ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

<p>ପୁରୀ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି। ପୂର୍ବ ମନୋନୀତ ସଦସ୍ୟମାନେ ରତ୍ନଭଣ୍ଡାର ଭିତରକୁ ଯାଇ ଯାଞ୍ଚ କରିବେ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ସେମାନେ ରତ୍ନ ଭଣ୍ଡାରର ଛାତ ସହ କାନ୍ଥର ଯାଞ୍ଚ କରିବେ। ଯାଞ୍ଚ ସମୟରେ ସାଧାରଣ ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଯାଞ୍ଚ ପରେ ତୁରନ୍ତ ମୁଖ୍ୟ ପ୍ରଶାସକଙ୍କୁ ଯାଞ୍ଚକାରୀ ରିପୋର୍ଟ ଦେବେ। ଯାଞ୍ଚ ସମୟରେ କଡ଼ାକଡ଼ି ଭାବେ ଏସ୍ଓପି ପାଳନ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଡ଼ଉ କରଣ, ଦେଉଳ କରଣ, ASIର ୨ ଜଣ ଯନ୍ତ୍ରୀ, ASI କୋର କମିଟିର ୨ ସଦସ୍ୟ ଜି.ସି.ମିତ୍ର ଓ ଏନ୍.ସି.ପାଲ୍ ଏବଂ ହାଇକୋର୍ଟଙ୍କ ପକ୍ଷରୁ ଜଷ୍ଟିସ ଏନ୍.କେ.ମହାନ୍ତି ରତ୍ନଭଣ୍ଡାରକୁ ଯିବା ପାଇଁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏମାନେ ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ଶ୍ରୀଲୋକନାଥଙ୍କ ପୂଜାର୍ଚ୍ଚନା କରି ଭିତରେ ଯାହା ଦେଖିବେ ତାହା ପ୍ରକାଶ କରିବେ ନାହିଁ ବୋଲି ଶପଥ ନେବେ।</p>

Ordigital Desk
  • Published: Tuesday, 03 April 2018
  • Updated: 03 April 2018, 07:30 AM IST
<p>ପୁରୀ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି। ପୂର୍ବ ମନୋନୀତ ସଦସ୍ୟମାନେ ରତ୍ନଭଣ୍ଡାର ଭିତରକୁ ଯାଇ ଯାଞ୍ଚ କରିବେ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ସେମାନେ ରତ୍ନ ଭଣ୍ଡାରର ଛାତ ସହ କାନ୍ଥର ଯାଞ୍ଚ କରିବେ। ଯାଞ୍ଚ ସମୟରେ ସାଧାରଣ ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଯାଞ୍ଚ ପରେ ତୁରନ୍ତ ମୁଖ୍ୟ ପ୍ରଶାସକଙ୍କୁ ଯାଞ୍ଚକାରୀ ରିପୋର୍ଟ ଦେବେ। ଯାଞ୍ଚ ସମୟରେ କଡ଼ାକଡ଼ି ଭାବେ ଏସ୍ଓପି ପାଳନ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଡ଼ଉ କରଣ, ଦେଉଳ କରଣ, ASIର ୨ ଜଣ ଯନ୍ତ୍ରୀ, ASI କୋର କମିଟିର ୨ ସଦସ୍ୟ ଜି.ସି.ମିତ୍ର ଓ ଏନ୍.ସି.ପାଲ୍ ଏବଂ ହାଇକୋର୍ଟଙ୍କ ପକ୍ଷରୁ ଜଷ୍ଟିସ ଏନ୍.କେ.ମହାନ୍ତି ରତ୍ନଭଣ୍ଡାରକୁ ଯିବା ପାଇଁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏମାନେ ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ଶ୍ରୀଲୋକନାଥଙ୍କ ପୂଜାର୍ଚ୍ଚନା କରି ଭିତରେ ଯାହା ଦେଖିବେ ତାହା ପ୍ରକାଶ କରିବେ ନାହିଁ ବୋଲି ଶପଥ ନେବେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos