ପୁରୀ: ରାହାଙ୍ଗିରିଆ ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼

ପୁରୀ: ପୁରୀ ସଦର ଥାନା ଅର୍ନ୍ତଗତ ହରେକୃଷ୍ଣପୁର ରାହାଙ୍ଗିରିଆ ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ଘଟିଛି। ଏଥିରେ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପୁରୀ ବଡ଼ ଡାକ୍ତରଖାନ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୂର୍ଣ୍ଣଙ୍କ ତଳିପେଟରେ ଗୁଳି ବାଜିଛି । ଚାନ୍ଦା ଆଦାୟକୁ କେନ୍ଦ୍ର କରି ପୂର୍ଣ୍ଣଙ୍କର କାଳିଆ ପଲେଇ ନାମକ ଜଣେ ବ୍ୟକ୍ତିଙ୍କ ସହ ଶତ୍ରୁତା ଥିବା କୁହାଯାଉଛି। କାଳିଆ ତାଙ୍କୁ ଗୁଳିମାଡ କରିଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ସଦର ଥାନା ପୋଲିସ୍ ତଦନ୍ତ ଆରମ୍ଭ କରିଛି।