ମିଛ ଥିଲା କି କାର୍‌ ଭିତରେ ଦୁଷ୍କର୍ମ ଅଭିଯୋଗ? ଡ୍ରାଇଭରକୁ ଛାଡ଼ିଦେଲା ପୁଲିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳନ୍ତା କାର୍‌ରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ଖୋର୍ଦ୍ଧା ପିଏନ୍‌ କଲେଜ ସମ୍ମୁଖରେ ଫିଙ୍ଗିଦେବା ଘଟଣାରେ ଦୁଷ୍କର୍ମ ଅଭିଯୋଗ ନେଇ ପ୍ରମାଣ ପାଇ ନ ଥିବା ପୁଲିସ୍‌ କହିଛି। ତେବେ ଏହି ଘଟଣାରେ ୪ଦିନ ହେଲା ଖଣ୍ଡଗିରି ଥାନାରେ ଅଟକ ଥିବା କାର୍ ଡ୍ରାଇଭରକୁ ପୁଲିସ୍‌ ଛାଡ଼ିଦେଇଛି। ସୂଚନାଯୋଗ୍ୟ, ଗତ ୭ତାରିଖ ଦିନ  ଟ୍ୱିଟ୍‌ କରି ଭୁବନେଶ୍ୱର ଡିସିପି ସୂଚନା ଦେଇଥିଲେ ଯେ, ଏହି ଘଟଣାରେ ଅଭିଯୁକ୍ତକୁ ଅଟକ ରଖାଯିବା ସହ କାର୍‌କୁ ମଧ୍ୟ […]

khurdh

khurdh

Jyoshna Pradhan
  • Published: Monday, 11 November 2019
  • Updated: 11 November 2019, 02:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳନ୍ତା କାର୍‌ରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ଖୋର୍ଦ୍ଧା ପିଏନ୍‌ କଲେଜ ସମ୍ମୁଖରେ ଫିଙ୍ଗିଦେବା ଘଟଣାରେ ଦୁଷ୍କର୍ମ ଅଭିଯୋଗ ନେଇ ପ୍ରମାଣ ପାଇ ନ ଥିବା ପୁଲିସ୍‌ କହିଛି। ତେବେ ଏହି ଘଟଣାରେ ୪ଦିନ ହେଲା ଖଣ୍ଡଗିରି ଥାନାରେ ଅଟକ ଥିବା କାର୍ ଡ୍ରାଇଭରକୁ ପୁଲିସ୍‌ ଛାଡ଼ିଦେଇଛି।

ସୂଚନାଯୋଗ୍ୟ, ଗତ ୭ତାରିଖ ଦିନ  ଟ୍ୱିଟ୍‌ କରି ଭୁବନେଶ୍ୱର ଡିସିପି ସୂଚନା ଦେଇଥିଲେ ଯେ, ଏହି ଘଟଣାରେ ଅଭିଯୁକ୍ତକୁ ଅଟକ ରଖାଯିବା ସହ କାର୍‌କୁ ମଧ୍ୟ ଜବତ କରାଯାଇଛି। ଏହି ମାମଲାକୁ ଖୋର୍ଦ୍ଧାରୁ ଖଣ୍ଡଗିରି ଥାନାକୁ ସ୍ଥାନାନ୍ତର କରାଯାଇଛି। ବରିଷ୍ଠ ଅଧିକାରୀମାନେ ତଦନ୍ତକୁ ମନିଟର୍ କରୁଛନ୍ତି।

ସୂଚନାଯୋଗ୍ୟ, ଗତ ୬ ତାରିଖ  ସନ୍ଧ୍ୟାରେ ପିଏନ୍ କଲେଜ ସମ୍ମୁଖରୁ ମୁର୍ମୁଷ ଅବସ୍ଥାରେ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଉକ୍ତ ଯୁବତୀଙ୍କୁ ଏକ କାର୍‌ରୁ ବାହାରକୁ ଠେଲି ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଯୁବତୀଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ତାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଯୁବତୀଜଣକ ଅଭିଯୋଗ କରିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos