ରାଜ୍ୟରେ ପ୍ରଥମ ଓମିକ୍ରନ୍‌ ମୃତ୍ୟୁ! ବିନା ଗାଇଡ୍‌ଲାଇନ୍‌ରେ ହୋଇଛି ଶବ ସତ୍କାର

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ରାଜ୍ୟରେ ପ୍ରଥମ ଓମିକ୍ରନ୍‌ ମୃତ୍ୟୁ ବଲାଙ୍ଗିର ଜିଲ୍ଲାରେ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଜଣେ କୋଭିଡ୍‌ ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁର ୧୦ ଦିନ ପରେ ତାଙ୍କ ରିପୋର୍ଟ ଓମିକ୍ରନ ପଜିଟିଭ୍ ଆସିଛି। ତେବେ ସେ ଓମିକ୍ରନ୍ ଯୋଗୁ ପ୍ରାଣ ହରାଇଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନି। ଅନ୍ୟପକ୍ଷରେ ମହିଳା ଜଣଙ୍କ କୋଭିଡ୍ ପଜିଟିଭ୍ ହୋଇଥିବା ସତ୍ତ୍ୱେ କିପରି ତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଗଲା, ତାକୁ ନେଇ ବିରାଟ […]

Omicron

Omicron

Niharika Rout
  • Published: Thursday, 06 January 2022
  • Updated: 06 January 2022, 02:11 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ରାଜ୍ୟରେ ପ୍ରଥମ ଓମିକ୍ରନ୍‌ ମୃତ୍ୟୁ ବଲାଙ୍ଗିର ଜିଲ୍ଲାରେ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଜଣେ କୋଭିଡ୍‌ ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁର ୧୦ ଦିନ ପରେ ତାଙ୍କ ରିପୋର୍ଟ ଓମିକ୍ରନ ପଜିଟିଭ୍ ଆସିଛି। ତେବେ ସେ ଓମିକ୍ରନ୍ ଯୋଗୁ ପ୍ରାଣ ହରାଇଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନି। ଅନ୍ୟପକ୍ଷରେ ମହିଳା ଜଣଙ୍କ କୋଭିଡ୍ ପଜିଟିଭ୍ ହୋଇଥିବା ସତ୍ତ୍ୱେ କିପରି ତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଗଲା, ତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପରିବାର ଲୋକେ ମୃତଦେହ ପାଇବା ପରେ ଗାଁ ଲୋକଙ୍କ ସହ ମିଶି ତାଙ୍କର ସତ୍କାର କରିଥିଲେ। ଏଣୁ ସେଠାରେ କୋଭିଡ୍ ବିସ୍ଫୋରଣ ବା ଆହୁରି ବହୁ ଲୋକ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା ଆଶଙ୍କା ବଢ଼ିଛି।

ମୃତ ମହିଳାଙ୍କ ନାଁ ଇନ୍ଦିରା ନାୟକ। ତାଙ୍କ ଘର ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଡୁଙ୍ଗୁରିପାଲିରେ। ଡିସେମ୍ୱର ୨୦ ତାରିଖରେ ଇନ୍ଦିରା ହଠାତ୍ ଗାଁ ରାସ୍ତା ଉପରେ ପଡ଼ିଯାଇଥିଲେ। ସେଥିପାଇଁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ହୃଦଘାତର ଶିକାର ହୋଇଥିବା ଜଣାପଡ଼ିଥିଲା।  ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ୨୨ ତାରିଖରେ ବୁର୍ଲା ଭୀମସାରକୁ ରେଫର କରାଯାଇଥିଲା। ସେଠାରେ ତାଙ୍କର ସ୍ୱାବ ସଂଗ୍ରହ କରି କରୋନା ପରୀକ୍ଷା କରାଯାଇଥିଲା।

୨୩ ତାରିଖରେ ସେ କୋଭିଡ୍‌ ପଜିଟିଭ ଥିବା ଜଣାପଡ଼ିଥିଲା। ତା’ପରେ ସେ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ଜାଣିବା ପାଇଁ ନମୁନା ସଂଗ୍ରହ କରାଯାଇଥିଲା। ହେଲେ ଓମିକ୍ରନ ଟେଷ୍ଟ ରିପୋର୍ଟ ଆସିବା ପୂର୍ବରୁ ଡିସେମ୍ବର ୨୭ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଭୀମସାର କର୍ତ୍ତୃପକ୍ଷ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦେଇଥିଲେ। ସେମାନେ ମୃତଦେହକୁ ଗାଁକୁ ଆଣିବା ସହିତ ଗ୍ରାମବାସୀଙ୍କ ସହାୟତାରେ ଅନ୍ତିମ ସଂସ୍କାର କରିଥିଲେ।

ହେଲେ ଏବେ ପ୍ରଶ୍ନ ଉଠୁଛି ଯେ କରୋନା ଚିହ୍ନଟ ଜଣେ ମହିଳାଙ୍କ ମୃତଦେହ କିପରି ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଗଲା?  ଭୀମସାର କର୍ତ୍ତୃପକ୍ଷ କିପରି କୋଭିଡ୍ ଗାଇଡ୍‌ଲାଇନ୍‌କୁ ଭୁଲି ଗଲେ? ଏଥିଯୋଗୁ ଅନ୍ୟମାନେ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା ବଢ଼ିଛି।

ଅନ୍ୟପକ୍ଷରେ ବଲାଙ୍ଗିର ସିଡିଏମଓଙ୍କ ନିର୍ଦ୍ଦେଶରେ ଆଜି ଏକ ଟିମ୍‌ ଡୁଙ୍ଗୁରିପାଲି ଯାଇ କଣ୍ଟାକ୍ଟ ଟ୍ରେସିଂ ସହ ଟେଷ୍ଟିଂ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story