ରଥଯାତ୍ରାରେ କାର୍ଯ୍ୟରତ ଡାକ୍ତର, ପାରାମେଡିକାଲ ଷ୍ଟାଫଙ୍କୁ ଭତ୍ତା ପ୍ରଦାନରେ ଅନିୟମିତତା ନେଇ ପୁରୀ ଜିଲ୍ଲା ଚିକିତ୍ସାଳୟରେ ଉତ୍ତେଜନା

ପୁରୀ: ନବକଳେବର ରଥଯାତ୍ରାରେ କାର୍ଯ୍ୟରତ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କ ଭତ୍ତା ପ୍ରଦାନରେ ଅବହେଳା କରାଯାଇଥିବା ନେଇ ପୁରୀ ଜିଲ୍ଲା ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଠିକ୍ ସମୟରେ ଟିଏ, ଡିଏ ଦିଆ ନ ଯିବା ଓ ଡ୍ୟୁଟିରେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାତାୟତ ପାଇଁ ଅତ୍ୟନ୍ତ କମ୍ ଖର୍ଚ୍ଚ ଦିଆଯିବା ବିରୋଧରେ ୯୩୦ଜଣ ଷ୍ଟାଫ୍ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏ ନେଇ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶଙ୍କ ମିଳିତ ଆଲୋଚନା ପରେ ଡିଏକୁ ଦୁଇଗୁଣା […]

puri

puri

Rakesh Mallick
  • Published: Wednesday, 29 July 2015
  • Updated: 29 July 2015, 03:14 PM IST

Sports

Latest News

ପୁରୀ: ନବକଳେବର ରଥଯାତ୍ରାରେ କାର୍ଯ୍ୟରତ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କ ଭତ୍ତା ପ୍ରଦାନରେ ଅବହେଳା କରାଯାଇଥିବା ନେଇ ପୁରୀ ଜିଲ୍ଲା ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଠିକ୍ ସମୟରେ ଟିଏ, ଡିଏ ଦିଆ ନ ଯିବା ଓ ଡ୍ୟୁଟିରେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାତାୟତ ପାଇଁ ଅତ୍ୟନ୍ତ କମ୍ ଖର୍ଚ୍ଚ ଦିଆଯିବା ବିରୋଧରେ ୯୩୦ଜଣ ଷ୍ଟାଫ୍ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏ ନେଇ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶଙ୍କ ମିଳିତ ଆଲୋଚନା ପରେ ଡିଏକୁ ଦୁଇଗୁଣା କରାଯାଇଛି । ସରକାରଙ୍କ ଗାଇଡଲାଇନ ଅନୁସାରେ ଯିବା ଆସିବା ଖର୍ଚ୍ଚ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳଙ୍କ ଅନୁମତି ମିଳିବାର ୭ଦିନ ଭିତରେ ଭତ୍ତା ବାବଦ ଅର୍ଥ କର୍ମଚାରୀଙ୍କର ଆକାଉଣ୍ଟକୁ ଟ୍ରାନସଫର୍ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି।

ତେବେ ଟିଏ, ଡିଏ ଟଙ୍କ।କୁ ଚେକ୍ ଆକାରରେ ଦେବା ପାଇଁ ଡାକ୍ତର ଓ ଷ୍ଟାଫମାନେ ଦାବି କରିଛନ୍ତି। ଅନ୍ୟପଟେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କ ରହିବା ଓ ଖାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଅବହେଳାକୁ ଓମସା ପକ୍ଷରୁ ନିନ୍ଦା କରାଯାଇଛି। ସେପଟେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି ସିଟି ଡିଏସପି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos