ପାଟ୍ଟଶାଣୀ କହିଲେ ନବୀନଙ୍କ ଉପରେ ଆଶା ଥିଲା : କ’ଣ ପାଇଁ କଟିଲି, ନିଜେ ଜାଣିନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖାଲି ପଡୁଥିବା ସମସ୍ତ ୪ ରାଜ୍ୟସଭା ଆସନରେ ପ୍ରାର୍ଥୀ ଦେଲା ବିଜେଡି।  ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ବିଜେଡି ସୁପ୍ରିମୋ ଆଜି ରାଜ୍ୟସଭା ପ୍ରାର୍ଥୀ ଭାବେ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତଙ୍କ ନାଁ ଘୋଷଣା କରିଛନ୍ତି।  ହେଲେ ସଂଖ୍ୟା ନଥାଇ ଚତୁର୍ଥ ଆସନରେ ବି ଦଳ ପ୍ରାର୍ଥୀ ଦେଇଥିବାରୁ ଘୋଡ଼ା ବେପାର ହେବ ନା ଆଶାବାଡ଼ି ସାଜିବ କଂଗ୍ରେସ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏଥର […]

b-098-

b-098-

Tapas Behera
  • Published: Saturday, 07 March 2020
  • Updated: 07 March 2020, 08:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖାଲି ପଡୁଥିବା ସମସ୍ତ ୪ ରାଜ୍ୟସଭା ଆସନରେ ପ୍ରାର୍ଥୀ ଦେଲା ବିଜେଡି।  ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ବିଜେଡି ସୁପ୍ରିମୋ ଆଜି ରାଜ୍ୟସଭା ପ୍ରାର୍ଥୀ ଭାବେ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତଙ୍କ ନାଁ ଘୋଷଣା କରିଛନ୍ତି।  ହେଲେ ସଂଖ୍ୟା ନଥାଇ ଚତୁର୍ଥ ଆସନରେ ବି ଦଳ ପ୍ରାର୍ଥୀ ଦେଇଥିବାରୁ ଘୋଡ଼ା ବେପାର ହେବ ନା ଆଶାବାଡ଼ି ସାଜିବ କଂଗ୍ରେସ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ଏଥର ରାଜ୍ୟରୁ ସବୁ ପ୍ରାନ୍ତରୁ ପ୍ରାର୍ଥୀ ବାଛି ବାଲାନ୍ସ କାର୍ଡ ଖେଳିଛନ୍ତି ନବୀନ। ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ପଦରେ ଥିବା ସୁବାସ ସିଂ ୧୯ ନିର୍ବାଚନରେ ବିଶେଷ କରି ଶ୍ରମିକ ଭୋଟ ହାତେଇବାର ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ମିଳିଛି ରାଜ୍ୟସଭା ପ୍ରାଇଜ୍ । ସେହିପରି ସଂଖ୍ୟାଳଘୁ ନେତା ମୁନା ଖାଁଙ୍କ ଉପରେ ଭରସା କରିବା ପଛର କାରଣ ସିଏଏକୁ ସମର୍ଥନ କରି ସଂଖ୍ୟାଲଘୁଙ୍କ ରୋଷ ଏଡ଼ାଇବାର ପ୍ରୟାସ ବୋଲି କୁହାଯାଉଛି । ସେହିପରି ୧୪, ୧୯ ନିର୍ବାଚନରେ ଦଳ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବାରୁ ସ୍ପେସାଲ ଟ୍ରାଇବାଲ କାଉନସିଲ୍‌ ଉପଦେଷ୍ଟା ସୁଜିତ୍ କୁମାରଙ୍କ ନାଁରେ ବି ମୋହର ବାଜିଥିବା ଅନୁମାନ କରାଯାଉଛି ।  ଆଉ ଚତୁର୍ଥ ଆସନରେ ପ୍ରାର୍ଥୀ ହୋଇଥିବା ମମତା ମହାନ୍ତ ଉତ୍ତର ଓଡିଶାର ମୟୁରଭଂଜ ଜିଲ୍ଲାର  କୁର୍ମି ସଂପ୍ରଦାୟ ସହ ପଛୁଆ ବର୍ଗରୁ ହୋଇଥିବାରୁ ଦଳ ତାଙ୍କୁ ପ୍ରାର୍ଥୀ କରିଥିବା କୁହାଯାଉଛି।

କଳିକେଶ, ମହେଶ୍ୱର, ଦେବାଶିଷଙ୍କ ଭଳି ପୁରୁଣାଙ୍କ ନେତା ଦଳ ପାଇଁ ବର୍ଷ ବର୍ଷ ଧରି କାମ କରିଥିବା ସତ୍ତ୍ୱେ ତାଙ୍କୁ ବାଦ୍ ଦେଇ ନୂଆଙ୍କ ଉପରେ ନବୀନ କାହିଁକି କଲେ, ତାକୁ ନେଇ ଏବେ ଚର୍ଚ୍ଚା । ରାଜନୈତିକ ବିଶାରଦଙ୍କ ମତରେ ପୁରୁଣାଙ୍କ ତୁଳନାରେ ଅଧିକ ଆନୁଗତ୍ୟ, ଖାସ୍ କରି ବର୍ତ୍ତମାନର କ୍ଷମତାକେନ୍ଦ୍ରଙ୍କ କଥାରେ ହାଁଜି କରିପାରୁଥିବା ନେତାଙ୍କୁ ହିଁ ମିଳିଛି ସୁଯୋଗ।

ତେବେ ଚତୁର୍ଥ ଆସନ ପାଇଁ ଆବଶ୍ୟକ ନମ୍ବର ନଥିଲେ ମଧ୍ୟ କେମିତି ଏବଂ କେଉଁ କୌଶଳରେ ବିଜେଡି ସିଟ୍ ହାତେଇବ ତାକୁ ନେଇ ପ୍ରଶ୍ନ। ଚତୁର୍ଥ ଆସନ ଜିତିବାକୁ ଘୋଡ଼ା ବେପାର ହେବ ନା ବିଜେଡି ପାଇଁ କଂଗ୍ରେସ ସାଜିବ ଆଶାବାଡ଼ି ତାକୁ ନେଇ ଚର୍ଚ୍ଚା । କାରଣ ବିଜେପି ପ୍ରାର୍ଥୀ ଦେଇ ଯଦି କଂଗ୍ରେସ ଅନୁପସ୍ଥିତ ରୁହେ, ତାହେଲେ ବିଜେଡିକୁ ଫାଇଦା ମିଳିବ। ଏହାରି ଭିତରେ ପୁଣି ନିରାଶ ହୋଇଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ପୂର୍ବତନ ବିଧାୟକ ରମେଶ ଚ୍ୟାଉପଟ୍ଟନାୟକ। ରାଜ୍ୟସଭା ପ୍ରାର୍ଥୀ ଘୋଷଣାରେ ତାଙ୍କ ନାଁ ନଥିବାରୁ ଉଭୟ ନେତା ନିରାଶ ହୋଇଛନ୍ତି। ସାଧାରଣ ନିର୍ବାଚନବେଳେ ଉଭୟ ପାଟ୍ଟଶାଣୀ ଓ ଚାଉପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବାକୁ ନବୀନ ନିଜେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାଙ୍କୁ ଟିକଟ୍ ମିଳିନାହିଁ।

ପ୍ରତିକ୍ରିୟାରେ ପାଟ୍ଟଶାଣୀ କହିଛନ୍ତି, ଟିକେଟ୍ ପାଇବାକୁ ତାଙ୍କର ପୂର୍ଣ୍ଣ ଭରସା ଓ ବିଶ୍ୱାସ ଥିଲା । କିନ୍ତୁ କଣ ପାଇଁ କଟିଲି, ମୁଁ ଜାଣେନା।  ସେହିପରି ରାଜ୍ୟସଭା ରେସ୍‌ରେ ନିରାଶ ହୋଇଥିବା ଚାଉପଟ୍ଟନାୟକଙ୍କୁ ସୁବାସ ସିଂଙ୍କ ସ୍ଥାନରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ଚ୍ୟାଉ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟସଭା ପାଇଁ ଆଶା ଥିଲା। ତଥାପି ଯାହା ଦାୟିତ୍ୱ ମିଳିଛି ସମ୍ଭାଳିବି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos