ରାଜ୍ୟ ବାହାରୁ ଫେରିଥିବା ୭୮୨୩୩ଜଣଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣର ମୁକାବିଲା ପାଇଁ ସମଗ୍ର ଦେଶରେ ଏବେ ୨୧ଦିନିଆ ଲକଡାଉନ୍ ଲାଗୁ ହୋଇଥିବାବେଳେ ରାଜ୍ୟ ବାହାରୁ ଘରକୁ ଫେରିଥିବା ୭୮୨୩୩ଜଣଙ୍କୁ ୧୪ଦିନିଆ ହୋମ୍ କ୍ୱାରେଣ୍ଟାଇନରେ ରହିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ବ୍ୟକ୍ତିମାନେ କରୋନା ପ୍ରଭାବିତ  ରାଜ୍ୟରୁ ଆସିଥିବାରୁ ସେମାନଙ୍କୁ ତୁରନ୍ତ ନିଜକୁ ଘର ମଧ୍ୟରେ ସଙ୍ଗରୋଧ କରି ରହିବାକୁ ପରାମର୍ଶ ଦିଆଯାଇଛି। ଆଜି ଏ ସମ୍ପର୍କରେ ନିୟମିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ […]

nbc12

nbc12

Tapaswini Nayak
  • Published: Wednesday, 25 March 2020
  • Updated: 25 March 2020, 07:14 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣର ମୁକାବିଲା ପାଇଁ ସମଗ୍ର ଦେଶରେ ଏବେ ୨୧ଦିନିଆ ଲକଡାଉନ୍ ଲାଗୁ ହୋଇଥିବାବେଳେ ରାଜ୍ୟ ବାହାରୁ ଘରକୁ ଫେରିଥିବା ୭୮୨୩୩ଜଣଙ୍କୁ ୧୪ଦିନିଆ ହୋମ୍ କ୍ୱାରେଣ୍ଟାଇନରେ ରହିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ବ୍ୟକ୍ତିମାନେ କରୋନା ପ୍ରଭାବିତ  ରାଜ୍ୟରୁ ଆସିଥିବାରୁ ସେମାନଙ୍କୁ ତୁରନ୍ତ ନିଜକୁ ଘର ମଧ୍ୟରେ ସଙ୍ଗରୋଧ କରି ରହିବାକୁ ପରାମର୍ଶ ଦିଆଯାଇଛି।
ଆଜି ଏ ସମ୍ପର୍କରେ ନିୟମିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଡଃ ସୁବ୍ରତୋ ବାଗଚୀ କହିଛନ୍ତି ଯେ, ବାହାରେ ରାଜ୍ୟରେ କାମ କରୁଥିବା ପ୍ରାୟ ୭୮୨୩୩ଜଣ ଓଡ଼ିଶା ଫେରିଥିବା ଖବର ସରକାରଙ୍କ ନଜରକୁ ଆସିଛି। ସେମାନେ ପ୍ରଭାବିତ ରାଜ୍ୟଗୁଡ଼ିକରୁ ଆସିଥିବାରୁ ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି ।

ଫେରିଥିବା ଲୋକଙ୍କ ମଧ୍ୟରୁ ୫୦୦ଜଣ ଲେଖାଏଁ ୩ଟି ଜିଲ୍ଲାରୁ ରହିଥିବାବେଳେ ଅନ୍ୟ ୨୭ଟି ଜିଲ୍ଲାରେ ଏହି ଲୋକଙ୍କ ସଂଖ୍ୟା ୧ହଜାରରୁ ୧୧ହଜାର ମଧ୍ୟରେ ରହିଛି। ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ୧୧,୦୮୪ ଜଣ, ବାଲେଶ୍ୱରକୁ ୬୪୪୨, କଳାହାଣ୍ଡିକୁ ୪୪୪୮  ଓ ଫୁଲବାଣୀକୁ ୪୩୦୬ ଜଣ ବ୍ୟକ୍ତି ଆସିଛନ୍ତି।  ଏମାନଙ୍କ ଉପରେ ନଜର ରଖିବାକୁ ପଞ୍ଚାୟତ ଓ ଜିଲ୍ଲାସ୍ତରର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ବାହାରୁ ଆସିଥିବା ଏହି ଲୋକମାନଙ୍କୁ ବୁଝାଇବା ଦାୟିତ୍ୱ ସରପଞ୍ଚମାନଙ୍କୁ ଦିଆଯାଇଛି। ଯାହାଫଳରେ ସେମାନେ ୧୪ ଦିନିଆ ହୋମ କ୍ୱାରେନଟାଇନ୍‌ରେ ରହିପାରିବେ।

ସେହିପରି ବିଦେଶରୁ ଫେରି ସ୍ୱଇଚ୍ଛାରେ ପଞ୍ଜିକୃତ ହୋଇଥିବା ଲୋକଙ୍କ ସଂଖ୍ୟା ୪୦୧୫ରେ ପହଞ୍ଚିଥିବାବେଳେ ଆଜିସୁଦ୍ଧା ମୋଟ ୧୩୩ଜଣଙ୍କ ନମୂନାକୁ ପରୀକ୍ଷା ନିମନ୍ତେ ପଠାଯାଇଥିଲା। ସେଥିରୁ ୧୨୯ଜଣଙ୍କ ନମୂନା ନେଗଟିଭ୍ ଥିବାବେଳେ ୪ଜଣଙ୍କ ରିପୋର୍ଟ ଆସିନାହିଁ। କରୋନା(କୋଭିଡ୍ -୧୯) ପଜେଟିଭଙ୍କ ସଂଖ୍ୟା ସେହି ୨ରେ ସୀମିତ ରହିଛି । ବିଭିନ୍ନ ହସ୍ପିଟାଲର ଆଇସୋଲେସନ୍‌ରେ ୩୬ଜଣ ରୋଗୀ ଅଛନ୍ତି। ପୂର୍ବରୁ ଚିହ୍ନଟ ହୋଇଥିବା ସମ୍ପୃକ୍ତ ୨ଜଣ କରୋନା ଆକ୍ରାନ୍ତ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୫୭ଜଣଙ୍କ ମଧ୍ୟରୁ ୫୪ଜଣଙ୍କ ଉପରେ ନଜର ରଖାଯାଇଛି। ଅନ୍ୟ ୩ଜଣଙ୍କୁ ଏବେବି ଖୋଜା ଚାଲିଛି।
ଏବେ ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୬୨ରେ ପହଞ୍ôଚଥିବାବେଳେ ମୃତ୍ୟୁ ସଂଖ୍ୟା ୧୧ ହୋଇଛି।
ତେବେ ସମଗ୍ର ବିଶ୍ୱରେ ଆଜି କରୋନା ପ୍ରଭାବିତଙ୍କ ସଂଖ୍ୟା ୪ଲକ୍ଷ ୨୨ହଜାର ୮୨୯ ଥିବାବେଳେ ଗତକାଲି ଏହା ୩ଲକ୍ଷ ୮୨ହଜାର ୮୦୦ ଥିଲା। ଏଥିରୁ ୨ ଲକ୍ଷ ୯୦ହଜାର ୮୨୦ଜଣଙ୍କ ଚିକିତ୍ସା ଚାଲିଥିବାବେଳେ ୧ଲକ୍ଷ ୯ହଜାର ୧୦୨ଜଣ ସୁସ୍ଥ ଅଛନ୍ତି। ତେଣୁ ବିଶ୍ୱସ୍ତରରେ ପ୍ରଭାବିତଙ୍କ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ଗୁଣ ରହିଥିବାରୁ ଭାରତ ତଥା ଓଡ଼ିଶାରେ ଆଗାମୀ ଦିନରେ ସ୍ଥିତି ବିସ୍ଫୋରକ ରୂପ ନେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଶ୍ରୀ ବାଗଚୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story