ଧନମଣ୍ଡିରେ ଚଢାଉ: ଚାଷୀଙ୍କୁ ଠକୁଥିବା ୩ ଦଲାଲ ଧରାପଡ଼ିଲେ

ମାଲକାନଗିରି (ଓଡ଼ିଶା ରିପୋର୍ଟର): ସ୍ଥାନୀୟ ଚାଷୀଙ୍କ ଠାରୁ କମଦରରେ ଧାନ କିଣି ମଣ୍ଡିରେ ବିକୁଥିବା ଅଭିଯୋଗରେ ମାଲକାନଗିରି କାଲଦାପାଲ୍ଲୀ ମଣ୍ଡିରେ ଯୋଗାଣ ବିଭାଗର ଚଢ଼ାଉ  କରି ୩ ଜଣ ଦଲାଲଙ୍କୁ ଧରିଛି। ଏହାପରେ ଉକ୍ତ ଦଲାଲମାନଙ୍କୁ ପୋଲିସର ଜିମା ଦିଆଯାଇଛି। ତେବେ ଘଟଣା ସ୍ଥଳରୁ ୫ ଜଣ ଦଲାଲ ଫେରାର ହୋଇଯିବାକୁ ସକ୍ଷମ ହୋଇଛନ୍ତି। ସମସ୍ତ ୮ ଅଭିଯୁକ୍ତଙ୍କ ନାଁରେ ପଡିଆ ଥାନାରେ ଯୋଗାଣ ବିଭାଗ ଏତଲା ଦେଇଛି।

ଅନ୍ୟପଟେ ବାହାର ରାଜ୍ୟକୁ ଧାନ ଚୋରା ଚାଲାଣ ବେଳେ ଗୋଟିଏ ଟ୍ରକ ଏବଂ ମିନିଟ୍ରକ ଜବତ କରିଛି ଯୋଗାଣ ବିଭାଗ। ଜିଲ୍ଲାପାଳଙ୍କ ନିକଟରେ ଚାଷୀଙ୍କ ଅଭିଯୋଗ ପରେ, ଯୋଗାଣ ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଥିଲା।