ଭାଙ୍ଗିଗଲା ମହାପ୍ରସାଦ ଡାଲି ହାଣ୍ଡି, ବୋଝିଆ ଆହତ

ପୁରୀ: ଶ୍ରୀମନ୍ଦିରରେ ଡାଲି ହାଣ୍ଡି ଭାଙ୍ଗି ଜଣେ ବୋଝିଆ ଆହତ ହୋଇଛନ୍ତି। ତାଙ୍କ ନାଁ ରୋହିତ ଦାସ। ଗରମ ଡାଲି ପଡି ତାଙ୍କର ଦୁଇ ହାତ ଓ ଗୋଡ ପୋଡିଯାଇଛି। ତାଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ଶ୍ରୀଜିଉଙ୍କର ପ୍ରଥମ ଭୋଗମଣ୍ଡପ ଉଠିବା ପରେ ସେ ମହାପ୍ରସାଦ ହାଣ୍ଡି ଆନନ୍ଦ ବଜାରକୁ ଆଣୁଥିଲେ। ଏହି ସମୟରେ ଡାଲି ହାଣ୍ଡିଟି ଭାଙ୍ଗି ଯାଇଥିଲା।