ଓଡ଼ିଶା ଲାଗି ଏଥର ସର୍ବାଧିକ ବ୍ୟୟବରାଦ: ଯାତ୍ରୀଙ୍କ ସୁବିଧା ପାଇଁ ୧୮୦ କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ରେଳ ବଜେଟରେ ଓଡ଼ିଶା ଲାଗି ବିଗତ ବର୍ଷଗୁଡିକ ତୁଳନାରେ ସର୍ବାଧିକ ବ୍ୟୟବରାଦ ହୋଇଛି। ରାଜ୍ୟର ବିଭିନ୍ନ ପ୍ରକଳ୍ପ ଲାଗି ଏଥର ୫ ହଜାର ୯୯୩ କୋଟି ଟଙ୍କା ମଂଜୁର କରାଯାଇଛି। ଯାହାକି ମଧ୍ୟବର୍ତ୍ତିକାଳୀନ ବଜେଟରୁ ବି ୫୩ କୋଟି ଅଧିକ। ଗତବର୍ଷ ବଜେଟରେ ଓଡ଼ିଶାକୁ ୫ ହଜାର ୨୫୨ କୋଟି ଟଙ୍କା ମିଳିଥିଲା । ସେହପରି ବଜେଟରେ୫ଟି ନୂଆ ପ୍ରକଳ୍ପର ସର୍ଭେ ପାଇଁ ଘୋଷଣା କରାଯାଇଥିବା ବେଳେ ଯାତ୍ରୀଙ୍କ ସୁବିଧା ପାଇଁ ୧୮୦ କୋଟି ଟଙ୍କା […]

train-1

train-1

Tapas Behera
  • Published: Wednesday, 10 July 2019
  • Updated: 10 July 2019, 08:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ରେଳ ବଜେଟରେ ଓଡ଼ିଶା ଲାଗି ବିଗତ ବର୍ଷଗୁଡିକ ତୁଳନାରେ ସର୍ବାଧିକ ବ୍ୟୟବରାଦ ହୋଇଛି। ରାଜ୍ୟର ବିଭିନ୍ନ ପ୍ରକଳ୍ପ ଲାଗି ଏଥର ୫ ହଜାର ୯୯୩ କୋଟି ଟଙ୍କା ମଂଜୁର କରାଯାଇଛି। ଯାହାକି ମଧ୍ୟବର୍ତ୍ତିକାଳୀନ ବଜେଟରୁ ବି ୫୩ କୋଟି ଅଧିକ। ଗତବର୍ଷ ବଜେଟରେ ଓଡ଼ିଶାକୁ ୫ ହଜାର ୨୫୨ କୋଟି ଟଙ୍କା ମିଳିଥିଲା । ସେହପରି ବଜେଟରେ୫ଟି ନୂଆ ପ୍ରକଳ୍ପର ସର୍ଭେ ପାଇଁ ଘୋଷଣା କରାଯାଇଥିବା ବେଳେ ଯାତ୍ରୀଙ୍କ ସୁବିଧା ପାଇଁ ୧୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ମଧ୍ୟବର୍ତ୍ତିକାଳୀନ ବଜେଟରେ ପ୍ରମୁଖ ରେଳ ପ୍ରକଳ୍ପଗୁଡ଼ିକ ପାଇଁ ହୋଇଥିବା ବ୍ୟୟବରାଦ ଉପରେ ପୂର୍ଣ୍ଣାଙ୍ଗ ବଜେଟରେ ବିଶେଷ ପରିବର୍ତ୍ତନ କରାଯାଇନାହିଁ । ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ଲାଇନ୍ ପାଇଁ ସର୍ବାଧିକ ୪୦୦ କୋଟି, ଗୁରୁତ୍ୱପୂର୍ଣ୍ଣ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ପ୍ରକଳ୍ପ ଲାଗି ୩୫୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଅନୁଗୁଳ-ସୁକିନ୍ଦା ପାଇଁ ୨୫୦ କୋଟି, ତାଳଚେର-ବିମଳାଗଡ଼ ଲାଗି ୧୫୦ କୋଟି, ଜୟପୁର-ମାଲକାନଗିରି ପାଇଁ ୭୦ କୋଟି ଓ ଜୟପୁର-ନବରଙ୍ଗପୁର ପ୍ରକଳ୍ପ ଲାଗି ୧୦ କୋଟିର ବ୍ୟୟବରାଦ କରାଯାଇଛି।

ଅନ୍ୟପକ୍ଷରେ ସମ୍ବଲପୁର-ଟିଟିଲାଗଡ଼ ଲାଇନର ଦୋହରୀକରଣ ପାଇଁ ୧୭୦ କୋଟି, ସମ୍ବଲପୁର-ତାଳଚେର ଲାଇନ  ପାଇଁ ୨୪୯ କୋଟି, ବାଂଶପାଣି-ଦୈତାରୀ-ଟମକା-ଜଖପୁରା ଲାଇନ୍ ଲାଗି  ୮୫ କୋଟି ଓ ଭଦ୍ରକ-ନିର୍ଗୁଣ୍ଡି ମଧ୍ୟରେ ତୃତୀୟ ଲାଇନ୍ ପାଇଁ ୮୬ କୋଟି ବ୍ୟୟବରାଦ ହୋଇଛି।

ସେହିପରି ଝାରପଡ଼ା-ବୁଢ଼ାପଙ୍କ ମଧ୍ୟରେ ତୃତୀୟ ଓ ଚତୁର୍ଥ ଲାଇନ୍ ନିର୍ମାଣ ଲାଗି ୧୧୯ କୋଟି ୮୭ ଲକ୍ଷ ମଂଜୁର କରାଯାଇଥିବା ବେଳେ କୋରାପୁଟ-ସିଙ୍ଗାପୁର ରୋଡ୍ ପ୍ରକଳ୍ପକୁ ମିଳିଛି ୨୦୫ କୋଟି।

ଚଳିତ ବଜେଟରେ ନୂଆ କାମ ଭାବେ ବାଘୁଆପାଳରେ ଫ୍ଲାଏଓଭର, କୋଚ ମରାମତି ପାଇଁ ଅନୁଦାନ, ଯାତ୍ରୀଙ୍କୁ ସୁବିଧା ପାଇଁ ୧୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
ସେହିପରି ରାଜ ଆଠଗଡ଼ରୁ କାଇପଦର ରେଡ୍ ପର୍ଯ୍ୟନ୍ତ ନୂଆ ରେଳଲାଇନ୍ ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ସମେତ ଟିଟିଲାଗଡ଼, ଶିଙ୍ଗାରପୁର ରୋଡ୍, ହରିଦାସପୁର, କୋରାପୁଟ, ସମ୍ବଲପୁର, ମାଛପୁର, ଯାଜପୁର ରୋଡ୍, ସମ୍ବଲପୁର ସହର, ଶାରଳା ଓ ଗୋପାଳପୁର ବନ୍ଦରଠାରେ ଫ୍ଲାଏଓଭର ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ କରିବାକୁ ବଜେଟରେ ଘୋଷଣା ହୋଇଛି। ତାହା ସହିତ କଟକରେ ଟ୍ରାଫିକ ସମସ୍ୟା ରହୁଥିବାରୁ ମାଲବାହୀ ଟ୍ରେନ ପାଇଁ ସ୍ୱତନ୍ତ୍ର ଫ୍ଲାଏଓଭର ନିର୍ମାଣ ନିମନ୍ତେ ସର୍ଭେ କରାଯିବ। କୋଇଲା ପରିବହନରେ ସୁବିଧା ପାଇଁ ତାଳଚେର ଓ ଅନୁଗୋଳ ମଧ୍ୟରେ ୧୪କିମି ବିଶିଷ୍ଟ ନୂଆ ରେଳଲାଇନ୍ ନିର୍ମାଣ ନିମନ୍ତେ ସର୍ଭେ କାର୍ଯ୍ୟ କରିବାକୁ ବଜେଟରେ ଘୋଷଣା ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos