ରାଉରକେଲା: ସାର ନଗର ପାର୍କରେ ହାତୀ ପଲ

ରାଉରକେଲା: ରାଉରକେଲା ସହରରେ ହାତୀ ଆତଙ୍କ। ଆଜି ସକାଳେ ସହରର ସାର ନଗର ପାର୍କରେ ୭ଟି ହାତୀ ପଶି ଆସିଛନ୍ତି।  ଗତକାଲି ରାତିରେ ଏହି ହାତୀଦଳ ୬ଟି ଘର, ୩ଟି ପାଚେରୀ ଭାଙ୍ଗିଥିବା ଲୋକେ ଅଭିଯୋଗ କରିଛନ୍ତି। ହାତୀ ପଲଙ୍କ ଉତ୍ପାତ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ହାତୀକୁ ଦେଖିବା ପାଇଁ ପାର୍କରେ ଲୋକଙ୍କ ଭିଡ଼ ଜମିଛି।