ରିପୋର୍ଟ ସତ ନା ଫିକ୍ସି: ଓଡ଼ିଶାରେ ଦୁଷ୍କର୍ମ ୫୩% ହ୍ରାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୁଷ୍କର୍ମ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଓଡ଼ିଶାରେ ଦୁଷ୍କର୍ମ ମାମଲା ପ୍ରାୟ ୫୩% ହ୍ରାସ ପାଇଛି। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି)-୨୦୧୮ରେ ଉଲ୍ଲେଖ ରହିଛି। ରାଜ୍ୟ ସରକାରଙ୍କ ଶ୍ୱେତପତ୍ର ଓ କେନ୍ଦ୍ର ସରକାରଙ୍କ ଏନସିଆରବି ରିପୋର୍ଟ ମଧ୍ୟରେ ତାଳମେଳ ନଥିବାରୁ ଆଜି ପ୍ରକାଶିତ ରିପୋର୍ଟର ସତ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନସିଆରବି ରିପୋର୍ଟ ଅନୁସାରେ, ୨୦୧୭ ମସିହାରେ ରାଜ୍ୟରେ ମୋଟ ୨୦୭୦ଟି […]

rape-53%-reduce-in-odisha

rape-53%-reduce-in-odisha

Manoranjan Sial
  • Published: Wednesday, 08 January 2020
  • Updated: 08 January 2020, 10:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୁଷ୍କର୍ମ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଓଡ଼ିଶାରେ ଦୁଷ୍କର୍ମ ମାମଲା ପ୍ରାୟ ୫୩% ହ୍ରାସ ପାଇଛି। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି)-୨୦୧୮ରେ ଉଲ୍ଲେଖ ରହିଛି। ରାଜ୍ୟ ସରକାରଙ୍କ ଶ୍ୱେତପତ୍ର ଓ କେନ୍ଦ୍ର ସରକାରଙ୍କ ଏନସିଆରବି ରିପୋର୍ଟ ମଧ୍ୟରେ ତାଳମେଳ ନଥିବାରୁ ଆଜି ପ୍ରକାଶିତ ରିପୋର୍ଟର ସତ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏନସିଆରବି ରିପୋର୍ଟ ଅନୁସାରେ, ୨୦୧୭ ମସିହାରେ ରାଜ୍ୟରେ ମୋଟ ୨୦୭୦ଟି ଦୁଷ୍କର୍ମ ମାମଲା ହୋଇଥିବାବେଳେ ୨୦୧୮ ମସିହାରେ ଏହା ୯୨୩କୁ ହ୍ରାସ ପାଇଛି। ସେହିପରି ୨୦୧୮ ମସିହାରେ ମାତ୍ର ୩୭ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଛି ବୋଲି ରିପୋର୍ଟରେ ଉଲ୍ଲେଖ ଅଛି। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭାରେ ଉପସ୍ଥାପନ କରାଯାଇଥିବା ଗୃହ ବିଭାଗର ଶ୍ୱେତପତ୍ର ଅନୁସାରେ ଓଡ଼ିଶାରେ ୨୦୧୮ ମସିହାରେ ମୋଟ ୨୫୦୨ଟି ଦୁଷ୍କର୍ମ ମାମଲା ହୋଇଥିଲା। ଅବଶ୍ୟ ଓଡ଼ିଶା ପୁଲିସ୍ ଦେଇଥିବା ତଥ୍ୟ ଆଧାରରେ ଏନସିଆରବି ରିପୋର୍ଟ ପ୍ରସ୍ତୁତ ହୋଇଥାଏ।ସେହିପରି ଏନସିଆରବି ରିପୋର୍ଟ-୨୦୧୮ ଅନୁସାରେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ବିଭିନ୍ନ ପ୍ରକାରର ହିଂସା ଓ ଅପରାଧ ତାଲିକାରେ ଦେଶର ପ୍ରଥମ ୧୦ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି ।

ଦେଶରେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ମୋଟ୍ ଅପରାଧ ମଧ୍ୟରୁ ଓଡ଼ିଶାରେ ୫.୪ ପ୍ରତିଶତ ଥିବାବେଳେ ସାମଗ୍ରିକ ଅପରାଧ ତାଲିକାରେ ଓଡ଼ିଶା ୪ ନମ୍ବର ସ୍ଥାନରେ ରହିଛି । ସେହିପରି ମହିଳାମାନେ ସାଇବର ଅପରାଧର ଶିକାର ହେବା କ୍ଷେତ୍ରରେ ଆସାମ ପରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଓଡ଼ିଶାରେ ୨୦୮ଟି ସାଇବର ଅପରାଧରେ ମହିଳାମାନେ ଶିକାର ହୋଇଛନ୍ତି। ତେବେ ମହିଳାମାନଙ୍କ ସେକ୍ସ ଭିଡିଓ ଭାଇରାଲ ହେବା ମାମଲାରେ ଓଡ଼ିଶା ଶୀର୍ଷରେ ରହିଛି।

ସୂଚନାଯୋଗ୍ୟ,୨୦୧୬ ମସିହାରେ ଓଡ଼ିଶାରେ ମୋଟ ୮୧,୪୬୦ଟି ଅପରାଧ ମାମଲା ପଞ୍ଜିକରଣ ହୋଇଥିବାବେଳେ ୨୦୧୭ରେ ୮୩୫୮୩ ଓ ୨୦୧୮ ମସିହାରେ ୮୩୭୬୯ଟି ମାମଲା ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos