ସୁରତ ଫେରନ୍ତାଙ୍କ ପାଇଁ ଚାଲିଛି ପ୍ରସ୍ତୁତି, ଆସିଲେ ଏଇଠି ରହିବେ

ବ୍ରହ୍ମପୁର/ ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାହାର ଲୋକ ଆସିଲେ, ରାଜ୍ୟରେ ବଢିବ ପଜିଟିଭ ସଂଖ୍ୟା। କରୋନାକୁ ସାମାନ୍ୟ ହେଳା କଲେ ବିପଦ। ସାବଧାନ ରହିଲେ ଏହାକୁ  ଏଡ଼ାଇ ପାରିବା ବୋଲି ରାଜ୍ୟ ବାହାରୁ ଫେରୁଥିବା ଓଡ଼ିଆଙ୍କ ସମ୍ପର୍କରେ ଆଜି ଭିଡିଓ ବାର୍ତ୍ତା ଦେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ। ପ୍ରଥମେ ବିଦେଶ ଫେରନ୍ତା, ତାପରେ ନିଜାମୁଦ୍ଦିନ ଫେରନ୍ତାଙ୍କ ଯତ୍ନ ଚାଲେଂଜ ଥିଲା, ହେଲେ ଏବେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯତ୍ନ  ଆହ୍ୱାନ ହୋଇଛି ବୋଲି ବି କହିଛନ୍ତି ନବୀନ […]

tnm

tnm

Tapas Behera
  • Published: Wednesday, 29 April 2020
  • Updated: 29 April 2020, 08:44 PM IST

Sports

Latest News

ବ୍ରହ୍ମପୁର/ ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାହାର ଲୋକ ଆସିଲେ, ରାଜ୍ୟରେ ବଢିବ ପଜିଟିଭ ସଂଖ୍ୟା। କରୋନାକୁ ସାମାନ୍ୟ ହେଳା କଲେ ବିପଦ। ସାବଧାନ ରହିଲେ ଏହାକୁ  ଏଡ଼ାଇ ପାରିବା ବୋଲି ରାଜ୍ୟ ବାହାରୁ ଫେରୁଥିବା ଓଡ଼ିଆଙ୍କ ସମ୍ପର୍କରେ ଆଜି ଭିଡିଓ ବାର୍ତ୍ତା ଦେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ।

ପ୍ରଥମେ ବିଦେଶ ଫେରନ୍ତା, ତାପରେ ନିଜାମୁଦ୍ଦିନ ଫେରନ୍ତାଙ୍କ ଯତ୍ନ ଚାଲେଂଜ ଥିଲା, ହେଲେ ଏବେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯତ୍ନ  ଆହ୍ୱାନ ହୋଇଛି ବୋଲି ବି କହିଛନ୍ତି ନବୀନ । ତେବେ ନିୟମ ମାନି ଚଳିଲେ ଓଡ଼ିଶା କରୋନା ନିୟନ୍ତ୍ରଣରେ ଇତିହାସ ସୃଷ୍ଟି କରିବ ବୋଲି ସେ  କହିଛନ୍ତି।

ସୁରତ ସହରରୁ ୪ଟି ବସ୍‌ରେସିଧା ଘର ମୁହାଁ ହୋଇଛନ୍ତି ଦୁଇ ଶହରୁ ଅଧିକ ଓଡ଼ିଆ।  ଠିକ୍  ଏମାନଙ୍କ ଭଳି ଆଗକୁ ଆହୁରି ଫେରିବେ ଲକ୍ଷାଧିକ ପ୍ରବାସୀ ଓଡ଼ିଆ। ତାପୁଣି ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ,  ତାମିଲନାଡୁ, କର୍ଣ୍ଣାଟକ ଓ  ରାଜସ୍ଥାନରୁ । ତେଣୁ ଆଗାମୀ କିଛି ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଆଜି ଏକ ଭିଡିଓ ବାର୍ତ୍ତାରେ  କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାହାର ଲୋକ ଆସିଲେ, ପଜିଟିଭ୍ ସଂଖ୍ୟା ବଢ଼ିବ। ତେବେ ଯଦି ସରକାରଙ୍କୁ ସହଯୋଗ କରିବେ,  ତେବେ ସ୍ଥିତି ନିୟନ୍ତ୍ରଣରେ ରହିବ ବୋଲି ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ବାହାରୁ ଆସୁଥିବା ପ୍ରତ୍ୟେକ ଲୋକଙ୍କ  ରେଜିଷ୍ଟ୍ରେସନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ସହ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ସହଯୋଗ କରିବାକୁ ମଧ୍ୟ କହିଛନ୍ତି । ଏଥିସହ  ସାମାନ୍ୟ ଟିକିଏ ହେଳା, ସମସ୍ତଙ୍କୁ ବିପଦରେ ପକାଇ ପାରେ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ମାତ୍ର ୧୦ ପ୍ରତିଶତ ଲୋକଙ୍କ ଭୁଲ୍‌ରେ ସମସ୍ୟା  ଶହେ ଗୁଣ ବଢ଼ିଯିବ ବୋଲି ଜଣାଇ ଛନ୍ତି । ତେବେ ଓଡ଼ିଶାର ସ୍ଥିତି ଅନ୍ୟ ରାଜ୍ୟମାନଙ୍କଠୁ ବହୁତ ଭଲ, ଏଠି ପରିସ୍ଥିତି ନିୟନ୍ତ୍ରଣରେ ଅଛି ଓ ନିୟମ  ମାନି ଚଳିଲେ ଓଡ଼ିଶା କରୋନା ନିୟନ୍ତ୍ରଣରେ ଇତିହାସ କରିବ ବୋଲି କହିଛନ୍ତି ନବୀନ।

ସେପଟେ ଗଞ୍ଜାମ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ସଂଗରୋଧ ରହଣୀ ପାଇଁ ସବୁଠି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି। ବିଶେଷ କରି ଆସ୍କାର  ବଡ଼ଖୋଲି, ଗୋଲିଆ ପଞ୍ଚାୟତର ଆଦର୍ଶ  ବିଦ୍ୟାଳୟରେ  ଚାଲିଛି ପ୍ରସ୍ତୁତି।

ସେପଟେ ଗଂଜାମ  ଜିଲ୍ଲାପାଳ କହିଛନ୍ତି, ୧୪ ଦିନିଆ କ୍ୱାରେଣ୍ଟାଇନ୍ ସମୟରେ କେହି ବି ନିୟମ ଉଲ୍ଲଂଘନ କଲେ ଆଇନ୍ ଅନୁସାରେ କାଯର୍ୟାନୁଷ୍ଠାନ ହେବ। ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ଏବେ ସମୁଦାୟ କରୋନା ସଂକ୍ରମିତଙ୍କ ମଧ୍ୟରୁ ବିଦେଶ ଫେରନ୍ତା ୫ ପ୍ରତିଶତ। ଦେଶର ବିଭିନ୍ନ  ରାଜ୍ୟରୁ ଫେରିଥିବା ଆକ୍ରାନ୍ତା ୪୫ ପ୍ରତିଶତ ଓ ଏମାନଙ୍କ ମଧ୍ୟରେ ଆସି ବାକି ୫୦ ପ୍ରତିଶତ ସଂକ୍ରମିତ ହୋଇଛନ୍ତି । ଆଉ ରାଜ୍ୟରେ ଏଯାଏଁ  ୫୦ ଜଣ ପଶ୍ଚିମବଙ୍ଗ ଫେରନ୍ତା ଚିହ୍ନଟ ହୋଇସାରିଲେଣି।  ଆଗକୁ ପୁଣି ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଘରକୁ ଫେରିବାକୁ ଅପେକ୍ଷା କରିଛନ୍ତି ।  ଯାହାକୁ ନେଇ ବଢୁଛି ଚିନ୍ତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos