ପୁରୀରେ ୨ ଦିନ ପାଇଁ ଉଚ୍ଛେଦ ବନ୍ଦ

ପୁରୀ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ରବିବାର ଓ ତା’ପର ଦିନ ଗଣେଶ ପୂଜା ଥିବାରୁ ଶ୍ରୀମନ୍ଦିର ଚାରି ପାର୍ଶ୍ୱରେ ଉଚ୍ଛେଦ କାମ ବନ୍ଦ ରହିବ। ପରେ ବଡ଼ଆଖଡ଼ା ଓ ସାନଛତା ମଠକୁ ଭଙ୍ଗାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ। ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କ ବାବଦରେ ସେ କହିଛନ୍ତି-“ମହନ୍ତଙ୍କର ବ୍ୟକ୍ତିଗତ ଜୀବନ ରହିଛି। କିଛି ନିଷ୍ପତ୍ତି ପୂର୍ବରୁ ଆଲୋଚନା ହେବ। ଟେକ୍ନିକାଲ ଟିମ୍‌ ସହ ଆଲୋଚନା କରିବା ପରେ […]

puri-eviction-work-will-stopped-for-two-days-from-tomorrow1

Manoranjan Sial
  • Published: Saturday, 31 August 2019
  • Updated: 31 August 2019, 09:29 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ରବିବାର ଓ ତା’ପର ଦିନ ଗଣେଶ ପୂଜା ଥିବାରୁ ଶ୍ରୀମନ୍ଦିର ଚାରି ପାର୍ଶ୍ୱରେ ଉଚ୍ଛେଦ କାମ ବନ୍ଦ ରହିବ। ପରେ ବଡ଼ଆଖଡ଼ା ଓ ସାନଛତା ମଠକୁ ଭଙ୍ଗାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ।

ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କ ବାବଦରେ ସେ କହିଛନ୍ତି-“ମହନ୍ତଙ୍କର ବ୍ୟକ୍ତିଗତ ଜୀବନ ରହିଛି। କିଛି ନିଷ୍ପତ୍ତି ପୂର୍ବରୁ ଆଲୋଚନା ହେବ। ଟେକ୍ନିକାଲ ଟିମ୍‌ ସହ ଆଲୋଚନା କରିବା ପରେ ଯାହା ନିଷ୍ପତ୍ତି ହେବ।”

ଶ୍ରୀମନ୍ଦିର ଚାରି ପାର୍ଶ୍ୱରେ ୭୫ ମିଟର ଉଚ୍ଛେଦ ଅଭିଯାନରେ ଆଜି ପାଳି ପଡ଼ିଥିଲା ମେଘନାଦ ପାଚେରି ସମ୍ମୁଖ ବଣିଆ ପଟିର। ଏମାର ମଠରୁ ଘର ଭଡ଼ା ନେଇ ଦୀର୍ଘ ୪୦ବର୍ଷ ଧରି ଗହଣା ବ୍ୟବସାୟ ଚଳାଇଥିବା ୧୦ରୁ ଅଧିକ ଜୁଏଲାରୀ ଦୋକାନ ଭାଙ୍ଗିବା ପାଇଁ ସକାଳୁ ସକାଳୁ ପହଞ୍ଚିଥିଲା ପ୍ରଶାସନ। ନୋଟିସ୍ ମୁତାବକ କେହି କେହି ଦୋକାନୀ ରାତାରାତି ଘର ଖାଲି କରିଦେଇଥିଲେ ତ ଆଉ କେହି ତରତର ହୋଇ ସାମାନପତ୍ର ବୋହି ନେଉଥିଲେ। ନିର୍ଦ୍ଧାରିତ ସମୟ ଅନୁସାରେ ଆରମ୍ଭ ହୋଇଥିଲା ଉଚ୍ଛେଦ କାର୍ଯ୍ୟ। ହେଲେ ଅକସ୍ମାତ ପ୍ରଶାସନର ଉଚ୍ଛେଦ ନୋଟିସ୍‌ ଓ ସଠିକ୍‌ ଥଇଥାନ ବ୍ୟବସ୍ଥା ହୋଇନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ବ୍ୟବସାୟୀ। ତେଣେ ଜିଲ୍ଲା ପ୍ରଶାସନ ସେହି ପୁରୁଣା କଥା ଦୋହରାଇ କହିଛି, ବିପଦ ସଙ୍କୁଳ କୋଠା ଭାଙ୍ଗୁଛୁ।

ପ୍ରଶାସନ ପ୍ରଥମେ ରଘୁନନ୍ଦନ ଲାଇବ୍ରେରୀ, ତା’ପରେ ଭୂତଳ ଅମାର ଘର ଓ ଆଜି ଦୋକାନ ଘର ଭାଙ୍ଗିଛି। ଏମାର ମଠର ଗୋଟିଏ ପରେ ଗୋଟିଏ ଅଙ୍ଗ ମାଟିରେ ମିଶୁଥିବା ବେଳେ ଏହି ପ୍ରସଙ୍ଗରେ କିନ୍ତୁ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରି ଆସୁଥିବା ମଠର ମହନ୍ତ ରାଜଗୋପାଳ ରାମାନୁଜ ଦାସ ଆଜି ଓଟିଭି ଆଗରେ ବଖାଣିଥିଲେ ମନର କ୍ଷୋଭ।

ସେ କହିଛନ୍ତି-“ମୁଁ ରହୁଥିବା ଘର ଓ ଗାଦି ଘର ନଭାଙ୍ଗିବା ପାଇଁ ପ୍ରଶାସନ ସହ ଆଲୋଚନା ବେଳେ କହିଥିଲି। ତେଣୁ କୌଣସି ହାଲତରେ ମଠ ଭିତର ବାସଗୃହ ଛାଡ଼ିବାର ପ୍ରଶ୍ନ ଉଠୁନି।”

ସୂଚନା ଅନୁସାରେ ଏମାର ମଠର ପ୍ରାୟ ୮୦ ପ୍ରତିଶତ ଅଂଶ ମାଟିରେ ମିଶି ସାରିଲାଣି। ଆଗକୁ ବଡ଼ ଆଖଡ଼ା ମଠ ପାଳି ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story