ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଅଧରପଣା ନୀତି

ପୁରୀ: ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଅଧରପଣା ନୀତି। ତିନି ରଥର ପାର୍ଶ୍ୱ ଦେବାଦେବୀ, ଚଣ୍ଡି, ଚାମୁଣ୍ଡାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ନୀତି ଅନୁଷ୍ଠିତ ହେବ। ତିନିଠାକୁରଙ୍କ ରଥରେ ତୁମ୍ୱ ଆକୃତିର ୯ଟି ମାଟିପାତ୍ରରେ ଅଧରପଣା ପ୍ରସ୍ତୁତ କରାଯାଏ। କ୍ଷୀର, କଦଳୀ, ସର, ଛେନା ଇତ୍ୟାଦିରେ ମହାସୁଆରମାନେ ଏହି ପଣା ପ୍ରସ୍ତୁତ କରନ୍ତି। ରଥ ଉପରେ ଏହି ପଣାକୁ ରଖି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଏ। ଏହାପରେ ମାଟିପାତ୍ରକୁ ଭଙ୍ଗାଯାଏ। ପାର୍ଶ୍ୱ ଦେବାଦେବୀ ଏହି […]

jaganatha

jaganatha

Rakesh Mallick
  • Published: Tuesday, 28 July 2015
  • Updated: 16 July 2016, 07:56 AM IST

ପୁରୀ: ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଅଧରପଣା ନୀତି। ତିନି ରଥର ପାର୍ଶ୍ୱ ଦେବାଦେବୀ, ଚଣ୍ଡି, ଚାମୁଣ୍ଡାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ନୀତି ଅନୁଷ୍ଠିତ ହେବ। ତିନିଠାକୁରଙ୍କ ରଥରେ ତୁମ୍ୱ ଆକୃତିର ୯ଟି ମାଟିପାତ୍ରରେ ଅଧରପଣା ପ୍ରସ୍ତୁତ କରାଯାଏ। କ୍ଷୀର, କଦଳୀ, ସର, ଛେନା ଇତ୍ୟାଦିରେ ମହାସୁଆରମାନେ ଏହି ପଣା ପ୍ରସ୍ତୁତ କରନ୍ତି। ରଥ ଉପରେ ଏହି ପଣାକୁ ରଖି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଏ। ଏହାପରେ ମାଟିପାତ୍ରକୁ ଭଙ୍ଗାଯାଏ। ପାର୍ଶ୍ୱ ଦେବାଦେବୀ ଏହି ପଣା ପାଇ ନିଜ ନିଜ ସ୍ଥାନକୁ ଫେରିଯାଆନ୍ତି ବୋଲି ପୌରାଣିକ ଆଖ୍ୟାୟନ ରହିଛି। ଆଜି ସଂଧ୍ୟାରେ ଅଧରପଣା ନୀତି ହେବାର ନିର୍ଘଣ୍ଟ ରହିଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos