ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ନିଆଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ନିଆଁ ଲାଗି ଯାଇଛି। ଖନ୍ତାପଡ଼ା ଷ୍ଟେସନ ପାଖ ଅତାପୁର ନିକଟରେ ଏହି ଟ୍ରେନରେ ନିଆଁ ଲାଗିଛି। ଟ୍ରେନର ଶେଷକୁ ଥିବା ଜେନେରେଟର ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି।

train1ନିଆଁ ଲାଗିବା ପରେ ଟ୍ରେନରୁ ଜେନେରେଟର ବଗିକୁ ଅଲଗା କରାଯାଇଛି। ନିଆଁ ଲିଭାଇବାକୁ ୩ଟି ଦମକଳ ଗାଡ଼ି ଉଦ୍ୟମ ଜାରି ରଖିଛନ୍ତି।

train2ଏହି ଅଗ୍ନିକାଣ୍ଡରେ କିଛି କ୍ଷତି ହୋଇଥିବା ସୂଚନା ମିଳିନାହିଁ। ‘ଓଟିଭି’କୁ ବାଲେଶ୍ୱର ଷ୍ଟେସନ୍ ମ୍ୟାନେଜର ଏହି ସୂଚନା ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।