ଅଚାନକ ବଦଳିକୁ ଅନେକ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏମାନଙ୍କ ଯୁକ୍ତି ହେଉଛି – ଗତ ମେ’ ୪ ତାରିଖରେ ଅମରଙ୍କୁ ପ୍ରିନ୍ସପାଲ ଏଜି ପଦକୁ ଉନ୍ନୀତ କରାଯାଇଥିଲା। ସେତେବେଳେ ପଦୋନ୍ନତି ସହିତ ତାଙ୍କୁ ବଦଳି କରାଯାଇ ପାରିଥାନ୍ତା । କିନ୍ତୁ ତାହା ହୋଇନଥିଲା। ଏବେ ତାଙ୍କର ଅଚାନକ ବଦଳି ପଛରେ କିଛି ଗୁଢ଼ ରହସ୍ୟ ରହିଛି।
ସୂଚନାଯୋଗ୍ୟ, ଅମର ପଟ୍ଟନାୟକଙ୍କ ପାଇଁ ରାଜ୍ୟ ସରକାର ଅନେକ ଥର ଅକଳିଆ ସ୍ଥିତିରେ ପଡିଥିଲେ। ଇଚ୍ଛାଧୀନ କୋଟାରେ ଜମି କେଳେଙ୍କ।ରୀ, ଶିଳ୍ପସଂସ୍ଥା ଅନିୟମିତତା ଓ ୟୁଜିସି ବେତନ ଅନିୟମିତତା ଭଳି ବଡ଼ବଡ଼ ଘୋଟାଲା ଲୋକଲୋଚନକୁ ଆଣିବାରେ ଅମର ପ୍ରମୁଖ ଭୂମିକା ନିଭାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଭିନ୍ନକ୍ଷମଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ: ଜିଲ୍ଲାପାଳଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଅନୁମତି
ଏବେ ପ୍ରଚଳିତ ନିୟମ ଅନୁସାରେ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ ନିମନ୍ତେ ଜିଲ୍ଲାଗୁଡ଼ିକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁମୋଦନ ନେବାକୁ ପଡ଼ିଥାଏ ।
Education
OSSTET-୨୦୨୪ ପାଇଁ ବିଏସ୍ଇ ୱେବସାଇଟ୍ରେ ଉପଲବ୍ଧ ହେଲା ଆଡ୍ମିଟ୍ କାର୍ଡ
ମୋଟ ୫୦,୫୮୭ ଜଣ ଏହି ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୪୭,୨୦୬ ଜଣ ପ୍ରଥମ ପେପର ଓ ୩୩୮୧ ଜଣ ଦ୍ୱିତୀୟ ପେପର ପରୀକ୍ଷା ଦେବେ।
Miscellaneous
ସଶକ୍ତ ହେବେ ଗ୍ରାମୀଣ କାରିଗର: ୟଙ୍ଗ ଇଣ୍ଡିଆନସ୍ ଭୁବନେଶ୍ୱର
ପ୍ରତ୍ୟେକ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ ଏବଂ ଜୀବିକା ନିର୍ବାହ ପାଇଁ ଏହି ସୁଯୋଗ ଏକ ପ୍ଲାଟଫର୍ମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
Crime
୩ ପ୍ରେମିକ ଭଲ ପାଉଥିଲେ; ବାହା ହେବା ପାଇଁ ମନା କରିବାରୁ ମାରି ଝୁଲାଇ ଦେଲେ!
ଜେମାଙ୍କଠାରୁ ପ୍ରତ୍ୟାଖିତ ହେବା ପରେ ଏକ ତରଫା ପ୍ରେମିକମାନେ ଚିନ୍ତାରେ ପଡ଼ିଯାଇଥିଲେ। ପ୍ରତିଶୋଧ ପରାୟଣା ହୋପଡ଼ିଥିଲେ। ଜେମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଆଜି ଅପରାହ୍ନରେ ଜେମାଙ୍କୁ ହତ୍ୟା କରି ଗାଁ ମୁଣ୍ଡ ଗଛରେ ଥିବା ଏକ ଗଛରେ ଝୁଲାଇ ଦେଲେ।