ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଫଶିଗଲେ ରେଳମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟକୁ ଟାର୍ଗେଟ କରୁକରୁ ହଟ୍ଟହଟା ହୋଇଛନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ ଗୋହାଇଁ। ଶନିବାର ଭୁବନେଶ୍ୱର ଗସ୍ତ ସମୟରେ ରାଜ୍ୟ କାର୍ଯ୍ୟାଳୟରେ ମନ୍ତ୍ରୀ ମହୋଦୟ ଚିରାଚରିତ ଢଙ୍ଗରେ ନିଜ ଦଳୀୟ କୀର୍ତ୍ତି ପ୍ରଚାର କରିଥିଲେ। କହିଥିଲେ, କେମିତି ଅନ୍ୟ ସରକାରଙ୍କ ତୁଳନାରେ ତାଙ୍କ ସରକାର ଓଡିଶାକୁ ଅଧିକ ଅର୍ଥ ମଞ୍ଜୁର କରିଛନ୍ତି ଆଉ ରାଜ୍ୟର ବିକାଶରେ ସହଭାଗୀ ହୋଇଛନ୍ତି। ଏହି କଥା କହିବା ବେଳେ ରାଜ୍ୟର ରେଳ ପ୍ରକଳ୍ପ କାର୍ଯ୍ୟର ମନ୍ଥରତାକୁ ନେଇ ପ୍ରଶ୍ନ ପଚାରିଥିଲେ ଖବରଦାତାମାନେ। […]

rajen-gohain-759

rajen-gohain-759

Rakesh Mallick
  • Published: Saturday, 30 December 2017
  • Updated: 30 December 2017, 08:36 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟକୁ ଟାର୍ଗେଟ କରୁକରୁ ହଟ୍ଟହଟା ହୋଇଛନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ ଗୋହାଇଁ। ଶନିବାର ଭୁବନେଶ୍ୱର ଗସ୍ତ ସମୟରେ ରାଜ୍ୟ କାର୍ଯ୍ୟାଳୟରେ ମନ୍ତ୍ରୀ ମହୋଦୟ ଚିରାଚରିତ ଢଙ୍ଗରେ ନିଜ ଦଳୀୟ କୀର୍ତ୍ତି ପ୍ରଚାର କରିଥିଲେ। କହିଥିଲେ, କେମିତି ଅନ୍ୟ ସରକାରଙ୍କ ତୁଳନାରେ ତାଙ୍କ ସରକାର ଓଡିଶାକୁ ଅଧିକ ଅର୍ଥ ମଞ୍ଜୁର କରିଛନ୍ତି ଆଉ ରାଜ୍ୟର ବିକାଶରେ ସହଭାଗୀ ହୋଇଛନ୍ତି। ଏହି କଥା କହିବା ବେଳେ ରାଜ୍ୟର ରେଳ ପ୍ରକଳ୍ପ କାର୍ଯ୍ୟର ମନ୍ଥରତାକୁ ନେଇ ପ୍ରଶ୍ନ ପଚାରିଥିଲେ ଖବରଦାତାମାନେ। ଯାହାର ଉତ୍ତର ଦେବାକୁ ଯାଇ ରାଜେନ ଦୋଷ ଳଦିଥିଲେ ରାଜ୍ୟ ସରକାରଙ୍କ ଉପରେ। ଜମି ଅଧିଗ୍ରହଣରେ ବିଳମ୍ବ ପ୍ରକଳ୍ପ ମନ୍ଥରତାର ପ୍ରମୁଖ କାରଣ ବୋଲି ସେ କହିଥିଲା। ଏହି ଉତ୍ତର ଶୁଣିବା ପରେ ମନ୍ତ୍ରୀ ମହୋଦୟଙ୍କୁ କେଉଁ ପ୍ରକଳ୍ପ କେଉଁଠି ଅଟକିଛି ବୋଲି ପଚରାଯାଇଥିଲା। ହେଲେ ଏଥର ତାଙ୍କ ମୁହଁ ବନ୍ଦ ହୋଇଯାଇଥିଲା। ସାଙ୍ଗରେ କୌଣସି ଅଧିକାରୀଙ୍କୁ ନ ଆଣି ଆସିବା ଓ ଭଲରେ ପ୍ରସ୍ତୁତ ହୋଇ ନ ଥିବାରୁ ରାଜେନ ହଟ୍ଟହଟା ହୋଇଥିଲେ।

ପୂର୍ବହ୍ନ ପ୍ରାୟ ୧୧ ଟା  ବେଳେ ରାଜ୍ୟ କାର୍ଯ୍ୟାଳୟରେ ଖବରଦାତାମାନଙ୍କୁ ରାଜ୍ୟର ରେଳ ପ୍ରକଳ୍ପ କଥା କହିବାକୁ ପହଞ୍ଚିଥିଲେ ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ ଗୋହାଇଁ । ପ୍ରଥମେ  ତଥ୍ୟ ରଖି କହିଲେ ଓଡିଶାକୁ ୟୁପିଏ ଶାସନରେ ରେଳକ୍ଷେତ୍ରରେ ଯେତିକି ଟଙ୍କା ମିଳିଛି  କେବଳ ଏହି ବର୍ଷ ତା ଠାରୁ ଅଧିକ ଟଙ୍କା ମିଳିଛି   । ଏହି ବର୍ଷ ରାଜ୍ୟକୁ ୫୧୦୦ କୋଟି ମିଳିଥିବା ବେଳେ ଜମି ଅଧିଗ୍ରହଣ ସମସ୍ୟା ପାଇଁ କାମ ଆଗେଇ ପାରୁନି ବୋଲି  ଅଭିଯୋଗ କରିଥିଲେ ରାଜେନ। ଏହି ତଥ୍ୟକୁ ନେଇ ପ୍ରଶ୍ନ ପଚରାଯିବାରୁ ରାଜ୍ୟ ପରିବହନ ମନ୍ତ୍ରୀ ନୃସିଂହ ସାହୁ ରେଳରାଷ୍ଟ୍ରମନ୍ତ୍ରୀଙ୍କୁ  ଜବାବ ଦେଇ କେନ୍ଦ୍ରକୁ ପାଲଟା ଦୋଷ ଲଦିଥିଲେ।

ଭୁବନେଶ୍ୱର ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶ ପଥ ଓ ନୂଆ ଷ୍ଟେସନ କାର୍ଯ୍ୟାଳୟ ଉଦଘାଟନ କଲେ ଗୋହାଇଁ।  ସାଙ୍ଗରେ ଥିଲେ ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିଜ ଉଦ୍‌ବୋଧନରେ ତିନି ବର୍ଷରେ କେନ୍ଦ୍ର ସରକାର ରାଜ୍ୟକୁ ରେଳ ବଜେଟରେ ଦେଇଥିବା ଟଙ୍କାର ହିସାବ ରଖିଲେ ହେଲେ, ଆଉ ଜମି ଅଧିଗ୍ରହଣ ସମସ୍ୟା କଥା ଉଠାଇଲେ ନାହିଁ।  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳିପକା ଉଦ୍ୟମ କରି ରେଳ ପ୍ରକଳ୍ପ ପାଇଁ ଉଭୟ ରାଜ୍ୟ ସରକାର ଓ ରେଲେଓ୍ୱର ଦାୟିତ୍ୱ କଥା କହିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story