ଖଣି ଓ ଇସ୍ପାତ ଶିଳ୍ପଗୁଡିକର ରୁଗଣ ସ୍ଥିତିରେ ସୁଧାର ଲାଗି ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ା

ଭୁବନେଶ୍ୱର: ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ ପକ୍ଷରୁ ଭୁବନେଶ୍ୱରରେ ମାଇନିଂ ଆଣ୍ଡ ମେଟାଲ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଥିବା ଶିଳ୍ପ ସଂସ୍ଥାଗୁଡିକ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ଏହାର ସମାଧାନ କିପରି ହୋଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। ରାଜ୍ୟରେ ଖଣି ଓ ଇସ୍ପାତ ଶିଳ୍ପଗୁଡିକ ରୁଗଣ ସ୍ଥିତିରେ ଥିବାରୁ ଏ ନେଇ ସହାୟତା ଯୋଗାଇ ଦେବାକୁ ଶିଳ୍ପ ପ୍ରତିନିଧିମାନେ ଦାବି କରିଛନ୍ତି ଅନ୍ତର୍ଜାତୀୟ ବଜାରରେ ଷ୍ଟିଲର ଚାହିଦା କମିଥିବା ବେଳେ କଞ୍ଚାମାଲ ଦର […]

khani

khani

Rakesh Mallick
  • Published: Friday, 11 March 2016
  • Updated: 11 March 2016, 01:42 PM IST

Sports

Latest News

ଭୁବନେଶ୍ୱର: ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ ପକ୍ଷରୁ ଭୁବନେଶ୍ୱରରେ ମାଇନିଂ ଆଣ୍ଡ ମେଟାଲ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଥିବା ଶିଳ୍ପ ସଂସ୍ଥାଗୁଡିକ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ଏହାର ସମାଧାନ କିପରି ହୋଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। ରାଜ୍ୟରେ ଖଣି ଓ ଇସ୍ପାତ ଶିଳ୍ପଗୁଡିକ ରୁଗଣ ସ୍ଥିତିରେ ଥିବାରୁ ଏ ନେଇ ସହାୟତା ଯୋଗାଇ ଦେବାକୁ ଶିଳ୍ପ ପ୍ରତିନିଧିମାନେ ଦାବି କରିଛନ୍ତି

ଅନ୍ତର୍ଜାତୀୟ ବଜାରରେ ଷ୍ଟିଲର ଚାହିଦା କମିଥିବା ବେଳେ କଞ୍ଚାମାଲ ଦର ଅଧିକ। ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ନେଇ ବି ସମସ୍ୟା ଦେଖାଦେଇଛି। ଏହି କ୍ଷେତ୍ରରେ ଶିଳ୍ପକୁ ଠିକ୍‌ ସମୟରେ ଉଚିତ ଦରରେ କଞ୍ଚାମାଲ ଯୋଗାଣ, ପରିବହନ ଭଡ଼ା ହ୍ରାସ, ଜଳକର କମାଇବା ଭଳି ବିଭିନ୍ନ ପ୍ରସଙ୍ଗରେ ଶିଳ୍ପ ପ୍ରତିନିଧିମାନେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି।

ଖଣି ବିଭାଗ ସଚିବ ଆର୍‌.କେ. ଶର୍ମା କହିଛନ୍ତି, “ଅନୁଗୋଳ, କେନ୍ଦୁଝର, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଡିଏମ୍‌ଏଫ୍‌ ବାବଦରେ ୯୦ କୋଟି ଟଙ୍କାର ସଂଗୃହିତ ହୋଇଛି। ସଂଗୃହିତ ପାଣ୍ଠି ଶୀଘ୍ର ଏହି ଜିଲ୍ଲାଗୁଡିକର ବିକାଶରେ ଖର୍ଚ୍ଚ କରାଯିବ। ଏହାସହ ରାଜ୍ୟରେ ଇସ୍ପାତ ଶିଳ୍ପର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ଏହି ୪ଟି ଜିଲ୍ଲାକୁ ଛାଡି ଅନ୍ୟ ଜିଲ୍ଲାଗୁଡିକରେ ଡିଏମ୍‌ଏଫ୍‌ ସଂଗ୍ରହ ଚାଲିଛି। ଯେଉଁ ଜିଲ୍ଲାରେ କୋଇଲା ଓ ଲୁହାପଥର ଖଣି ରହିଛି ସେଠାରେ ଅଧିକ ଡିଏମ୍‌ଏଫ୍‌ ସଂଗ୍ରହ ହେବା ଆଶା ରହିଛି। ଯେଉଁ କମ୍ପାନୀଙ୍କ ଉତ୍ପାଦନ କମ ଥିଲା ସେମାନଙ୍କୁ ଉତ୍ପାଦନ ବଢ଼ାଇବାକୁ କୁହାଯାଇଛି। ବିଜୁ ପଟ୍ଟନାୟକ ଇନଷ୍ଟିଚ୍ୟୁଟ୍‌କୁ ଅଫ୍‌ ଗ୍ରେଡେସନ କରିବା ବିଷୟରେ କେନ୍ଦ୍ର ସରକାର ରାଜ୍ୟର ମତାମତ ଲୋଡ଼ିଥିଲେ। ରାଜ୍ୟ ସରକାର ଇନ୍‌ଷ୍ଟିଚ୍ୟୁଟ୍‌ ସପକ୍ଷରେ ତାଙ୍କ ମତ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ସପ୍ତାହରେ ଏକ ବୈଠକ ବସି ଆଲୋଚନା ହୋଇଛି। ପରବର୍ତ୍ତି ସମୟରେ ଯାହା କିଛି ପଦକ୍ଷେପ ନିଆଯିବ।”

ମେସ୍କୋ ଷ୍ଟିଲ୍‌ର ଚେୟାରପର୍ସନ ଏବଂ ଏମ୍‌ଡି ରୀତା ସିଂହ କହିଛନ୍ତି, “ଆମକୁ ଉତ୍ପାଦନ ୧୧୦ ମିଲିୟନରୁ ୩୦୦ ମିଲିୟନକୁ ବଢାଇବାକୁ ହେଲେ ସମସ୍ତଙ୍କୁ ନେଇ ଆଲୋଚନା କରିବାକୁ ପଡିବ। ଓଡ଼ିଶାର ସମସ୍ତଙ୍କୁ ଚାକିରି ମିଳିବା ମୁଖ୍ୟ କଥା। ଯଦି ଇଣ୍ଡଷ୍ଟ୍ରି ନ ଚାଲିବ ତେବେ ଚାକିରି କେଉଁଠୁ ଆସିବ। ଓଡ଼ିଶାରେ ଥିବା ପ୍ରାକୃତିକ ଖଣିଜ ଦ୍ରବ୍ୟକୁ ବିନିଯୋଗ କରି ରାଜ୍ୟର ପ୍ରଗତି କରିବା ସହ ସମସ୍ତଙ୍କୁ ଚାକିରି ଦେବାକୁ ହେଲେ ପ୍ରଥମେ ଆମକୁ ବଦଳିବାକୁ ପଡିବ। ଏହାଦ୍ୱାରା ଓଡ଼ିଶାରେ ବ୍ୟବସାୟ ଲାଗି ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ।”

ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର ଲିମିଟେଡର ଓଡ଼ିଶା ଚାପଟର ସଦସ୍ୟ ମନୀସ ଖରବନ୍ଦା କହିଛନ୍ତି, “ଷ୍ଟିଲ ଇଣ୍ଡଷ୍ଟ୍ରି ଏବେ ବହୁତ ଖରାପ ସମୟ ଦେଇ ଗତି କରୁଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ବର୍ଷେ ଦେଢ଼ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ମାଇନ୍ସ ଅକ୍ସନ କରିଛି। ରାଜ୍ୟ ଖଣି ସଚିବଙ୍କୁ ଅଧିକ ମାଇନ୍ସ ଆଣିବାକୁ ଅନୁରୋଧ କରାଯାଇଛି। ରାଜ୍ୟରେ ଥିବା ଷ୍ଟିଲ ଇଣ୍ଡଷ୍ଟ୍ରିରେ ୨ ଲକ୍ଷ ଲୋକ ନିଯୁକ୍ତି ପାଇଛନ୍ତି। ଏବେ ରାଜ୍ୟରେ ବହୁ ଇଣ୍ଡଷ୍ଟ୍ରି ବନ୍ଦ ହେବା ସ୍ଥିତିରେ। ଯଦି ଏବେ ଇଣ୍ଡଷ୍ଟ୍ରି ବନ୍ଦ ହୋଇଯିବ, ଏହି ୨ ଲକ୍ଷ ସ୍ଥାୟୀ ଚାକିରିଆଙ୍କ ସହ ଏହାଠାରୁ ବହୁ ଅଧିକ ଅସ୍ଥାୟୀ ଶ୍ରମିକଙ୍କ ରୋଜଗାର ଚାଲିଯିବ। ରାଜ୍ୟ ଅର୍ଥନୀତିକୁ ଶକ୍ତ ଧକ୍କା ଲାଗିବ। ଏହାକୁ ଦୃଷ୍ଟିରେ ରଖି କିଛି ପ୍ୟାକେଜ ଆଣିବାକୁ ଆମେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛୁ।

ମନୀସ କହିଛନ୍ତି, “କିଛି ଲୋକଙ୍କ ପାଖରେ ଯେପରି ଅଧିକ ମାଇନ୍ସ ନ ରହିବ ସେଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ଦରକାର। ଓଡ଼ିଶାରେ ହାତଗଣତି କିଛି ଲୋକଙ୍କ ପାଖରେ ମାଇନ୍ସ ରହିଛି, ସେମାନେ ଯେତେବେଳେ ଚାହୁଁଛନ୍ତି ଦର ବଢାଇ ଦେଉଛନ୍ତି, କମାଇ ଦେଉଛନ୍ତି। ରାଜ୍ୟ ସରକାର ଏପରି ବ୍ୟବସ୍ଥା କରିବା ଦରକାର ଯେପରି ସମସ୍ତେ ମାଇନ୍ସ ପାଇ ପାରିବେ।”

ବୈଠକରେ ଭିସା ଷ୍ଟିଲ୍‌ର ଭାଇସ୍‌ ଚେୟାରମ୍ୟାନ ବିଶାଲ ଅଗ୍ରୱାଲ, ମେସ୍କୋ ଷ୍ଟିଲ୍‌ର ଚେୟାରପର୍ସନ ଏବଂ ଏମ୍‌ଡି ରିତା ସିଂହ, ସିଏସ୍‌ଆଇଆର୍‌ ନିର୍ଦ୍ଦେଶକ ପ୍ରଫେସର ବି.କେ. ମିଶ୍ର, ସେଲ୍‌ ଏକଜିକ୍ୟୁଟିଭ ଡିରେକ୍ଟର ଟି.କେ. ସାହୁ ଏବଂ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର ଲିମିଟେଡର ଓଡ଼ିଶା ଚାପଟର ସଦସ୍ୟ ମନୀସ ଖରବନ୍ଦା ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story