ରମେଶଙ୍କ ଆର୍ଥିକ କାରବାରର ତଦନ୍ତ କରିବ ଇଡି

ଭୁବନେଶ୍ୱର: ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ଅପରାଧୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଗିରଫ କଂଗ୍ରେସର ପୂର୍ବତନ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କର ସଂପତ୍ତି ତାଲିକା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ତାଙ୍କର ସମସ୍ତ ଆର୍ଥିକ କାରବାର ତଦନ୍ତ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଚିଠି ଲେଖିଛି ବ୍ରହ୍ମପୁର ପୋଲିସ୍। ବ୍ରହ୍ମପୁର ଏସ୍‌ପି ଡକ୍ଟର ସାର୍ଥକ ଷଡ଼ଙ୍ଗୀ କହିଛନ୍ତି,“ଏଯାବତ୍ ରମେଶଙ୍କର ୫୦ରୁ ଅଧିକ ସଂପତ୍ତି ଠାବ କରାଯାଇଛି। ତଦନ୍ତ ପ୍ରକ୍ରିୟାରେ ସାମିଲ ହେବାକୁ ମୁଁ ଇଡିଙ୍କୁ […]

ed

ed

Rakesh Mallick
  • Published: Tuesday, 15 March 2016
  • Updated: 15 March 2016, 04:18 PM IST

Sports

Latest News

ramesh jenaଭୁବନେଶ୍ୱର: ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ଅପରାଧୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଗିରଫ କଂଗ୍ରେସର ପୂର୍ବତନ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କର ସଂପତ୍ତି ତାଲିକା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ତାଙ୍କର ସମସ୍ତ ଆର୍ଥିକ କାରବାର ତଦନ୍ତ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଚିଠି ଲେଖିଛି ବ୍ରହ୍ମପୁର ପୋଲିସ୍।

ବ୍ରହ୍ମପୁର ଏସ୍‌ପି ଡକ୍ଟର ସାର୍ଥକ ଷଡ଼ଙ୍ଗୀ କହିଛନ୍ତି,“ଏଯାବତ୍ ରମେଶଙ୍କର ୫୦ରୁ ଅଧିକ ସଂପତ୍ତି ଠାବ କରାଯାଇଛି। ତଦନ୍ତ ପ୍ରକ୍ରିୟାରେ ସାମିଲ ହେବାକୁ ମୁଁ ଇଡିଙ୍କୁ ଚିଠି ଲେଖିଛି।”

ପୋଲିସ୍‌ ଦ୍ୱାରା ଜବତ କରାଯାଇଥିବା ସମସ୍ତ ସଂପତ୍ତି ରମେଶଙ୍କ ନାଁରେ ନାହିଁ। ସେଥିରୁ କିଛି ଅନ୍ୟମାନଙ୍କ ନାଁରେ ରହିଛି, ଯଦିଓ ରମେଶ ସେଗୁଡ଼ିକର ପ୍ରକୃତ ମାଲିକ।

ଏହା ପୂର୍ବରୁ ବ୍ରହ୍ମପୁର ପୋଲିସ୍ ଗ୍ରୀନ୍ ଇଣ୍ଡିଆ ଚିଟ୍‌ଫଣ୍ଡ କଂପାନୀ ସହିତ ରମେଶଙ୍କ ସଂପୃକ୍ତି ନେଇ ତଦନ୍ତ କରିବାକୁ ସିବିଆଇକୁ ଚିଠି ଲେଖିଥିଲା। ସୂଚନାଯୋଗ୍ୟ, ଓଡ଼ିଶାରେ ହୋଇଥିବା ଚିଟ୍‌ଫଣ୍ଡ୍ ଦୁର୍ନୀତିର ତଦନ୍ତ ସିବିଆଇ କରୁଛି।

ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟର ମୂରଲୀ ମୋହନ ରାଓଙ୍କର ରମେଶଙ୍କ ଜମି ବ୍ୟବସାୟ ସହିତ ସଂପର୍କ ଥିବା ପୋଲିସ୍ ଜାଣିବାକୁ ପାଇଛି। ତାଙ୍କ ଗୁଟ୍‌ଖା ବ୍ୟବସାୟର ଚେର ବିଭିନ୍ନ ଆଡ଼କୁ ଲମ୍ବି ଥିବା ପୋଲିସ୍ ଜାଣିବାକୁ ପାଇଛି।

ବ୍ରହ୍ମପୁର ଏସ୍‌ପି କହିଛନ୍ତି,“ଜମି ମାମଲାରେ କର୍ପୋରେଟର ମୂରଲୀ ମୋହନ ରାଓଙ୍କୁ ଡାକି ଜେରା କରାଯାଇଥିଲା। ରମେଶଙ୍କ ସହ ତାଙ୍କର ସମ୍ପୃକ୍ତି ସ୍ପଷ୍ଟ ହୋଇଛି। ରମେଶଙ୍କ ଗୁଟଖା ବ୍ୟବସାୟର ଚେର ବିଶାଖାପାଟଣା ଯାଏଁ ଲମ୍ବିଛି। ଏବେ ଗୋଟିଏ ଟିମ୍‌ ବିଶାଖାପାଟଣା ଯାଇ ଏହାର ତଦନ୍ତ କରିବ।”

ଅନ୍ୟପକ୍ଷରେ ଗତ ୧୩ ତାରିଖରୁ ମୂରଲୀଙ୍କୁ ପୋଲିସ୍ ଅଟକ ରଖିଥିବାରୁ ଆଜି ତାଙ୍କ ମା’ ବ୍ରହ୍ମପୁର ଏସଡିଜେଏମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆସନ୍ତାକାଲି ମୂରଲୀଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି।

୭ ଦିନିଆ ରିମାଣ୍ଡରେ ଥିବା ରମେଶଙ୍କୁ ଜେରା ବେଳେ ଟେଣ୍ଟର ଫିକ୍ସିଂ, ବାଲିଘାଟ ନିଲାମୀ, ଜମିଜମା କାରବାର ଓ ମଦ ବ୍ୟବସାୟ ପୋଲିସ୍‌ର ଫୋକସ୍‌ରେ ରହିଛି। ବାଲି ବ୍ୟବସାୟ ନେଇ ଠିକାଦାର କୃପାସିନ୍ଧୁ ମୁଦୁଲିଙ୍କୁ ଅଟକ ରଖାଯାଇଥିବା ବେଳେ ଜମି କାରବାରରେ କଂଗ୍ରେସ କର୍ପୋରେଟର ମୁରଲୀ ମୋହନଙ୍କ ସମ୍ପୃକ୍ତି ନେଇ ପୋଲିସ ହାତରେ ପ୍ରମାଣ ଲାଗି ସାରିଥିବା ଜଣାପଡ଼ିଛି।

ଗତ ଦୁଇଦିନ ତଳେ ରମେଶଙ୍କ ଜବତ ହୋଇଥିବା ଲେକ୍ସସ୍‌ସ ଗାଡିଟି କଂଗ୍ରେସ ନେତା ସୟଦ ମୁବାରକ ଓ ଚାୱାଲା କନଷ୍ଟ୍ରକସନନ ମାଧ୍ୟମରେ କିଣାଯାଇଛି। ଏହି ଗାଡିର ସବୁ ପଇସା ପଇଠ ହୋଇ ନ ଥିବାରୁ ସେ ଦିଗରେ ବି ଖୋଳତାଡ଼ ଜାରି ରହିଛି।

ଭୁବନେଶ୍ୱର ଜ୍ୟୋତ୍ସ୍ନା ଆପାର୍ଟମେଣ୍ଟରୁ ମିଳିଥିବା ଫଟୋ ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିଛି। ଫଟୋରେ ରମେଶଙ୍କ ସହ ଥିବା ଯୁବତୀ ଜଣଙ୍କ ବ୍ରହ୍ମପୁର ଗେଟ୍‌ ବଜାର ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ଭୁବନେଶ୍ୱରରେ ଏକ ଏୟାର ହୋଷ୍ଟେସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ପାଠ ପଢୁଥିଲେ। ରମେଶ ତାଙ୍କୁ ଏକ ଗାଡ଼ି ଓ ଘର ଉପହାର ଦେଇଥିବା ଯୁବତୀ ଜଣଙ୍କ ପୋଲିସ୍‌କୁ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story