ସାବାଡ଼ ହେବେ ବିଲ୍‌ଡର୍‌, ଘର ଦେବାରେ ବିଳମ୍ୱ କଲେ ବାଜ୍ୟାପ୍ତି ହେବ ସମ୍ପତ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର ପାଇଁ ବିଲଡର୍‌ଙ୍କୁ ଟଙ୍କା ଦେଇ ଅନାଇ ବସିଥିବା ଲୋକଙ୍କ ପାଇଁ ଖୁସି ଖବର। କାରଣ ଖିଲାଫକାରୀ ବିଲଡର୍‌ଙ୍କୁ ସାବାଡ଼ କରିବାକୁ ଆସିଛି ନୂଆ ନିୟମ। ଏହା ଅନ୍ତର୍ଗତ ଖିଲାଫକାରୀ ବିଲଡର୍‌ଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିପାରିବ ରିଅଲ୍‌ ଇଷ୍ଟେଟ୍‌ ରେଗୁଲେଟୋରୀ ଅଥରିଟି(ରେରା)। ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅବସରପ୍ରାପ୍ତ ପ୍ରଫେସର ରେଖା ଦାସ ଜୀବନର ସଞ୍ଚିତ ଅର୍ଥରେ ଘର ଖଣ୍ଡେ କିଣିବାକୁ ଆଶା ରଖିଥିଲେ। ସେଥିପାଇଁ ସେ ୨୦୧୧ […]

gst 19 builder

gst 19 builder

Manoranjan Sial
  • Published: Thursday, 05 September 2019
  • Updated: 05 September 2019, 07:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର ପାଇଁ ବିଲଡର୍‌ଙ୍କୁ ଟଙ୍କା ଦେଇ ଅନାଇ ବସିଥିବା ଲୋକଙ୍କ ପାଇଁ ଖୁସି ଖବର। କାରଣ ଖିଲାଫକାରୀ ବିଲଡର୍‌ଙ୍କୁ ସାବାଡ଼ କରିବାକୁ ଆସିଛି ନୂଆ ନିୟମ। ଏହା ଅନ୍ତର୍ଗତ ଖିଲାଫକାରୀ ବିଲଡର୍‌ଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିପାରିବ ରିଅଲ୍‌ ଇଷ୍ଟେଟ୍‌ ରେଗୁଲେଟୋରୀ ଅଥରିଟି(ରେରା)। ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅବସରପ୍ରାପ୍ତ ପ୍ରଫେସର ରେଖା ଦାସ ଜୀବନର ସଞ୍ଚିତ ଅର୍ଥରେ ଘର ଖଣ୍ଡେ କିଣିବାକୁ ଆଶା ରଖିଥିଲେ। ସେଥିପାଇଁ ସେ ୨୦୧୧ ମସିହାରେ ଏଲ୍‌ଆଇସି କେୟାର ହୋମ୍‌ରେ ଅଗ୍ରୀମ ବାବଦକୁ ୯୦ ପ୍ରତିଶତ ଅର୍ଥାତ୍ ପ୍ରାୟ ୩୦ ଲକ୍ଷ ଟଙ୍କା ପଇଠ କରିଥିଲେ। ୨୦୧୩ ଶେଷ ସୁଦ୍ଧା ସେ ଘର ପାଇବା କଥା। କିନ୍ତୁ ୨୦୧୩ ଯାଇ ୧୯ ହୋଇଥିଲେ ମଧ୍ୟ ଏଯାଏଁ ଘର ପାଇ ନାହାନ୍ତି। କେବଳ ରେଖା ନୁହଁନ୍ତି, ତାଙ୍କ ଭଳି ଆଗୁଆ ଟଙ୍କା ଦେଇଥିବା ଅନେକ ଘର ଆଶାୟୀ ସମାନ ଦଶା ଭୋଗୁଛନ୍ତି। ବାରମ୍ବାର ଦୌଡ଼ିଲେ ମଧ୍ୟ ବିଲଡର୍‌ ଶୁଣୁନଥିବା ଅଭିଯୋଗ ହୋଇଛି। ଏବେ ସରକାର ଆଣିଥିବା ନୂଆ ନିୟମ ଘର କିଣାଳିଙ୍କୁ ଆଶ୍ୱସ୍ତ କରିବା ଆଶା କରାଯାଉଛି। ନୂଆ ନିୟମ ଅନ୍ତର୍ଗତ ବିଲଡର୍‌ ପ୍ରତିଶ୍ରୁତି ମୁତାବକ ଗ୍ରାହକଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଘର ନଦେଲେ ରିଅଲ୍‌ ଇଷ୍ଟେଟ୍‌ ରେଗୁଲେଟୋରୀ ଅଥରିଟି (ରେରା) ସଂପୃକ୍ତ ବିଲଡର୍‌ଙ୍କ ସଂପତ୍ତି ବ୍ୟାଜାପ୍ତି କରିପାରିବ।

ତେବେ ମିଳିଥିବା କ୍ଷମତାକୁ ରେରା କିଭଳି କଠୋର ଭାବେ ଉପଯୋଗ କରୁଛି, ଏବେ ତା’ ଉପରେ ସମସ୍ତଙ୍କ ନଜର ରହିଛି। ଟଙ୍କା ପୈଠ କରି ହଜାର ହଜାର ଲୋକ ଘର ପାଇଁ ଅପେକ୍ଷା କରିଥିବା ବେଳେ ଖିଲାପକାରୀ ବିଲଡର୍‌ଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ। ଅନ୍ୟପକ୍ଷରେ ଅଧିକାଂଶ ବିଲଡର୍‌ ନିଜ କାରବାରରେ ସ୍ୱଚ୍ଛତା ରଖୁଥିବା ବେଳେ ମାତ୍ର କେତେ ଜଣଙ୍କ ପାଇଁ ସମସ୍ତଙ୍କୁ ବଦନାମ ହେବାକୁ ପଡୁଥିବା ବିଲଡର୍‌ମାନେ କହିଛନ୍ତି। ନୂଆ ନିୟମ ଦ୍ୱାରା ସେମାନେ ସମ୍ମାନ ଫେରି ପାଇବେ ବୋଲି ବିଲଡର୍‌ମାନେ ଆଶା ରଖିଛନ୍ତି।

ଖିଲାପକାରୀ ବିଲଡର୍‌ଙ୍କୁ ସାବାଡ଼ କରିବାକୁ ଆଗରୁ ମଧ୍ୟ ଅନେକ ନିୟମ ହୋଇଛି। ତେବେ ଆଇନରେ ଗଳାବାଟ ଖୋଜି କିଛି ଲୋକ ଘର ଆଶାୟୀଙ୍କୁ ଠକି ଚାଲିଛନ୍ତି। ମାତ୍ର ରେରାକୁ ମିଳିଥିବା କ୍ଷମତା ଏଥିରେ କି ପରିବର୍ତ୍ତନ ଆଣିବ, ତାହା ସମୟ କହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story