ବୈଜୟନ୍ତଙ୍କୁ ବିରୋଧ ପାଇଁ ଷଡ଼ଯନ୍ତ୍ର: ରାଜନୈତିକ ସଚିବ କହିଲେ- ଜନସ୍ୱାର୍ଥ ବିରୋଧୀ ନେତାଙ୍କୁ ଲୋକେ କ୍ଷମା ଦେବେନି

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ନିଜ ନିର୍ବାଚନମଣ୍ଡଳୀରେ ବିରୋଧ ପାଇଁ ବିଜେଡିର ଗୋଟିଏ ଗୋଷ୍ଠୀ ସଜବାଜ ହେଉଛି। ଆସନ୍ତା ୧୧ ତାରିଖରେ ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ବୁହାଳୋ ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ବାତିଲ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ବ୍ଲକ ବିଜେଡି ସଭାପତି। ଏହି ଚିଠିରେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷଙ୍କ ସମେତ ଅନ୍ୟ କର୍ମକର୍ତ୍ତାଙ୍କ ହସ୍ତାକ୍ଷର ରହିଛି। ଏପରି ଘଟଣାକୁ କିନ୍ତୁ ସାଂସଦଙ୍କ ରାଜନୈତିକ ସଚିବ ନିନ୍ଦା […]

1245

1245

Rakesh Mallick
  • Published: Monday, 08 January 2018
  • Updated: 08 January 2018, 11:33 PM IST

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ନିଜ ନିର୍ବାଚନମଣ୍ଡଳୀରେ ବିରୋଧ ପାଇଁ ବିଜେଡିର ଗୋଟିଏ ଗୋଷ୍ଠୀ ସଜବାଜ ହେଉଛି। ଆସନ୍ତା ୧୧ ତାରିଖରେ ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ବୁହାଳୋ ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ବାତିଲ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ବ୍ଲକ ବିଜେଡି ସଭାପତି। ଏହି ଚିଠିରେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷଙ୍କ ସମେତ ଅନ୍ୟ କର୍ମକର୍ତ୍ତାଙ୍କ ହସ୍ତାକ୍ଷର ରହିଛି। ଏପରି ଘଟଣାକୁ କିନ୍ତୁ ସାଂସଦଙ୍କ ରାଜନୈତିକ ସଚିବ ନିନ୍ଦା କରିଛନ୍ତି।

ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ବୁହାଳୋ ଗ୍ରାମରେ ଏକ ପାନୀୟ ଜଳ ଟ୍ୟାଙ୍କ ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ଏହାକୁ ସାଂସଦ ବୈଜୟନ୍ତ ପଣ୍ଡା ଲୋକାର୍ପଣ କରିବାର ଥିଲା। ମାତ୍ର ସାଂସଦଙ୍କ ଏହି କାର୍ଯ୍ୟକ୍ରମ ବାତିଲ ପାଇଁ ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ଓଝାଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିର ନକଲ ମୁଖ୍ୟମନ୍ତ୍ରୀ, ଡିଜିପି, ଗୃହ ସଚିବ ଓ ଏସ୍‌ପିଙ୍କୁ ମଧ୍ୟ ପଠାଇଛନ୍ତି।

ଦସ୍ତଖତକାରୀଙ୍କ ଅଭିଯୋଗ କରିଛନ୍ତି, ସାଂସଦ ଲୋକଙ୍କ ସହ ସଂପର୍କ ରଖୁନାହାନ୍ତି। ଦଳୀୟ କର୍ମୀଙ୍କ ସହ ଆଲୋଚନା ନକରି ଦଳ ବିରୋଧୀ ବ୍ୟକ୍ତିମାନଙ୍କ ସହାୟତାରେ ଏହି ପାନୀୟ ଜଳ ଟ୍ୟାଙ୍କ ଉଦ୍‌ଘାଟନ କରିବାକୁ ଯାଉଛନ୍ତି। ତେଣୁ ସାଧାରଣ ଲୋକଙ୍କ ଅସନ୍ତୋଷ ଉଗ୍ରରୂପ ଧାରଣ କରିବାର ଆଶଙ୍କା ଥିବାରୁ କାର୍ଯ୍ୟକ୍ରମକୁ ବାତିଲ୍  କରାଯାଉ।

ଗତ ମାସ ମେ’ ୩୦ ତାରିଖରେ ମଧ୍ୟ ମାହାଙ୍ଗା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜାତିପାରିଲୋ ଗାଁରେ ଓଭରହେଡ୍ ପାଣି ଟାଙ୍କି ଉଦ୍‌ଘାଟନ ବେଳେ ନିଜ ଦଳ ଭିତରୁ ବିରୋଧର ସମ୍ମୁଖୀନ ହୋଇଥିଲେ ବୈଜୟନ୍ତ। ଦଳୀୟ କର୍ମୀ ସାଂସଦଙ୍କ ଉପରକୁ ଅଣ୍ଡା ଓ ଢେଲା ପଥର ମାଡ଼ କରିଥିଲେ। ଏହି ଘଟଣା ପରେ ମଧ୍ୟ ସାଂସଦ ନିଜ ନିର୍ବାଚନମଣ୍ଡଳୀରେ ଉନ୍ନୟନ ମୂଳକ କାର୍ଯ୍ୟର ଉଦ୍‌ଘାଟନ ଓ ଶିଳାନ୍ୟାସ ଜାରି ରଖିଛନ୍ତି।

ଆଜି ମାର୍ଶାଘାଇ ଜଳପୋକ ପଞ୍ଚାୟତର ପକ୍ଷୋଟରେ ନିଜ ଅନୁଦାନ ପାଣ୍ଠିରୁ ନିର୍ମିତ ଓଭର ହେଡ୍ ପାଣ୍ଠିର ସମୀକ୍ଷାରେ ଯୋଗଦେବା ବେଳେ ଆସନ୍ତା ୧୧ ତାରିଖରେ ନିଶ୍ଚନ୍ତକୋଇଲିରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସ୍ପଷ୍ଟ କରିଥିଲେ ବୈଜୟନ୍ତ।

ନିଶ୍ଚିନ୍ତକୋଇଲି ବ୍ଲକ୍ ବିଜେଡି ପକ୍ଷରୁ ଅଣାଯାଇଥିବା ଅଭିଯୋଗ ଅମୂଳକ ବୋଲି କହିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ସଚିବ ଜ୍ୟୋତି ପ୍ରକାଶ ଘୋଷ। ସେ କହିଛନ୍ତି-“ମିଥ୍ୟା ଅଭିଯୋଗ ଆଣିଛି ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି। ସ୍ଥାନୀୟ ନେତାଙ୍କୁ ଭେଟିଛନ୍ତି ଆମ ଫିଲ୍‌ଡ଼ କୋ-ଅର୍ଡିନେଟର। ଦଳର ସ୍ଥାନୀୟ କର୍ମକର୍ତ୍ତା ଓ ବିଧାୟକଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି। ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟି ନିମନ୍ତ୍ରଣ ପତ୍ର ଦିଆଯାଇଛି।”

ସେ କହିଛନ୍ତି-“ଏମ୍‌ପି ଲାଡ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଲୋକେ ସମର୍ଥନ ଦେଉଛନ୍ତି। ଜନସ୍ୱାର୍ଥ ବିରୋଧୀ ନେତାଙ୍କୁ ଲୋକେ କ୍ଷମା ଦେବେନି। ଯେକୌଣସି ପରିସ୍ଥିତିରେ ସାଂସଦ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story