ରାୟଗଡ଼ା ସିଡିଏମ୍‌ଓ ସସ୍‌ପେଣ୍ଡ

କଲ୍ୟାଣସିଂହପୁର(ମାଉଡି ବାରିକ): ବାତ୍ୟା ‘ଫୋନି’ ପାଇଁ ରାଜ୍ୟ ସରକାର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ଏହି ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ରାୟଗଡ଼ା ସିଡିଏମ୍‌ଓ ଡାକ୍ତର ଶିବପ୍ରସାଦ ପାଢ଼ୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏସ୍‌ଆର୍‌ସି ତାଙ୍କୁ ଆଜି ସସ୍‌ପେଣ୍ଡ କରିଛନ୍ତି। ରାୟଗଡ଼ା ଏଡିଏମ୍‌ଓ ଡାକ୍ତର ଶକ୍ତି ମହାନ୍ତିଙ୍କୁ ସିଡିଏମ୍‌ଓ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ସୂଚନାରୁ ପ୍ରକାଶ, ଡାକ୍ତର ପାଢ଼ୀ କିଛି ଦିନ ତଳେ ଛୁଟି ନେଇ ରାଜ୍ୟ ବାହାରକୁ ଯାଇଥିଲେ। ଏହି ସମୟରେ ସାମୁଦ୍ରିକ ଝଡ଼ ‘ଫୋନି’ ଆସିବାରୁ […]

Rayagada--suspend-cdmo-Dr-siba-Prasad-padhy

Manoranjan Sial
  • Published: Thursday, 02 May 2019
  • , Updated: 03 May 2019, 01:02 AM IST

କଲ୍ୟାଣସିଂହପୁର(ମାଉଡି ବାରିକ): ବାତ୍ୟା ‘ଫୋନି’ ପାଇଁ ରାଜ୍ୟ ସରକାର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ଏହି ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ରାୟଗଡ଼ା ସିଡିଏମ୍‌ଓ ଡାକ୍ତର ଶିବପ୍ରସାଦ ପାଢ଼ୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏସ୍‌ଆର୍‌ସି ତାଙ୍କୁ ଆଜି ସସ୍‌ପେଣ୍ଡ କରିଛନ୍ତି। ରାୟଗଡ଼ା ଏଡିଏମ୍‌ଓ ଡାକ୍ତର ଶକ୍ତି ମହାନ୍ତିଙ୍କୁ ସିଡିଏମ୍‌ଓ ଦାୟିତ୍ୱ ହସ୍ତାନ୍ତର କରାଯାଇଛି।

ସୂଚନାରୁ ପ୍ରକାଶ, ଡାକ୍ତର ପାଢ଼ୀ କିଛି ଦିନ ତଳେ ଛୁଟି ନେଇ ରାଜ୍ୟ ବାହାରକୁ ଯାଇଥିଲେ। ଏହି ସମୟରେ ସାମୁଦ୍ରିକ ଝଡ଼ ‘ଫୋନି’ ଆସିବାରୁ ରାଜ୍ୟ ସରକାର ତାଙ୍କ ଛୁଟି ବାତିଲ କରିଥିଲେ। ଏପରିକି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ୱେ ଡାକ୍ତର ପାଢ଼ୀ କାର୍ଯ୍ୟରେ ଯୋଗଦେଇନଥିଲେ। ତେଣୁ ତାଙ୍କୁ ଆଜି ସସ୍‌ପେଣ୍ଡ କରାଯାଇଛି।

Related story