କଳାବ୍ୟାଜ୍ ପିନ୍ଧିଲେ ବୁର୍ଲା ବଡ଼ ମେଡିକାଲର ଜୁନିୟର ଡାକ୍ତର, ଏପ୍ରିଲ ୧ରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଧମକ

ସମ୍ବଲପୁର: ୯ ଦଫା ଦାବି ପୂରଣ ନେଇ ଅହେତୁକ ବିଳମ୍ୱ ହେଉଥିବା ପ୍ରତିବାଦରେ ଆଜିଠାରୁ ବୁର୍ଲା ବଡ଼ ମେଡିକାଲ୍‌ର ଜୁନିୟର ଡାକ୍ତରମାନେ କଳାବ୍ୟାଜ୍ ପିନ୍ଧି କାମ କରୁଛନ୍ତି। ମାର୍ଚ୍ଚ ମାସ ଶେଷ ସୁଦ୍ଧା ୯ ଦଫା ଦାବି ପୂରଣ ନ ହେଲେ ଏପ୍ରିଲ୍ ୧ ତାରିଖରୁ ପୁଣି ଥରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଜୁନିୟର ଡାକ୍ତର ସଂଘ ସଭାପତି ଶଙ୍କର ରାମଚନ୍ଦାନୀ କହିଛନ୍ତି,“ରୋଗୀଙ୍କୁ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆମେ […]

sambulpur

sambulpur

Rakesh Mallick
  • Published: Tuesday, 15 March 2016
  • Updated: 15 March 2016, 02:37 PM IST

ସମ୍ବଲପୁର: ୯ ଦଫା ଦାବି ପୂରଣ ନେଇ ଅହେତୁକ ବିଳମ୍ୱ ହେଉଥିବା ପ୍ରତିବାଦରେ ଆଜିଠାରୁ ବୁର୍ଲା ବଡ଼ ମେଡିକାଲ୍‌ର ଜୁନିୟର ଡାକ୍ତରମାନେ କଳାବ୍ୟାଜ୍ ପିନ୍ଧି କାମ କରୁଛନ୍ତି। ମାର୍ଚ୍ଚ ମାସ ଶେଷ ସୁଦ୍ଧା ୯ ଦଫା ଦାବି ପୂରଣ ନ ହେଲେ ଏପ୍ରିଲ୍ ୧ ତାରିଖରୁ ପୁଣି ଥରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଜୁନିୟର ଡାକ୍ତର ସଂଘ ସଭାପତି ଶଙ୍କର ରାମଚନ୍ଦାନୀ କହିଛନ୍ତି,“ରୋଗୀଙ୍କୁ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆମେ ୯ ଦଫା ଦାବି କରିଥିଲୁ। ଇତି ମଧ୍ୟରେ ତିନି ମାସ ବିତି ଗଲାଣି। କିନ୍ତୁ ଦାବିଗୁଡ଼ିକ ପୂରଣ କରାଯିବା ନେଇ ସରକାର କୌଣସି ଆଭାସ ଦେଇ ନାହାନ୍ତି। କେବଳ ମହିଳା ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଦାବିଗୁଡ଼ିକ ପୂରଣ କରାଯାଇ ନାହିଁ। ଏଣୁ ଆମେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବୁ। ଏହା ପରେ ଆନ୍ଦୋଳନକୁ ମେଡିକାଲ୍ ପରିସରରେ ସୀମିତ ନ ରଖି ପୂରା ପଶ୍ଚିମ ଓଡ଼ିଶାକୁ ପରିବ୍ୟାପ୍ତ କରିବୁ।”

ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ସୁନାମାଳି ବାଗ କହିଛନ୍ତି ଯେ ଜୁନିୟର ଡାକ୍ତର ସଂଘର ଦାବିଗୁଡ଼ିକୁ ପର୍ଯ୍ୟାୟକ୍ରମେ ପୂରଣ କରାଯାଉଛି। ନିର୍ଦ୍ଧାରିତ ସମୟରେ ମେଡିକାଲ୍‌ରେ ଏମ୍‌ଆର୍‌ଆଇ ମେସିନ୍ ସ୍ଥାପନ କରାଯିବ।

ଭିମସାର ଜୁନିୟର ଡାକ୍ତର ସଂଘର ଦାବି ନେଇ ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା। ଏଥିରେ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦିଆଯାଇଥିଲା। ଏହା ପରେ ଗତ ଫେବୃୟାରୀ ମାସ ୫ ତାରିଖରେ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ବୁର୍ଲା ଯାଇ ଆଲୋଚନା କରିଥିଲେ ଓ ପର୍ଯ୍ୟାୟକ୍ରମେ ଦାବି ପୂରଣ କରାଯିବ ବୋଲି କହିଥିଲେ। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବୁର୍ଲା ବଡ଼ମେଡିକାଲ୍‌ରେ ଏମ୍ଆରଆଇ ମେସିନ୍ ଲଗାଯିବ ବୋଲି ସେ କହିଥିଲେ। ସେହିପରି  ଆଞ୍ଚଳିକ ରୋଗ ନିଦାନ କେନ୍ଦ୍ର ବା ଆରଡିସି ୨୪ ଘଣ୍ଟା କାମ କରିବ ବୋଲି କହିଥିଲେ। ହସ୍‌ପିଟାଲ୍ ଓ ମେଡିକାଲ୍ କଲେଜ ପରିସରରେ  ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ, କଡ଼ା ସୁରକ୍ଷା ବ୍ୟବସ୍ଥା ଓ ହସ୍ପିଟାଲରେ ସିସିଟିଭି କ୍ୟାମେରା ଲାଗିବ ବୋଲି ସେ ସ୍ପଷ୍ଟ କରିଥିଲେ। ତେବେ ଏପର୍ଯ୍ୟନ୍ତ ମହିଳା ୱାର୍ଡ ସ୍ଥାନାନ୍ତର ବ୍ୟତୀତ ଅନ୍ୟ କୌଣସି ଦାବିଗୁଡ଼ିକ ପୂରଣ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story