ରାଜ୍ୟରେ ୩୮ ହଜାର ଏମ୍‌ଏସ୍‌ଏମ୍‌ଇ ସେଣ୍ଟର ଖୋଲାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ୩୮,୦୦୦ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କେନ୍ଦ୍ର। ଶନିବାର ବିଜୁ ଜନ୍ମ ଶତବାର୍ଷିକୀ ଅବସରରେ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ୧୨ତମ ଉଦ୍ୟୋଗୀ ସପ୍ତାହ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କଥା କହିଛନ୍ତି। ସେ କହିଥିଲେ,“ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ବିକାଶ ପାଇଁ ନୂଆ ନୂଆ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ଲାଗି ଯୋଜନା କରାଯାଉଛି। ଏହି ଧାରାରେ ସାରା ରାଜ୍ୟରେ ୩୮,୦୦୦ ଏମ୍‌ଏସ୍‌ଏମ୍‌ଇ ସେଣ୍ଟର ଖୋଲାଯିବ। ଏଥିରେ ପ୍ରାୟ ଏକ ଲକ୍ଷ […]

naveen

naveen

Rakesh Mallick
  • Published: Saturday, 05 March 2016
  • Updated: 05 March 2016, 01:26 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ୩୮,୦୦୦ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କେନ୍ଦ୍ର। ଶନିବାର ବିଜୁ ଜନ୍ମ ଶତବାର୍ଷିକୀ ଅବସରରେ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ୧୨ତମ ଉଦ୍ୟୋଗୀ ସପ୍ତାହ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କଥା କହିଛନ୍ତି।

ସେ କହିଥିଲେ,“ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ବିକାଶ ପାଇଁ ନୂଆ ନୂଆ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ଲାଗି ଯୋଜନା କରାଯାଉଛି। ଏହି ଧାରାରେ ସାରା ରାଜ୍ୟରେ ୩୮,୦୦୦ ଏମ୍‌ଏସ୍‌ଏମ୍‌ଇ ସେଣ୍ଟର ଖୋଲାଯିବ। ଏଥିରେ ପ୍ରାୟ ଏକ ଲକ୍ଷ ଲୋକ ନିଯୁକ୍ତି ପାଇବେ।”

ମୁଖ୍ୟମନ୍ତ୍ରୀ କହିଥିଲେ,“ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ବିକାଶ ପାଇଁ ୧୦ ଫୁଡ୍ ପାର୍କ ପ୍ରତିଷ୍ଠା କରାଯିବ। ସେହିଭଳି କ୍ଷମତା ଥିବା ଜିଲ୍ଲାଗୁଡ଼ିକୁ ନେଇ ୫ଟି ଫୁଡ୍ ପ୍ରୋସେସିଂ କରିଡର ନିର୍ମାଣ କରାଯିବ।”

ସେ ଆହୁରି ମଧ୍ୟ କହିଥିଲେ,“୧୦ଟି ଗାଁକୁ ଶିଳ୍ପଦ୍ୟୋଗୀ ଗାଁ ଭାବେ ଚିହ୍ନଟ କରାଯିବ। ଜୀବନଜୀବିକା ପାଇଁ ଏହି ଗାଁଗୁଡ଼ିକର ଲୋକଙ୍କୁ ଦକ୍ଷ କରାଯିବ।”

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗୋଟିଏ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ତା’ର ଶିଳ୍ପ କ୍ଷେତ୍ରର ବିକାଶ ସହିତ ସମାନ୍ତରାଳ ଭାବେ ଚାଲିଥାଏ। ଶିଳ୍ପାୟନ କ୍ଷେତ୍ରରେ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଆନ୍ତି। ଏଗୁଡ଼ିକ ରାଜ୍ୟର ଅର୍ଥନୀତିକୁ ଆଗେଇ ନେବାରେ ସହାୟକ ହୋଇଥାଆନ୍ତି।

ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକଗୁଡ଼ିଏ ପଦକ୍ଷେପ ନେଇଛନ୍ତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୯ ଏମ୍‌ଏସ୍‌ଏମ୍‌ଇ ଡେଭଲପ୍‌ମେଣ୍ଟ୍‌ ପଲିସି, ଓଡ଼ିଶା ଫୁଡ୍ ପ୍ରୋସେସିଂ ପଲିସି ୨୦୧୩, ଓଡ଼ିଶା ପ୍ରୋକ୍ୟୁରମେଣ୍ଟ୍ ପ୍ରିଫରେନ୍‌ସିଆଲ୍ ପଲିସି ୨୦୧୫ ଓ ଏକ୍ସପର୍ଟ ପଲିସି ୨୦୧୫ ଆଦି କାର୍ଯ୍ୟକାରୀ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story