ପୁରୀ: ରଥରେ ବିଜେ ହେଲେ ତିନି ଠାକୁର

ପୁରୀ: ଆଜି ବାହୁଡ଼ା ଯାତ୍ରା। ମାଉସୀ ଘରୁ ଶ୍ରୀମନ୍ଦିରକୁ ଫେରିଯିବେ ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ। ଗୁଣ୍ଡିଚା ମନ୍ଦିରରୁ ପହଣ୍ଡିରେ ଅଣାଯାଇ ତିନି ଠାକୁରଙ୍କୁ ରଥରେ ବିଜେ କରାଯାଇଛି। ଆଜି ନିର୍ଦ୍ଧାରିତ ସମୟଠାରୁ ଏକ ଘଣ୍ଟା ପୂର୍ବରୁ ଶ୍ରୀଜିଉମାନଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପୂର୍ବାହ୍ନ ପ୍ରାୟ ୧୦ଟା ୫୭ରେ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଶ୍ରୀ ସୁଦର୍ଶନ ପହଣ୍ଡିରେ ଆସି ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନରେ ବିଜେ ହୋଇଥିଲେ। […]

bahuda

bahuda

Rakesh Mallick
  • Published: Sunday, 26 July 2015
  • Updated: 26 July 2015, 01:15 PM IST

Sports

Latest News

ପୁରୀ: ଆଜି ବାହୁଡ଼ା ଯାତ୍ରା। ମାଉସୀ ଘରୁ ଶ୍ରୀମନ୍ଦିରକୁ ଫେରିଯିବେ ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ। ଗୁଣ୍ଡିଚା ମନ୍ଦିରରୁ ପହଣ୍ଡିରେ ଅଣାଯାଇ ତିନି ଠାକୁରଙ୍କୁ ରଥରେ ବିଜେ କରାଯାଇଛି।

bahudaଆଜି ନିର୍ଦ୍ଧାରିତ ସମୟଠାରୁ ଏକ ଘଣ୍ଟା ପୂର୍ବରୁ ଶ୍ରୀଜିଉମାନଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପୂର୍ବାହ୍ନ ପ୍ରାୟ ୧୦ଟା ୫୭ରେ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଶ୍ରୀ ସୁଦର୍ଶନ ପହଣ୍ଡିରେ ଆସି ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନରେ ବିଜେ ହୋଇଥିଲେ। ତା’ପରେ ୧୧ଟା ୫୫ରେ ଭଡଭାଇ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ସେ ତାଳଧ୍ୱଜ ରଥରେ ବିଜେ ହୋଇ ସାରିବା ପରେ ପ୍ରାୟ ୧୨ଟା ୨୮ ବେଳକୁ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ସେ ଦର୍ପଦଳନରେ ବିଜେ ହେବା ପରେ ପହଣ୍ଡିରେ ଆସିଥିଲେ ଲୀଳାମୟ ଠାକୁର ଶ୍ରୀଜଗନ୍ନାଥ। ଦିନ ପ୍ରାୟ ୨ଟା ୧୫ ବେଳକୁ ସେ ରଥରେ ବିଜେ ହୋଇଥିଲେ।

ପହଣ୍ଡି ବିଜେ ଶେଷ ହୋଇଯାଇଥିବା ଯୋଗୁ ଏବେ ବେଶ କାର୍ଯ୍ୟ ସଂପନ୍ନ ହେବା ପରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କାର୍ଯ୍ୟ କରିବାକୁ ଆସିବେ। ଛେରା ପହଁରା ପରେ ଚାରମାଳ ଫିଟା ଓ ଘୋଡ଼ା ଯୋଚା କାର୍ଯ୍ୟ ସଂପନ୍ନ କରାଯିବ। ଏହା ପରେ ଅପରାହ୍ନ ୪ଟା ବେଳକୁ ରଥ ଟଣା ଆରମ୍ଭ କରାଯିବ।

ଗତକାଲି ସନ୍ଧ୍ୟା ଦର୍ଶନ ଶେଷ ହେବା ପରେ ବାହୁଡ଼ା ଯାତ୍ରା ପାଇଁ ରୀତିନୀତି ଆରମ୍ଭ ହୋଇଯାଇଥିଲା।  ଆଜି ଭୋର ୪ଟାରୁ ତିନି ଠାକୁରଙ୍କ ମଙ୍ଗଳ ଆରତି ଆରମ୍ଭ ହୋଇ ସାଢେ ୬ଟା ସୁଦ୍ଧା ଗୋପାଳ ବଲ୍ଲଭ ଓ ସକାଳ ଧୂପ କାର୍ଯ୍ୟ ସଂପନ୍ନ ହୋଇଥିଲା। ତା’ପରେ ତିନି ଠାକୁରଙ୍କ ସେନାପାଟ ଲାଗି ହୋଇଥିଲା। ମଙ୍ଗଳାର୍ପଣ ପରେ ପହଣ୍ଡି ବିଜେ କାର୍ଯ୍ୟ ଆରମ୍ଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story