ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ଗୁପ୍ତ ନୀତି ପାଇଁ ଅପରାହ୍ନ ସା‍ଢ଼େ ୪ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଅର୍ଥାତ୍ ୪ ଘଣ୍ଟା ଧରି ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ କରି ପାରିବେ ନାହିଁ। ଶ୍ରୀମନ୍ଦିର ସୂଚନା ଅଧିକାରୀ ସୁଦୀପ ଚାଟାର୍ଜୀ ଏହି ସୂଚନା ଦେଇଛନ୍ତି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରରେ ଜୟବିଜୟ ଦ୍ୱାର ବନ୍ଦ ହେବ। କ’ଣ ଏହି ବନକଲାଗି […]

puri

puri

Jitendra Garnayak
  • Published: Thursday, 20 December 2018
  • Updated: 20 December 2018, 11:20 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ଗୁପ୍ତ ନୀତି ପାଇଁ ଅପରାହ୍ନ ସା‍ଢ଼େ ୪ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଅର୍ଥାତ୍ ୪ ଘଣ୍ଟା ଧରି ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ କରି ପାରିବେ ନାହିଁ।

ଶ୍ରୀମନ୍ଦିର ସୂଚନା ଅଧିକାରୀ ସୁଦୀପ ଚାଟାର୍ଜୀ ଏହି ସୂଚନା ଦେଇଛନ୍ତି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରରେ ଜୟବିଜୟ ଦ୍ୱାର ବନ୍ଦ ହେବ।

କ’ଣ ଏହି ବନକଲାଗି ନୀତି?

ଶ୍ରୀମନ୍ଦିରରର ଅନେକ ନୀତିକାନ୍ତି ମଧ୍ୟରୁ ବନକଲାଗି ଗୋଟିଏ ନୀତି। ଏହାର ଅର୍ଥ କ’ଣ ଅନେକ ଜାଣି ନ ଥାନ୍ତି । ବନକ ଲାଗିର ଅର୍ଥ ହେଉଛି ଶ୍ରୀବିଗ୍ରହମାନଙ୍କୁ ବର୍ଣ୍ଣ-କରିବା ବା ରଙ୍ଗ କରିବା। ଏହାକୁ ଶ୍ରୀମନ୍ଦିରର ପାରମ୍ପରିକ ଭାଷାରେ ‘ବନକଲାଗି’ ବୋଲି କୁହାଯାଏ।

ଛତିଶାନିଯୋଗ ସେବାକାରୀଙ୍କ ମଧ୍ୟରୁ ଦତ୍ତ ମହାପାତ୍ର ସେବକମାନେ ଏହି ନୀତି ସମ୍ପନ୍ନ କରିଥାନ୍ତି। ରୂପା ପିଙ୍ଗଣ ବା ବଟାରେ ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଏହି ନୀତି ସମ୍ପନ୍ନ ହୋଇଥାଏ। ବନକଲାଗି ସମୟରେ ଅନ୍ୟ କୌଣସି ନୀତି ପାଳନ ହୋଇ ନ ଥାଏ । ଏଥିପାଇଁ ମହାପ୍ରଭୁଙ୍କ ଦର୍ଶନକୁ ମଧ୍ୟ ବନ୍ଦ କରିଦିଆ ଯାଇଥାଏ।

ଅଧିକ ଜାଣିବାକୁ ପଢ଼ନ୍ତୁ: ଜାଣିଛନ୍ତି କି, କ’ଣ ଏହି “ବନକଲାଗି” ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos