କଟକ (ଓଡ଼ିଶା ରିପୋର୍ଟର): ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝା ମୃତ୍ୟୁ ମାମଲାରେ ଆଜି ଥାନାରେ ହାଜର ହେଲେ ପ୍ରଥମ ପ୍ରେମିକ ରାଜା। ଜେରାରେ ସମ୍ମୁଖୀ ହେବା ପରେ ରାଜା ଗଣମାଧ୍ୟମ ସାମ୍ନାକୁ ଆସିଥିଲେ। ସେ ସବୁ ଦୋଷ ଗଣମାଧ୍ୟମ ଉପରେ ଲଦିଥିଲେ। ଆପଣମାନଙ୍କ ପାଇଁ ଆଜି ମୁଁ ଥାନାରେ ହାଜର ହେବାକୁ ଆସିଛି। ବିଭିନ୍ନ ଗଣମାଧ୍ୟମରେ ଭିନ୍ନଭିନ୍ନ ଖବର ବାଜୁଥିବାରୁ ପୁଲିସ ମୋତେ ଜେରା କରିବା ପାଇଁ ଡାକିଥିଲେ। ମୁଁ ତଦନ୍ତରେ ପୁଲିସ୍କୁ ସହଯୋଗ କରୁଛି। ତଦନ୍ତ ଚାଲିଥିବାରୁ କିଛି କହିବି ନାହିଁ ବୋଲି ରାଜା ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ।
ଅନ୍ୟପକ୍ଷରେ ରଶ୍ମୀରେଖା ଲିଭ୍ ଇନ୍ ରିଲେସନ୍ସିପ୍ରେ ରହୁଥିବା ବୟଫ୍ରେଣ୍ଡ ସନ୍ତୋଷ ପାତ୍ରଙ୍କୁ ମଧ୍ୟ ହାଜର ପାଇଁ ନୋଟିସ୍ କରିଥିଲା ନୟାପଲ୍ଲୀ ଥାନା ପୁଲିସ। ତୁରନ୍ତ ଥାନାରେ ପହଞ୍ଚି ତଦନ୍ତରେ ସହଯୋଗ କରିବାକୁ ନୋଟିସ୍ କରାଯାଇଥିଲା। ହେଲେ ସେ ହାଜର ହୋଇନଥିବା ଜଣାପଡ଼ିଛି। ଏପରିକି ରଶ୍ମୀରେଖାଙ୍କ ମୃତ୍ୟୁ ନେଇ ମୁହଁ ଖୋଲୁନାହାନ୍ତି।
ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ରଶ୍ମିରେଖା ଓଝା। ଟେଲିଭିନ୍ ସିରିଏଲରେ ଅଭିନୟ କରୁଥିଲେ। ନିଜର ଅଭିନୟକୁ ନେଇ ବେଶ୍ ଚର୍ଚ୍ଚାରେ ଥିଲେ। ସେ ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରେ ପ୍ରେମିକ ସନ୍ତୋଷ ପାତ୍ରଙ୍କ ସହ ଲିଭ୍ ଇନ୍ ରିଲେସନ୍ସିପ୍ରେ ରହୁଥିଲେ। ଉକ୍ତ ଘରକୁ ପ୍ରଥମେ ସନ୍ତୋଷ ଭଡ଼ା ନେଇଥିଲେ। ଘର ନେବାର ପ୍ରାୟ ୮ ଦିନ ପରେ ରଶ୍ମୀରେଖା ସେଠାରେ ପହଞ୍ଚି ଥିଲେ। ଉଭୟ ପତିପତ୍ନୀ ବୋଲି ଘର ମାଲିକଙ୍କୁ ପରିଚୟ ଦେଇଥିଲେ। ବେଶ ଖୁସିରେ ଉଭୟ ରହୁଥିଲେ।
ତେବେ ଉଭୟଙ୍କ ଖୁସିର ସଂସାରରେ ହଠାତ ଲାଗିଥିଲା ନିଆଁ। ପ୍ରଥମ ପ୍ରେମିକ ରାଜାଙ୍କ ଏଣ୍ଟ୍ରୀ ପରେ କୁଆଡେ ଦୁଇ ଜଣଙ୍କ ମଧ୍ୟ ତୀକ୍ତତା ଦେଖାଦେଇଥିଲା। ଏହା ପରେ ସନ୍ତୋଷ ଅଲଗା ରହୁଥିଲେ। ଯେଉଁଥିପାଇଁ ରଶ୍ମୀରେଖା ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ତେବେ ରଶ୍ମୀରେଖାଙ୍କ ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ। ରଶ୍ମୀରେଖାକୁ ସନ୍ତୋଷ ହତ୍ୟା କରିଥିବା ପରିବା ଲୋକେ ଅଭିଯୋଗ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।