ରାଜ୍ୟସଭାରେ ମହିଳାଙ୍କ ପ୍ରାର୍ଥିତ୍ୱ, ମର୍ଯ୍ୟାଦା ରଖିଲେନି ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ଥିବା ପ୍ରାୟ ୭୦ଲକ୍ଷ ମହିଳାଙ୍କୁ ନିଜସ୍ୱ ଭୋଟ୍ ବ୍ୟାଙ୍କ ଭାବେ ନିର୍ବାଚନ ସମୟରେ ଉପଯୋଗ କରୁଥିବା ବିଜେଡି ଏବେ ସେମାନଙ୍କୁ ଭୁଲି ଯାଇଛି। ରାଜ୍ୟସଭା ନିର୍ବାଚନରେ ବିଜେଡି ନିଜ ଦଳୀୟ ଜିଲ୍ଲା ସଭାନେତ୍ରୀଙ୍କୁ ପ୍ରାର୍ଥୀ କରି ତାଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀର ଚେହେରା ଭାବେ ଉପସ୍ଥାପିତ କରିବାକୁ ଉଦ୍ୟମ କରିଛି ସତ, କିନ୍ତୁ ୨୦୧୮ ମସିହା ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭରେ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ର […]

nabin

nabin

Tapas Behera
  • Published: Monday, 09 March 2020
  • Updated: 10 March 2020, 09:14 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ଥିବା ପ୍ରାୟ ୭୦ଲକ୍ଷ ମହିଳାଙ୍କୁ ନିଜସ୍ୱ ଭୋଟ୍ ବ୍ୟାଙ୍କ ଭାବେ ନିର୍ବାଚନ ସମୟରେ ଉପଯୋଗ କରୁଥିବା ବିଜେଡି ଏବେ ସେମାନଙ୍କୁ ଭୁଲି ଯାଇଛି। ରାଜ୍ୟସଭା ନିର୍ବାଚନରେ ବିଜେଡି ନିଜ ଦଳୀୟ ଜିଲ୍ଲା ସଭାନେତ୍ରୀଙ୍କୁ ପ୍ରାର୍ଥୀ କରି ତାଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀର ଚେହେରା ଭାବେ ଉପସ୍ଥାପିତ କରିବାକୁ ଉଦ୍ୟମ କରିଛି ସତ, କିନ୍ତୁ ୨୦୧୮ ମସିହା ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭରେ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ର ଯେଉଁ ମହିଳାମାନଙ୍କୁ ଆଣି ସଫଳତାର ଗାଥା ବଖାଣୁଥିଲା ଏବେ ସେମାନେ ଉଭୟ ନବୀନ ପଟ୍ଟନାୟକ ସରକାର ଓ ବିଜେଡି ଦଳ ପାଇଁ ଅଲୋଡ଼ା ହୋଇପଡ଼ିଛନ୍ତି।

ଯଦିଓ ମାର୍ଚ୍ଚ ୮- ଆନ୍ତର୍ଜାତିକ ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘ମିଶନ ଶକ୍ତି’ ଏକ ସ୍ୱତନ୍ତ୍ର ବିଭାଗ ଭାବେ କାର୍ଯ୍ୟ କରିବ ବୋଲି ଘୋଷଣା କରିଛନ୍ତି। ତଥାପି ଯେଉଁ ଏସଏଚଜି ମହିଳାଙ୍କ ସଫଳତାରେ ଆତ୍ମସନ୍ତୋଷ ବ୍ୟକ୍ତ କରି ସଭାମଞ୍ଚରେ ମୁଖ୍ୟମନ୍ତ୍ରୀ ନିଜେ ଠିଆ ହୋଇ ଅଭିବାଦନ ଜଣାଇଥିଲେ ଏବେ ସେହି ମହିଳାଙ୍କୁ ନିଜ ଦଳର ଚେହେରା କରିବାକୁ କୁଣ୍ଠାବୋଧ କରିଛନ୍ତି।

ସାଧାରଣ ନିର୍ବାଚନ ପୂର୍ବରୁ ‘ମହିଳା କାର୍ଡ’ ଖେଳି ମହିଳାଙ୍କ ଭୋଟ୍ ମାଧ୍ୟମରେ ନିର୍ବାଚନୀ ବୈତରଣୀ ପାର ହେବାକୁ ରଣନୀତି ପ୍ରସ୍ତୁତ କରିଥିବା ବିଜେଡି ସେଥିରେ ସଫଳ ହେଲାପରେ ଏବେ ନିଜର ପୁରୁଣା କଥାକୁ ଭୁଲିଯାଇଛି। ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପ୍ରସଙ୍ଗକୁ ନେଇ ଜାତୀୟସ୍ତରରେ ରାଜନୀତି କରିଥିବା ବିଜେଡି ଏବେ ଏହି ଦାବିକୁ ଶୀତଳ ଭଣ୍ଡାରକୁ ପକାଇ ଦେଇଛି। ଏଥିପାଇଁ ରାଜନୀତିକ ପ୍ରୟାସ ମଧ୍ୟ ନାହିଁ। ରାଜ୍ୟସଭାରେ ଏବେ ବିଜେଡି ମାତ୍ର ୧୦% ସିଟ୍‌କୁ ମହିଳାଙ୍କ ପାଇଁ ଛାଡ଼ିଛି।

ତା’ଛଡ଼ା ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲ୍ଲାରେ ମିଶନ ଶକ୍ତି ମହିଳା ସମାବେଶ କରି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାକୁ ମଧ୍ୟ ପୂରଣ କରିବାରେ ସକ୍ଷମ ହୋଇନାହିଁ। ସାଧାରଣ ନିର୍ବାଚନରେ ପ୍ରମିଳା ବିଶୋୟୀଙ୍କ ପରି ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରିବାପରେ ରାଜ୍ୟର ମହିଳା ଏସଏଚଜିଗୁଡ଼ିକର ସଦସ୍ୟମାନଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଥିଲା।

ଶ୍ରୀମତୀ ବିଶୋୟୀ ମହିଳା ଏସଏଚଜି ମାଧ୍ୟମରେ ନିଜ ଅଞ୍ଚଳ ପାଇଁ ଅନେକ କିଛି ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ତାଙ୍କର ପ୍ରାର୍ଥୀତ୍ୱକୁ ବିଜେଡି ନିଜର ଟ୍ରମ୍ପକାର୍ଡ ଭାବେ ଉପଯୋଗ କଲା ଓ ସଫଳ ବି ହେଲା । ମାତ୍ର ଏବେ ମୟୂରଭଞ୍ଜ ଜିଲ୍ଲାର ବିଜେଡି ମହିଳା ସଭାନେତ୍ରୀ ମମତା ମହାନ୍ତଙ୍କୁ ମହିଳା ଏସଏଚଜି ପାଇଁ ଅନେକ କାର୍ଯ୍ୟ କରିଛନ୍ତି ବୋଲି କହି ଦଳ ସେହି ସମାନ ଶୈଳୀରେ ନିଜର ଭାବମୂର୍ତ୍ତି ସୁଧାରିବାକୁ ପ୍ରୟାସ କରୁଛି । କିନ୍ତୁ ଅତୀତରେ ମହିଳା ଏସଏଚଜି କ୍ଷେତ୍ରରେ ଯେଉଁ ମହିଳାମାନେ ସଫଳ ହୋଇଥିବାର ସାର୍ଟିଫିକେଟ୍ ଖୋଦ୍ ବିଜେଡି ସରକାର ଦେଇଥିଲେ, ଏବେ ସେହି ବିଜେଡି ଦଳ ଅଦ୍ୟାବଧି ମହିଳା ଏସଏଚଜିରେ କ୍ଷେତ୍ରରେ ନେତୃତ୍ୱ ନେବାର ଶୁଣାଯାଇନଥିବା ଜଣେ ଦଳୀୟ ନେତ୍ରୀଙ୍କ ନାଁ’କୁ ଜୋର ଜବରଦସ୍ତି ସଫଳ ବୋଲି ଦର୍ଶାଇବାକୁ ପ୍ରୟାସ କରିଛି। ଦଳୀୟ ନେତ୍ରୀ ମମତା ମହାନ୍ତଙ୍କୁ ରାଜନୀତିକ କାରଣ ପାଇଁ ଦଳ ଟିକେଟ୍ ଦେଇଥିଲେ ମଧ୍ୟ ତାଙ୍କ ସହ ‘ମହିଳା ଏସଏଚଜିଙ୍କ ଉଲ୍ଲେଖନୀୟ କାର୍ଯ୍ୟ’କୁ ଜାଣିଶୁଣି ଯୋଡ଼ିଛି।

ଅନ୍ୟପକ୍ଷରେ ମୟୂରଭଞ୍ଜ ଜିଲ୍ଲାରେ ସଫଳ ଏସଏଚଜି ମହିଳା ନେତ୍ରୀ ବା ଉଦ୍ୟୋଗୀ ଭାବେ କୁଳିଅଣା ବ୍ଲକର ଅସୀମା ଭାରତୀ ସିଂ, ଶୂଳିଆପଦା ବ୍ଲକର ସୁମିତ୍ରା ବାରିକଙ୍କ ସମେତ ସୁନ୍ଦରଗଡ଼ ଜିଲ୍ଲାର ଜୟନ୍ତୀ ଏକ୍କାଙ୍କ ଭଳି ମହିଳାଙ୍କୁ ଖୋଦ୍ ବିଜେଡି ସରକାର ସାଧାରଣ ନିର୍ବାଚନ ପୂର୍ବରୁ ‘ସଫଳ’ ସାର୍ଟିଫିକେଟ୍ ଧରାଇଥିଲା।

ଏପରିକି ସୁନ୍ଦରଗଡ଼ ଜିଲ୍ଲାରେ ଦଳୀୟ ଭୋଟ ବଢ଼ାଇବା ପାଇଁ ଜିଲ୍ଲା ମହିଳା ଏସଏଚଜି ମହାସଂଘ(ପ୍ରାୟ ୧୫ହଜାର ଏସଏଚଜି)ର ସଭାନେତ୍ରୀ ଜୟନ୍ତୀ ଏକ୍କାଙ୍କୁ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରିବାକୁ ବିଜେଡି ସରକାର ପଛାଇ ନଥିଲା। ଜୟନ୍ତୀଙ୍କର ପ୍ରଚାର-ପ୍ରସାର ଏଭଳି କଲା ସତେଯେପରି ସରକାର ଏହି ସଫଳ ଏସଏଚଜି ନେତ୍ରୀଙ୍କ ପାଇଁ ନିଜର ଦ୍ୱାର ଉନ୍ମୁକ୍ତ ରଖିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଆଗରେ ଉଡ଼ାଜାହାଜରେ ଚଢ଼ି ବୁଲିବା ପାଇଁ ନିଜର ମନକଥା କହିଥିବା ଜୟନ୍ତୀ ଏକ୍କା ମଞ୍ଚରେ କହିଥିବା ନିଜ ମନକଥା ଶୁଣି ଖୋଦ୍ ମୁଖ୍ୟମନ୍ତ୍ରୀ ନିଜ ଆସନରେ ଛିଡ଼ା ହୋଇ ଅଭିଭାଷଣ ଜଣାଇଥିଲେ।

ଜୟନ୍ତୀଙ୍କ ଭଳି ଆଦିବାସୀ ନେତ୍ରୀଙ୍କୁ ବିଜେଡି ଆଗାମୀ ଦିନରେ ଉପସ୍ଥାପନ କରି ସୁନ୍ଦରଗଡ଼ ଜିଲ୍ଲାରେ ସଂଗଠନକୁ ଆଗକୁ ନେଇପାରେ ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା। ମାତ୍ର ସେଭଳି ହେଲାନି। ଓଲଟା ନିର୍ବାଚନ ପରେ ବିଜେଡି ସରକାର ଜୟନ୍ତୀ ଏକ୍କାଙ୍କ ଭଳି ସଫଳ ଏସଏଚଜି ମହିଳାଙ୍କୁ ଭୁଲି ଯାଇ ନିଜର ଦଳୀୟ ନେତ୍ରୀଙ୍କୁ ରାଜ୍ୟସଭାରେ ଥଇଥାନ କରିବା ନିମନ୍ତେ ‘ଏସଏଚଜି’ ଟ୍ୟାଗ୍ ଲଗାଇବାକୁ ଉଦ୍ୟମ କରିଛନ୍ତି। ଯାହାକୁ ନେଇ ଏବେ ଏସଏଚଜି ମହିଳାଙ୍କ ମଧ୍ୟରେ ଧୀରେଧୀରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story