ପୁରୀ: ଦଇତାପତି ଓ ସୁଆର ନିଯୋଗ ମଧ୍ୟରେ ବିବାଦ

ପୁରୀ: ପାତାଳି ବିଗ୍ରହଙ୍କ ତ୍ରୟୋଦଶ ଉତ୍ସବକୁ ନେଇ ଶ୍ରୀମନ୍ଦିରରେ ପୁଣି ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଇତାପତି ଓ ସୁଆର ନିଯୋଗ ମଧ୍ୟରେ ବିବାଦରୁ ରୋଷହୋମ ନୀତିରେ ବିଳମ୍ୱ ହୋଇଛି। ତ୍ରୟୋଦଶ ଉତ୍ସବ ପାଇଁ ଦଇତାପତି ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ବେଢ଼ାରେ ଶନିବାର ସାଧୁ ସନ୍ଥ ଓ ଭକ୍ତଙ୍କ ଲାଗି ମହାପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ତେବେ ସୁଆର ନିଯୋଗ ଦଇତାପତିଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତି ଲାଗି ମନା କରିଦେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବିବାଦର ସମାଧାନ ପାଇଁ ଉଭୟ ନିଯୋଗ ମଧ୍ୟରେ ଏବେ ବୈଠକ ଚାଲିଛି।