କଟକ: ରଥଯାତ୍ରା ସମୟରେ ପୁରୀରେ ଠେଲାପେଲା ହୋଇ ଆହତ ଅବସ୍ଥାରେ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ୬ ଜଣଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଛି। ଏସସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ଏହି ସୂଚନା ଦେଇଛନ୍ତି । ୬ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଆଇସିୟୁରେ ରଖାଯାଇଥିବା ବେଳେ ପୂର୍ବରୁ ସଙ୍କଟାପୂର୍ଣ୍ଣ ଅବସ୍ଥାରେ ଥିବା ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଘଟିଛି।
ଅନ୍ୟପକ୍ଷରେ କଟକ ନଗର କଂଗ୍ରେସର ସଭାପତି ମହମ୍ମଦ ମୋକିମ୍ ଓ ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧ ଦଳ ଆହତ ମାନଙ୍କୁ ଭେଟିଛନ୍ତି। ତେବେ ସରକାରଙ୍କ ଅପାରଗତା କାରଣରୁ ଏହି ଦୁର୍ଘଟଣା ଘଟିଥିବା କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ନିଜ ବିଲକୁ ଯାଇଥିଲେ ଚାଷୀ, ମାରିଲା କରେଣ୍ଟ
ପାଚିଲା ଧାନ ଦେଖିବାକୁ ନିଜ ବିଲକୁ ଯାଇଥିଲେ ଚାଷୀ। ମାତ୍ର ଘଟିଗଲା ଅଘଟଣ । ପଡ଼ୋଶୀଙ୍କ ତାର ବାଡ଼ରେ ହାତ ପଡ଼ିଯିବାରୁ ମାରିଲା କରେଣ୍ଟ ଓ ସେଠାରେ ହିଁ ସେ ଟଳି ପଡ଼ିଲେ।
Accident
ସାଙ୍ଗଙ୍କ ସହ ସମୁଦ୍ରରେ ଗାଧୋଉଥିଲେ, ଭାସିଗଲେ ଯୁବକ
ସମୁଦ୍ରରେ ସ୍ନାନ ବେଳେ ବୁଡିଗଲେ ଯୁବକ । ବହୁ ଖୋଜାଖୋଜି ପରେ ବି ମିଳୁନି ପତ୍ତା।
Crime
ବିବାହକୁ ୬ ମାସ ପୂରିନି; ଯୌତୁକ ଜୁଇରେ ଜଳିଲେ ନବବଧୂ
ଝିଅକୁ ଯୋଜନାବଦ୍ଧ ଭାବେ ବିଷ ପିଆଇ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଞ୍ଜଳିଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
Crime
ପୁଅ ମାଡ଼ରେ ଗଲା ମା’ର ଜୀବନ; ୨୦ ଘଣ୍ଟା ହେଲା ପଡ଼ିଛି ମୃତଦେହ
ପୁଲିସ ଅଭିଯୁକ୍ତ ପୁଅକୁ ନେଇ ଅଟକ ରଖିବା ସହ ଘଟଣା ସଂପର୍କରେ ପଚରାଉଚରା କରିଛି।