ଫସର ଫାଟିଲା ରଥଯାତ୍ରା ସିଧା ପ୍ରସାରଣ ବିଡିଂ ଯୋଜନା, ଏବେ ସବୁ ଚ୍ୟାନେଲଙ୍କୁ ଅନୁମତି

ପୁରୀ (ଓଡ଼ିଶା ରିପୋର୍ଟର): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କ ଘୋଷଯାତ୍ରାର ସିଧାପ୍ରସାରଣ ପାଇଁ ସପ୍ତାହେ ତଳେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଖବର କାଗଜରେ ଏହି ବିଜ୍ଞାପନ ବାହାର କରିଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ଉଭୟ ଉଦ୍‌ବେଗ ଓ ସନ୍ଦେହ ପ୍ରକାଶ ପାଇଥିଲା। ଏହା ପରେ ଚ୍ୟାନେଲମାନେ ବିଡିଂ ଦାଖଲ କଲେ। ଗତକାଲି ଖୋଲିଥିବା ବିଡିଂରେ ଓଡ଼ିଶାର ନମ୍ୱର ୱାନ୍‌ ନ୍ୟୁଜ୍‌ ଚ୍ୟାନେଲ୍‌ ଓଟିଭି ସବୁଠୁ ଆଗରେ ରହିଥିଲା। କିନ୍ତୁ ଆଜି […]

puri-temple-admin-takes-u-turn-and-say-all-tv-channels-allowed-for-direct-telecast-of-rath-yatra

puri-temple-admin-takes-u-turn-and-say-all-tv-channels-allowed-for-direct-telecast-of-rath-yatra

Manoranjan Sial
  • Published: Tuesday, 11 June 2019
  • Updated: 11 June 2019, 10:01 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କ ଘୋଷଯାତ୍ରାର ସିଧାପ୍ରସାରଣ ପାଇଁ ସପ୍ତାହେ ତଳେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଖବର କାଗଜରେ ଏହି ବିଜ୍ଞାପନ ବାହାର କରିଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ଉଭୟ ଉଦ୍‌ବେଗ ଓ ସନ୍ଦେହ ପ୍ରକାଶ ପାଇଥିଲା। ଏହା ପରେ ଚ୍ୟାନେଲମାନେ ବିଡିଂ ଦାଖଲ କଲେ। ଗତକାଲି ଖୋଲିଥିବା ବିଡିଂରେ ଓଡ଼ିଶାର ନମ୍ୱର ୱାନ୍‌ ନ୍ୟୁଜ୍‌ ଚ୍ୟାନେଲ୍‌ ଓଟିଭି ସବୁଠୁ ଆଗରେ ରହିଥିଲା। କିନ୍ତୁ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତାଙ୍କର ଆଭିମୁଖ୍ୟ ବଦଳାଇଛନ୍ତି। ରଥଯାତ୍ରାର ସିଧାପ୍ରସାରଣ ପାଇଁ କୌଣସି ଚ୍ୟାନେଲ୍‌କୁ ବନ୍ଦ କରାଯିବ ନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ଜଗନ୍ନାଥ ସଂସ୍କୃତିର ଯେତେ ପ୍ରଚାର ପ୍ରସାର ହେବ, ସେତେ ଭଲ ବୋଲି ସେ କହିଛନ୍ତି।

ମହାପ୍ରଭୁଙ୍କ ରଥଯାତ୍ରାର ସିଧାପ୍ରସାରଣ ପାଇଁ ଯଦି ସବୁ ଚ୍ୟାନେଲ୍‌କୁ ଅନୁମତି ଦିଆଯିବ, ତାହାହେଲେ ଶ୍ରୀମନ୍ଦିର ପ୍ରଶାସନ ଏତେ ନାଟକ କାହିଁକି କରୁଥିଲା? କାହିଁକି ବିଜ୍ଞପ୍ତି, ବିଜ୍ଞାପନ ଓ ବିଡିଂ ପ୍ରକ୍ରିୟା କରୁଥିଲା? ଭ୍ରମାତ୍ମକ ବିଜ୍ଞପ୍ତି ଦେଇ ଟିଭି ଚ୍ୟାନେଲ୍ ଗୁଡ଼ିକର କର୍ତ୍ତୃପକ୍ଷ ଓ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କୁ ବିଭ୍ରାନ୍ତ କରିବା ପଛରେ କାରଣ କଣ ଥାଇପାରେ? ବିଡିଂରେ ଭାଗ ନେଇଥିବା ୭ଟି ଚ୍ୟାନେଲ୍ ମଧ୍ୟରୁ ଓଟିଭି ହାଏଷ୍ଟ୍ ବିଡର୍ ହୋଇଥିବାରୁ ରାତାରାତି ନିଷ୍ପତ୍ତି ବଦଳାଇ ନାହିଁ ତ ଶ୍ରୀମନ୍ଦିର ପ୍ରଶାସନ? ଏହିପରି ଅନେକ ପ୍ରଶ୍ନ ମନକୁ ଆସିବା ସ୍ୱାଭାବିକ।

ଆଜି ଅନୁଷ୍ଠିତ ପରିଚାଳନା କମିଟିର ବୈଠକ ପରେ ମୁଖ୍ୟ ପ୍ରଶାସକ ସଫେଇ ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିର ପାଣ୍ଠି ବୃଦ୍ଧି ପାଇଁ କିଏ କେତେ ଅର୍ଥ ଦେଇପାରିବେ, ସେ ବିଷୟରେ ଜାଣିବା ଲାଗି ବିଡିଂ ବ୍ୟବସ୍ଥା କରାଯାଇଥିଲା। ତେବେ କେଉଁ ଚ୍ୟାନେଲ ଦେୟ ବାବଦକୁ କେତେ ଅର୍ଥ ଦେବେ, ସେନେଇ ପ୍ରଶାସକଙ୍କ କଥାରେ ସ୍ପଷ୍ଟତା ମଧ୍ୟ ନାହିଁ। ଅନ୍ୟପକ୍ଷରେ ଚ୍ୟାନେଲ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଦେୟ ନିର୍ଦ୍ଧାରଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର କହିଛନ୍ତି।

ସେପଟେ ସ୍ନାନଯାତ୍ରାକୁ ଆଉ ମାତ୍ର ୬ ଦିନ ବାକି ଥିବା ବେଳେ ପ୍ରଶାସନର ଏଭଳି ଖାମଖିଆଲି ନିଷ୍ପତ୍ତି ସିଧାପ୍ରସାରଣ ଲାଗି ଆବଶ୍ୟକ ହେଉଥିବା ବିଭିନ୍ନ ବ୍ୟବସ୍ଥା କରିବାରେ ଚ୍ୟାନେଲମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଓଟିଭିର ନେଟ୍‌ୱାର୍କର ଡିଜିଏମ୍‌ ଶ୍ୟାମା ପ୍ରସାଦ ମିଶ୍ର କହିଛନ୍ତି।

ବିଡିଂ ବିବାଦର କୌଣସି ସନ୍ତୋଷଜନକ ସମାଧାନ ହୋଇନଥିବା ବେଳେ ଆଜି ଆଉ ଏକ ଦ୍ୱନ୍ଦ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ସ୍ନାନଯାତ୍ରାଠୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଘୋଷଯାତ୍ରାର ଧାରା ବିବରଣୀ ପ୍ରଦାନ କରୁଥିବା ଘୋଷକମାନଙ୍କର ଜଗନ୍ନାଥ ସଂସ୍କୃତି ସଂପର୍କିତ ଜ୍ଞାନକୁ ନେଇ ପ୍ରଶ୍ନ ଉଠାଇଛି ଶ୍ରୀମନ୍ଦିର ପ୍ରଶାସନ। ସେଦୃଷ୍ଟିରୁ ଟିଭି ଚ୍ୟାନେଲମାନେ ନିଜ ନିଜ ଘୋଷକଙ୍କ ନାମ ତାଲିକା ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିବାକୁ କୁହାଯାଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନ କେଉଁ ମାନଦଣ୍ଡ ଅନୁସାରେ ଘୋଷକଙ୍କ ଯୋଗ୍ୟତା ନିର୍ଦ୍ଧାରଣ କରିବ, ତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos