ପୁରୀ: ମହାପ୍ରଭୁଙ୍କ ମସ୍ତକରେ ଲାଗୁଥିବା ଦୁର୍ମୂଲ୍ୟ ରତ୍ନ ଖଚିତ ଚିତାର ମରାମତି ଆରମ୍ଭ ହୋଇଛି। ରତ୍ନଖଚିତ ଚିତାରେ ଲାଗିଥିବା ପଥର ଦୋହଲୁଥିବାରୁ ଏହାର ମରାମତି ପାଇଁ ପ୍ରତିବର୍ଷ ସେବାୟତଙ୍କ ତରଫରୁ ଦାବୀ କରାଯାଉଥିଲା। ତେଣୁ ଚଳିତ ବର୍ଷ ମହାଅନବସରରେ ଏହି ମରାମତିର ସୁଯୋଗ ରହିଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାର ମରାମତି ଆରମ୍ଭ ହୋଇଛି। ଦେବସାନ୍ନ ପୂର୍ଣ୍ଣିମା ଦିନ ୧୦୮କୁମ୍ଭ ସାନ୍ନ ପରେ ଅଣସରପିଣ୍ଡିରେ ଦଇତାପତି ମାନେ ଶ୍ରୀଜୀଉଙ୍କର ଚିତାକୁ କାଢିଦେଇଥିଲେ। ଯାହାକି ଆଗାମୀ ଶ୍ରାବଣ ଅମାବାସ୍ୟା ଚିତାଲାଗି ଅମାବାସ୍ୟା ଦିନ ବିଧି ବିଧାନ ସହ ଏହି ଚିତା ଲଗାଯାଇଥାଏ। ଶ୍ରୀଜଗନ୍ନାଥଙ୍କୁ ହୀରାରେ ଖଚିତ ଚିତା, ବଡଭାଇ ବଳଭଦ୍ରଙ୍କୁ ନୀଳା, ଦେବୀ ସୁଭଦ୍ରା ମାଣିକ୍ୟ ଖଚିତ ଚିତା ପରିଧାନ କରିଥାନ୍ତି। ସଂପୂର୍ଣ୍ଣ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଏହାର ମରାମତି କାର୍ଯ୍ୟ କରାଯାଉଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଆମ୍ବ ଟାକୁଆ ମୃତ୍ୟୁ: ପୁଣି ବିଜେଡି-ବିଜେପି ମୁହାଁମୁହିଁ, ଆରଡିସି ତଦନ୍ତ ରିପୋର୍ଟକୁ ଅପେକ୍ଷା
ଆମ୍ବ ଟାକୁଆ ଖାଇ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଥିବା ଦାରିଙ୍ଗିବାଡ଼ି ବ୍ଲକର ମାଣ୍ଡିପଙ୍କା ଗାଁର ଜିତା ମାଝୀଙ୍କର ଆଜି ମୃତ୍ୟୁ ହେବାପରେ ରାଜନୀତି ସରଗରମ ହୋଇଛି ।
Miscellaneous
୨୩ରେ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦ ବୈଠକ, ଅତିରିକ୍ତ ଚିଠା ବଜେଟକୁ ମିଳିବ ମଞ୍ଜୁରୀ
ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୬ତାରିଖରେ ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ।
Miscellaneous
୨୦୪୭ ମସିହା ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’
ଓଡ଼ିଶାରେ ବୀମାହାର ଜାତୀୟସ୍ତର ତୁଳନାରେ କମିଥିବାରୁ ୨୦୪୭ ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’ ଲକ୍ଷ୍ୟ ହାସଲ କରିବାକୁ ବୀମା କଭରେଜରେ ଉନ୍ନତି ଆଣିବା ନିମନ୍ତେ ରଣନୀତି ଉପରେ ଆଲୋଚନା ହୋଇଛି ।
Miscellaneous
ସରକାରୀ ଜମିରେ ତିଆରି ହୋଇଛି ବାବାଙ୍କ ବୈକୁଣ୍ଠ ଧାମ ଆଶ୍ରମ
ଭୁବନେଶ୍ୱର ଖଣ୍ଡଗିରି ପାଦ ଦେଶରେ ରହିଛି ବାବାଙ୍କ ବୈକୁଣ୍ଠ ଧାମ୍ ଆଶ୍ରମ। ଏଠାରେ କଳକୀରାମ ଶ୍ରୀଶ୍ରୀଶ୍ରୀ ସତ୍ୟ ଅନନ୍ତ ମାଧବ ପୂଜା ପାଉଛନ୍ତି। ପ୍ରବଚନ ଦେଉଛନ୍ତି। ଭକ୍ତଙ୍କୁ ଆଶୀର୍ବାଦ ଦେଉଛନ୍ତି।
Special
ଦୁଇ ଘଣ୍ଟା ବନ୍ଦ ହୋଇଥିଲା ହାର୍ଟ ବିଟ୍; ତଥାପି ପୁନର୍ଜନ୍ମ ପାଇଲେ ଯବାନ
ଏମ୍ସ ଡାକ୍ତର ଔଷଧ ଦେଇ ଶୁଭକାନ୍ତଙ୍କ ବିପି ବଢ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ହାର୍ଟ ବିଟ୍ କିନ୍ତୁ କମି ଚାଲିଥିଲା। ଏହାରି ଭିତରେ ହଠାତ ହୋଇଥିଲା କର୍ଡିଆକ୍ ଆରେଷ୍ଟ। ବନ୍ଦ ହୋଇଗଲା ହାର୍ଟ ବିଟ୍। ତେଣୁ ଡାକ୍ତର ତାଙ୍କୁ CPR ଦେବା ଆରମ୍ଭ କରିଥିଲେ।