ପରାଜିତଙ୍କୁ ରାଜ୍ୟସଭା ମନା, ୪ର୍ଥ ପ୍ରାର୍ଥୀକୁ ନେଇ ହେବ ସହମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୮ମାସରୁ ଅଧିକ ସମୟ ଧରି ରାଜ୍ୟ ଯୋଜନା ବୋର୍ଡକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିବା ରାଜ୍ୟ ସରକାର ଖୁବଶୀଘ୍ର ଏହାକୁ ନୀତି ଆୟୋଗ ଢାଞ୍ଚାରେ ସକ୍ରିୟ କରିବେ। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରେ ଦଳର ପ୍ରଭାବଶାଳୀ ନେତା ସଞ୍ଜୟ ଦାସବର୍ମାଙ୍କୁ ଥଇଥାନ କରି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି। ସାଧାରଣ ନିର୍ବାଚନରେ ପରାଜିତ ଦଳର କୌଣସି ନେତାଙ୍କୁ ରାଜ୍ୟସଭାକୁ ପଠାଯିବ ନାହିଁ ଓ […]

SANJAY-DAS-BURMA-12300-750x430

SANJAY-DAS-BURMA-12300-750x430

Tapas Behera
  • Published: Sunday, 01 March 2020
  • Updated: 01 March 2020, 06:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୮ମାସରୁ ଅଧିକ ସମୟ ଧରି ରାଜ୍ୟ ଯୋଜନା ବୋର୍ଡକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିବା ରାଜ୍ୟ ସରକାର ଖୁବଶୀଘ୍ର ଏହାକୁ ନୀତି ଆୟୋଗ ଢାଞ୍ଚାରେ ସକ୍ରିୟ କରିବେ। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରେ ଦଳର ପ୍ରଭାବଶାଳୀ ନେତା ସଞ୍ଜୟ ଦାସବର୍ମାଙ୍କୁ ଥଇଥାନ କରି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି। ସାଧାରଣ ନିର୍ବାଚନରେ ପରାଜିତ ଦଳର କୌଣସି ନେତାଙ୍କୁ ରାଜ୍ୟସଭାକୁ ପଠାଯିବ ନାହିଁ ଓ କିଛି ପରାଜିତ ନେତାଙ୍କୁ ଯୋଜନା ବୋର୍ଡରେ ଥଇଥାନ କରାଯିବ ବୋଲି ସଙ୍କେତ ଦେଇଛନ୍ତି। ଏହାସହିତ ବିଜେଡି ଓ ବିଜେପି ଉଭୟ ସହମତିରେ ୪ର୍ଥ ପ୍ରାର୍ଥୀ ଦେବାର ସମ୍ଭାବନା ରହିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଖାଲି ପଡ଼ିଥିବା ୪ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ସରିଥିବାରୁ ଦଳରେ ରାଜ୍ୟସଭାକୁ ନେଇ ଲବି ଜୋରଦାର ହୋଇଛି। ତେଣୁ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପୂର୍ବରୁ ନବୀନ ରାଜ୍ୟସଭା ପାଇଁ ଆଶାୟୀ ଥିବା ଦଳର କିଛି ପରାଜିତ ନେତାଙ୍କୁ ରାଜ୍ୟ ଯୋଜନା ବୋର୍ଡରେ ଥଇଥାନ କରିବା ସହ ଅନ୍ୟ କେତେକ ନେତାଙ୍କୁ ମଧ୍ୟ ଦଳୀୟ ସଂଗଠନରେ ଆବଶ୍ୟକ ଗୁରୁତ୍ୱ ଦେବାକୁ ସ୍ଥିର କରିଛନ୍ତି।
ସଞ୍ଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡରେ ଥଇଥାନ କରିବା ପରେ ଏବେ ଦଳର ଅନ୍ୟ କିଛି ପରାଜିତ ନେତାଙ୍କୁ ମଧ୍ୟ ସେଠାରେ ଥଇଥାନ ନିମନ୍ତେ ଯୋଜନା ହେଉଥିବା ଜଣାପଡ଼ିଛି। ଏହାସହିତ ଦଳୀୟ ସାଂଗଠନିକ ପଦପଦବୀରେ କିଛି ନେତାଙ୍କୁ ରଖି ସେମାନଙ୍କ ଗୁରୁତ୍ୱ ବୃଦ୍ଧି ନିମନ୍ତେ ଯୋଜନା ଚାଲିଛି ।
ଏସବୁ ପରେ ବିଜେଡି ପକ୍ଷରୁ ଚଳିତମାସ ୧୧ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହେବାର ସମ୍ଭାବନା ରହିଛି। ରାଜ୍ୟସଭା ପାଇଁ ପରାଜିତ ନେତାମାନଙ୍କ ଲବି ଜୋରଦାର ହେଉଥିବାରୁ ଶ୍ରୀ ଦାସବର୍ମାଙ୍କ ନିଯୁକ୍ତି ମାଧ୍ୟମରେ ନବୀନ ନିଜର ଆଭିମୁଖ୍ୟ ସ୍ପଷ୍ଟ କରାଇଛନ୍ତି। ଶ୍ରୀ ଦାସବର୍ମାଙ୍କୁ ରାଜ୍ୟସଭା ପାଇଁ ପସନ୍ଦ କରାଯାଇଥିଲେ ଦଳରେ ଅନ୍ୟ ପରାଜିତ ନେତାମାନଙ୍କ ମନରେ ଅସନ୍ତୋଷ ବଢ଼ିବାର ଆଶଙ୍କା ରହିଥାନ୍ତା। ତେଣୁ ଶ୍ରୀ ଦାସବର୍ମାଙ୍କୁ ଯୋଜନା ବୋର୍ଡରେ ଥଇଥାନ କରି ନବୀନ ପରାଜିତ ନେତାଙ୍କ ନାଁ ରାଜ୍ୟସଭା ପାଇଁ ବିଚାର କରାଯିବ ନାହିଁ ବୋଲି ଆଭାସ ଦେଇଛନ୍ତି।

ଏପଟେ ବିଜେଡି ସମସ୍ତ ୪ଟି ଆସନରେ ପ୍ରାର୍ଥୀ ଦେବ ବୋଲି କହୁଥିଲେ ମଧ୍ୟ ବିଜେପି ୪ର୍ଥ ଆସନ ପାଇଁ ପ୍ରାର୍ଥୀ ଦେବାର ସମ୍ଭାବନା ଥିବାରୁ ଉଭୟ ଦଳ ସହମତି ଭିତ୍ତିରେ ୪ର୍ଥ ପ୍ରାର୍ଥୀ ଦେଇପାରନ୍ତି ବୋଲି ସୂଚନା ମିଳିଛି। ନାଲକୋର ପୂର୍ବତନ ସିଏମଡି ତପନ ଚାନ୍ଦ, ଗିରିଧର ଗମାଙ୍ଗ ଓ ଦିଲ୍ଲୀପ ରାୟଙ୍କ ସମେତ ଜଣେ ପ୍ରତିଷ୍ଠିତ ଶିକ୍ଷା ଉଦ୍ୟୋଗୀଙ୍କ ନାଁକୁ ବିଜେପି ଆଗକୁ ଆଣିପାରେ।

ଯଦି ସବୁକିଛି ଠିକଠାକ୍ ରୁହେ, ତା’ହେଲେ ବିଜେପି ପ୍ରାର୍ଥୀ(ଅଣ ରାଜନୀତିକ)ଙ୍କ ବିଜୟରେ ବିଜେଡି ପ୍ରମୁଖ ଭୂମିକା ଗ୍ରହଣ କରିବ।
ତେବେ ବିଜେଡି ପ୍ରଥମ ୩ଟି ଆସନରେ ନିଜର ଦଳୀୟ ନେତାଙ୍କୁ ଥଇଥାନ କରିବା ଏକପ୍ରକାର ନିଶ୍ଚିତ ବୋଲି ସୂଚନା ମିଳିଛି। ଦଳ ସକ୍ରିୟ ରାଜନୀତିରେ ଥିବା ମହିଳା ଓ ଓବିସି ବର୍ଗର ଜଣେ ଲେଖାଏ ନେତାଙ୍କୁ ରାଜ୍ୟସଭାକୁ ପଠାଇବ। ବିଶେଷକରି ଭଲ ପ୍ରଦର୍ଶନ, ସାଂଗଠନିକ ଦକ୍ଷତା ଓ ଗତ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନେତା ଅବା ନେତ୍ରୀଙ୍କୁ ହିଁ ରାଜ୍ୟସଭା ପ୍ରାର୍ଥୀ ଚୟନରେ ଗୁରୁତ୍ୱ ମିଳିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos