ରାଜ୍ୟରେ ଶୀତ ଲହରୀ ଜାରି, ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬. ୮ ଡିଗ୍ରୀ

ଫୁଲବାଣୀ: ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଆକାଶ ମେଘମୁକ୍ତ ରହିବା ସହ କୋହଲା ପବନ ବହୁଥିବାରୁ ଶୀତ ଅନୁଭୂତ ହେଉଛି। ରାଜ୍ୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୧୨ ଡିଗ୍ରୀ ତଳେ ରହୁଛି। ଫୁଲବାଣୀରେ ପାରଦ ସର୍ବନିମ୍ନ ୬. ୮ଡିଗ୍ରୀ ରହିଥିବା ବେଳେ ଦାରିଙ୍ଗିବାଡି  ଓ ଅନୁଗୋଳରେ ୮, ହୀରାକୁଦରେ ୮.୩ ଏବଂ କୋରାପୁଟରେ ୮ .୪ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ସମ୍ବଲପୁରରେ ୯.୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ୧୩. ୪ ଏବଂ କଟକରେ ୧୨.୬ ଡିଗ୍ରୀ ସେଲସିୟସ ରହିଥିଲା।