ମତୁଆଲା କଲା କ୍ୟାଟ୍ ୱାକ୍‌: ଦେଖନ୍ତୁ ସମ୍ବଲପୁର ମହୋତ୍ସବରେ ରାମ୍ପ ଶୋ ଭିଡିଓ

ସମ୍ବଲପୁର: ସମ୍ବଲପୁରୀ ବସ୍ତ୍ରର ଚାହିଦା ଦେଶ ବିଦେଶରେ ରହିଛି ।  ତେବେ ସମ୍ବଲପୁରୀ ବସ୍ତ୍ରକୁ ଆଧୁନିକ ସମାଜରେ ଆହୁରି ଲୋକପ୍ରିୟ କରିବା ପାଇଁ ଆରମ୍ଭ ହୋଇଛି ନୂଆ ପ୍ରୟାସ ।  ସମ୍ବଲପୁର ମହୋତ୍ସବ ଅବସରରେ ରାମ୍ପ ଶୋରେ ଦେଖିବାକୁ ମିଳିଛି ନୂଆ ଡିଜାଇନର ବସ୍ତ୍ର ।  ସମ୍ବଲପୁରୀ ଡିଜାଇନର ଆଧୁନିକ ବସ୍ତ୍ର ପିନ୍ଧି କ୍ୟାଟ୍ ଓ୍ୱାକ୍ କରିଛନ୍ତି ଯୁବକ ଯୁବତୀ।

ରଙ୍ଗିନ ଆଲୋକ ଓ ମ୍ୟୁଜିକର ତାଳେ ତାଳେ ଚାଲି ଥିଲା ରାମ୍ପ୍ ଶୋ। ସମ୍ବଲପୁରୀ କପଡାରେ ପ୍ରସ୍ତୁତ ଆଧୁନିକ ଡିଜାଇନର ପୋଷାକ  ପିନ୍ଧି ଷ୍ଟେଜ୍ ଉପରେ କ୍ୟାଟ୍ ଓ୍ୱାକ୍ କରିଛନ୍ତି ଯୁବକ ଯୁବତୀ। ସମ୍ବଲପୁର ମହୋତ୍ସବ ଅବସରରେ ଅନୁଷ୍ଠିତ ରାମ୍ପ ଶୋ ଦର୍ଶକଙ୍କୁ ବେଶ ମତୁଆଲା କରିଛି ।

ପାରମ୍ପରିକ ସମ୍ବଲପୁରୀ ବସ୍ତ୍ରକୁ ଆଧୁନିକ ଡିଜାଇନରେ ପ୍ରଦର୍ଶିତ କରାଯାଇଛି। ଏଭଳି ଆକର୍ଷଣୀୟ ପୋଷାକର ଡିଜାଇନ୍ କରିଛନ୍ତି ସମ୍ବଲପୁରର ଡିଜାଇନର ରିଙ୍କୁ କୁମାର ସାହୁ । ସମ୍ବଲପୁରୀ କପଡାରେ ୱେଷ୍ଟେର୍ଣ୍ଣ ଛାପ ଦେବା ପାଇଁ ସେ ପ୍ରଚେଷ୍ଟା କରିଥିବା କହିଛନ୍ତି।  ଏହାଦ୍ୱାରା ସମ୍ବଲପୁରୀ କପଡାର ଚାହିଦା ଅଧିକ ବଢାଇବା ଲାଗି ସେ ଲକ୍ଷ ରଖିଛନ୍ତି॥  କେବଳ ପୋଷାକ ନୁହେଁ, ସମ୍ବଲପୁରୀ କପଡାରେ କ୍ୟାପ୍ ସହ ବିଭିନ୍ନ ଡିଜାଇନ ବ୍ୟାଗ୍ ବି ପ୍ରସ୍ତୁତ କରୁଛନ୍ତି ।

Ordigital Desk
• Published: Monday, 11 December 2017
• Updated: 11 December 2017, 07:42 PM IST

Sports

Latest News

ସମ୍ବଲପୁର: ସମ୍ବଲପୁରୀ ବସ୍ତ୍ରର ଚାହିଦା ଦେଶ ବିଦେଶରେ ରହିଛି ।  ତେବେ ସମ୍ବଲପୁରୀ ବସ୍ତ୍ରକୁ ଆଧୁନିକ ସମାଜରେ ଆହୁରି ଲୋକପ୍ରିୟ କରିବା ପାଇଁ ଆରମ୍ଭ ହୋଇଛି ନୂଆ ପ୍ରୟାସ ।  ସମ୍ବଲପୁର ମହୋତ୍ସବ ଅବସରରେ ରାମ୍ପ ଶୋରେ ଦେଖିବାକୁ ମିଳିଛି ନୂଆ ଡିଜାଇନର ବସ୍ତ୍ର ।  ସମ୍ବଲପୁରୀ ଡିଜାଇନର ଆଧୁନିକ ବସ୍ତ୍ର ପିନ୍ଧି କ୍ୟାଟ୍ ଓ୍ୱାକ୍ କରିଛନ୍ତି ଯୁବକ ଯୁବତୀ।

ରଙ୍ଗିନ ଆଲୋକ ଓ ମ୍ୟୁଜିକର ତାଳେ ତାଳେ ଚାଲି ଥିଲା ରାମ୍ପ୍ ଶୋ। ସମ୍ବଲପୁରୀ କପଡାରେ ପ୍ରସ୍ତୁତ ଆଧୁନିକ ଡିଜାଇନର ପୋଷାକ  ପିନ୍ଧି ଷ୍ଟେଜ୍ ଉପରେ କ୍ୟାଟ୍ ଓ୍ୱାକ୍ କରିଛନ୍ତି ଯୁବକ ଯୁବତୀ। ସମ୍ବଲପୁର ମହୋତ୍ସବ ଅବସରରେ ଅନୁଷ୍ଠିତ ରାମ୍ପ ଶୋ ଦର୍ଶକଙ୍କୁ ବେଶ ମତୁଆଲା କରିଛି ।

ପାରମ୍ପରିକ ସମ୍ବଲପୁରୀ ବସ୍ତ୍ରକୁ ଆଧୁନିକ ଡିଜାଇନରେ ପ୍ରଦର୍ଶିତ କରାଯାଇଛି। ଏଭଳି ଆକର୍ଷଣୀୟ ପୋଷାକର ଡିଜାଇନ୍ କରିଛନ୍ତି ସମ୍ବଲପୁରର ଡିଜାଇନର ରିଙ୍କୁ କୁମାର ସାହୁ । ସମ୍ବଲପୁରୀ କପଡାରେ ୱେଷ୍ଟେର୍ଣ୍ଣ ଛାପ ଦେବା ପାଇଁ ସେ ପ୍ରଚେଷ୍ଟା କରିଥିବା କହିଛନ୍ତି।  ଏହାଦ୍ୱାରା ସମ୍ବଲପୁରୀ କପଡାର ଚାହିଦା ଅଧିକ ବଢାଇବା ଲାଗି ସେ ଲକ୍ଷ ରଖିଛନ୍ତି॥  କେବଳ ପୋଷାକ ନୁହେଁ, ସମ୍ବଲପୁରୀ କପଡାରେ କ୍ୟାପ୍ ସହ ବିଭିନ୍ନ ଡିଜାଇନ ବ୍ୟାଗ୍ ବି ପ୍ରସ୍ତୁତ କରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos