୨୨ରୁ ୪ ଦିନ ମିଳିବନି ମଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତମାସ ୨୨ତାରିଖରୁ ସମଗ୍ର ରାଜ୍ୟର ୧୦୬ଟି ପୌରାଂଚଳ ଓ ୩ଟି ମହାନଗର ନିଗମ ଅଂଚଳରେ ୪ଦିନ ପାଇଁ ଡ୍ରାଏ ଡେ’ ଘୋଷଣା କରିଛନ୍ତି । ଏହି ଦିନଗୁଡ଼ିକରେ ଏସବୁ ସହରାଂଚଳରେ ମଦ ବିକ୍ରି ଉପରେ କଟକଣା ଜାରି ହୋଇଛି। ଏପରିକି କୌଣସି ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ ବି ମଦ ବିକ୍ରି ହୋଇପାରିବ ନାହିଁ। ରାଜ୍ୟ ଅବକାରୀ କମିଶନର ଆଶୀଷ ସିଂ […]

WINE

WINE

Ordigital Desk
  • Published: Tuesday, 15 March 2022
  • Updated: 15 March 2022, 08:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତମାସ ୨୨ତାରିଖରୁ ସମଗ୍ର ରାଜ୍ୟର ୧୦୬ଟି ପୌରାଂଚଳ ଓ ୩ଟି ମହାନଗର ନିଗମ ଅଂଚଳରେ ୪ଦିନ ପାଇଁ ଡ୍ରାଏ ଡେ’ ଘୋଷଣା କରିଛନ୍ତି । ଏହି ଦିନଗୁଡ଼ିକରେ ଏସବୁ ସହରାଂଚଳରେ ମଦ ବିକ୍ରି ଉପରେ କଟକଣା ଜାରି ହୋଇଛି। ଏପରିକି କୌଣସି ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ ବି ମଦ ବିକ୍ରି ହୋଇପାରିବ ନାହିଁ।

ରାଜ୍ୟ ଅବକାରୀ କମିଶନର ଆଶୀଷ ସିଂ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଆସନ୍ତା ୨୨ତାରିଖ ଅପରାହ୍ନ ୫ଟାରୁ ମାର୍ଚ୍ଚ ୨୬ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୦୬ଟି ପୌର ପରିଷଦ ଓ ଏନଏସି ଏବଂ ୩ଟି ମହାନଗର ନିଗମ(କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର)ରେ ଡ୍ରାଏ ଡେ’ ଘୋଷଣା କରି ମଦ ବିକ୍ରି ଉପରେ କଟକଣା ଜାରି କରିଛନ୍ତି । ମାର୍ଚ୍ଚ ୨୨ତାରିଖ ଅପରାହ୍ନ ୫ଟାରେ ପୌର ନିର୍ବାଚନ ପ୍ରଚାର ଶେଷ ହେଉଥିବାବେଳେ ମାର୍ଚ୍ଚ ୨୪ତାରିଖରେ ଭୋଟ୍ ଓ ୨୬ତାରିଖରେ ଭୋଟ ଗଣତି ରହିଛି । ତେଣୁ ପ୍ରଚାର ଶେଷଠୁ ୨୬ତାରିଖରେ ଭୋଟ ଫଳାଫଳ ଶେଷ ପର୍ଯ୍ୟନ୍ତ ଏସବୁ ସହରାଂଚଳରେ ମଦ ବିକ୍ରି ହୋଇପାରିବ ନାହିଁ । ମଦ ଦୋକାନଗୁଡ଼ିକ ମାର୍ଚ୍ଚ ୨୭ରୁ ସ୍ୱାଭାବିକ ଭାବେ ଖୋଲିବ । ଲୋକ ପ୍ରତିନିଧି ଆଇନ-୧୯୫୧ର ଧାରା ୧୩୫(ଗ) ଅନ୍ତର୍ଗତ କୌଣସି ସାର୍ବଜନୀନ ଓ ଘରୋଇ ସ୍ଥାନରେ ମଦ ବିକ୍ରି ଉପରେ କଟକଣା ଜାରି ହୋଇଛି।

କୌଣସି ମଦ ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ ଓ ଅନ୍ୟ ସ୍ଥାନଗୁଡ଼ିକରେ କାହାରିକୁ ଏହି ଅବଧି ମଧ୍ୟରେ ମଦ ବିକ୍ରି କରାଯାଇପାରିବ ନାହିଁ। ତାରକା ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ ଓ ଅନ୍ୟମାନଙ୍କ ଦ୍ୱାରା ପରିଚାଳିତ ହୋଟେଲ ଯଦିଓ ସେମାନଙ୍କୁ ବିଭିନ୍ନ ବର୍ଗର ଲାଇସେନ୍ସ ପ୍ରଦାନ କରାଯାଇଥିବ,ତଥାପି ଏହି ଦିନଗୁଡ଼ିକରେ ମଦ ବିକ୍ରି ଉପରେ କଟକଣା ରହିବ । ସେହିପରି ବ୍ୟକ୍ତିଗତ ଭାବେ ଉକ୍ତ ଅବଧିରେ ବିନା ଲାଇସେନ୍ସରେ ଅଧିକ ପରିମାଣର ମଦ ରଖିଥିଲେ ଅବକାରୀ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏସବୁକୁ ଦୃଷ୍ଟିରେ ରଖି ପୌର ନିର୍ବାଚନ ହେବାକୁ ଥିବା ଅଂଚଳଗୁଡ଼ିକରେ ମଦ ବିକ୍ରି ଆଦି ଉପରେ ତୀକ୍ଷ୍ଣ ନଜର ରଖିବା ସହ ଅବକାରୀ, ପୁଲିସ ଓ ଜଙ୍ଗଳ କର୍ମଚାରୀଙ୍କ ଦ୍ୱାରା ମିଳିତ ଭାବେ ଚଢ଼ଉ ଜୋରଦାର କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନର ମାର୍ଚ୍ଚ ୨୨ତାରିଖ ଅପରାହ୍ନ ୫ଟା ପରଠୁ ନିର୍ବାଚନ ହେବାକୁ ଥିବା ସମସ୍ତ ସହରାଂଚଳରେ କୌଣସି ପ୍ରକାର ସଭା-ସମିତି ଆଦି କରିବା ଉପରେ କଟକଣା ଜାରି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story