ରାଜ୍ୟର ବିଭିନ୍ନ ସ୍ଥାନରେ ବିଶ୍ୱ ଯୋଗ ଦିବସ ପାଳିତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଳିତ ହୋଇଛି ବିଶ୍ୱ ଯୋଗ ଦିବସ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ପୋଲିସ କମିଶନର ଆରପି ଶର୍ମା, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇଥିଲେ।

dharmendra

dharmendra

Rakesh Mallick
  • Published: Sunday, 21 June 2015
  • Updated: 21 June 2015, 09:22 AM IST

Sports

Latest News

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଳିତ ହୋଇଛି ବିଶ୍ୱ ଯୋଗ ଦିବସ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ପୋଲିସ କମିଶନର ଆରପି ଶର୍ମା, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇଥିଲେ।vlcsnap-2015-06-21-12h20m19s942ସେହିପରି କଟକ ଜବାହରଲାଲ ଇନଡୋର ଷ୍ଟାଡିମୟଠାରେ ମଧ୍ୟ ପାଳିତ ହୋଇଥିବା ଆନ୍ତର୍ଜାତୀୟ ଯୋଗ ଦିବସକୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଚାରପତି ଜଷ୍ଟିସ୍ ବି.ପି. ଦାସ, ଓଡିଶା କ୍ରିକେଟ୍ ଆସୋସିଏଶନ ସମ୍ପାଦକ ଆର୍ଶିବାଦ ବେହେରା, ପୂର୍ବତନ ମନ୍ତ୍ରୀ ସମୀର ଦେ, ବିଜେପି ନେତା ନୟନ କିଶୋର ମହାନ୍ତି ଏବଂ କଟକ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଯୋଗଗୁରୁମାନଙ୍କ ଦ୍ୱାରା ଯୋଗ ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ, ଯୁବଗୋଷ୍ଠୀ, ବରିଷ୍ଠ ନାଗରିକ, ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ। ସ୍ୱତନ୍ତ୍ର ଯୋଗ ପ୍ରଶିକ୍ଷକ ଉପସ୍ଥିତିରେ ଏଠାରେ ଯୋଗାଭ୍ୟାସ କରାଯାଇଥିଲା।vlcsnap-2015-06-21-12h12m48s882

ସୁନ୍ଦରଗଡ଼ରେ ଭବାନୀ ଭବନ ପଡ଼ିଆଠାରେ ଜିଲ୍ଲା ପ୍ରଶାସନ, ଏନସିସି ଓ ପାତଞ୍ଜଳୀ ଯୋଗ ସମିତି ପକ୍ଷରୁ ମିଳିତ ଭାବରେ ଯୋଗ ଦିବସ ପାଳିତ ହୋଇଥିଲା। ଏହି ଅବସରରେ ଜିଲ୍ଲାପାଳ ଭୂପିନ୍ଦର ସିଂ ପୁନିଆ ଏବଂ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ରନାଥ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ।YOGA

ପାରଳାଖେମୁଣ୍ଡିର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି ଷ୍ଟାଡିୟମଠାରେ ସ୍ୱତନ୍ତ୍ର ଯୋଗ ଶିବିର ଆୟୋଜିତ ହୋଇଥିଲା। ଭଦ୍ରକରେ ମଧ୍ୟ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ। ଭଦ୍ରକ ମହାବିଦ୍ୟାଳୟରେ ୯୧୧ ଜଣ ଏବଂ ବାଳିକା ବିଦ୍ୟାଳୟରେ ୪୦୮ ଜଣ ଛାତ୍ରଛାତ୍ରୀ ସମୂହ ଯୋଗଭ୍ୟାସ କରିଥିଲେ।vlcsnap-2015-06-21-12h13m43s861 ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି।ଗାନ୍ଧି ଷ୍ଟାଡିୟମଠାରେ ଅନୁଷ୍ଠିତ ସମୂହ ଯୋଗ ଶିବିରରେ ବହୁ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ତଥା ସହରବାସୀ ସାମିଲ ହୋଇଥିଲେ। ସେହିପରି ଦେବଗଡରେ ମଧ୍ୟ ମହସମାରୋହରେ ପାଳିତ ହୋଇଯାଇଛି ବିଶ୍ୱ ଯୋଗ ଦିବସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story