ପତ୍ନୀଙ୍କୁ ୩୦୦ ଖଣ୍ଡ କରିଥିଲେ : ଆଜି ଅଦାଲତରେ ଏମିତି କଥା କହିଲେ କର୍ଣ୍ଣେଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ୭ ବର୍ଷ ତଳର ଲୋମଟାଙ୍କୁରା ହତ୍ୟା। ପତ୍ନୀକୁ ମାରି ୩ ଶହ ଖଣ୍ଡ କରିଥିଲେ ଅବସରପ୍ରାପ୍ତ ସେନା ଡାକ୍ତର। ରାଜଧାନୀରେ ସେଦିନର ସେହି ବର୍ବରତା ବିରୋଧରେ ଆଜି ଦଣ୍ଡବିଧାନ କରିଛନ୍ତି ଭୁବନେଶ୍ୱର କୋର୍ଟ। ବୟସର ଅପରାହ୍ନରେ ଅପରାଧ ଭିଆଇଥିବା ଲେଫ୍ଟନାଣ୍ଚ କର୍ଣ୍ଣେଲ୍ ସୋମନାଥ ପରିଡ଼ାଙ୍କୁ ହୋଇଛି ଆଜୀବନ ସଜା। ପାରିପାର୍ଶ୍ୱିକ ପ୍ରମାଣ, ୨୪ ସାକ୍ଷୀଙ୍କ ବୟାନ ଏବଂ ମେଡ଼ିକାଲ ରିପୋର୍ଟ ଆଧାରରେ ଭୁବନେଶ୍ୱର ସ୍ଥିତ ଜିଲ୍ଲା ଦୌରାଜଜ ଏହି ଦଣ୍ଡବିଧାନ କରିଛନ୍ତି। ତଥାପି କର୍ଣ୍ଣେଲ […]

7n0

7n0

Tapas Behera
  • Published: Tuesday, 25 February 2020
  • Updated: 25 February 2020, 08:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ୭ ବର୍ଷ ତଳର ଲୋମଟାଙ୍କୁରା ହତ୍ୟା। ପତ୍ନୀକୁ ମାରି ୩ ଶହ ଖଣ୍ଡ କରିଥିଲେ ଅବସରପ୍ରାପ୍ତ ସେନା ଡାକ୍ତର। ରାଜଧାନୀରେ ସେଦିନର ସେହି ବର୍ବରତା ବିରୋଧରେ ଆଜି ଦଣ୍ଡବିଧାନ କରିଛନ୍ତି ଭୁବନେଶ୍ୱର କୋର୍ଟ। ବୟସର ଅପରାହ୍ନରେ ଅପରାଧ ଭିଆଇଥିବା ଲେଫ୍ଟନାଣ୍ଚ କର୍ଣ୍ଣେଲ୍ ସୋମନାଥ ପରିଡ଼ାଙ୍କୁ ହୋଇଛି ଆଜୀବନ ସଜା।

ପାରିପାର୍ଶ୍ୱିକ ପ୍ରମାଣ, ୨୪ ସାକ୍ଷୀଙ୍କ ବୟାନ ଏବଂ ମେଡ଼ିକାଲ ରିପୋର୍ଟ ଆଧାରରେ ଭୁବନେଶ୍ୱର ସ୍ଥିତ ଜିଲ୍ଲା ଦୌରାଜଜ ଏହି ଦଣ୍ଡବିଧାନ କରିଛନ୍ତି। ତଥାପି କର୍ଣ୍ଣେଲ ସୋମନାଥ କହିଛନ୍ତି ସେ ନିର୍ଦ୍ଦୋଷ। ସଜା ଶୁଣାଇବା ପୂର୍ବରୁ କାଠଗଡ଼ାରେ ଛିଡ଼ା ହୋଇଥିବା ସୋମନାଥଙ୍କୁ ବିଚାରପତି ପ୍ରଥମେ ପଚାରିଥିଲେ ମାମଲାର ଆଜି ରାୟ ଶୁଣାଇବି। ଆପଣଙ୍କର କିଛି କହିବାର ଅଛି ? ସୋମନାଥ କହିଥିଲେ ମୁଁ ପୁରୁଣା ଫୌଜି ଅଫିସର । ଜୀବନରେ କେବେ ଲାଞ୍ଚ ନେଇନାହିଁ। IM INNOCENT। କିନ୍ତୁ ବିଚାରପତି ସଜା ଶୁଣାଇବା ପରେ କାଠଗଡ଼ାରେ କାନ୍ଦି ପକାଇଲେ ସୋମନାଥ।

୨୦୧୩, ଜୁନ୍ ୨୨ । ସାମ୍ନାକୁ ଆସିଥିଲା ଅବସରପ୍ରାପ୍ତ ମିଲିଟାରୀ ଡାକ୍ତର କର୍ଣ୍ଣେଲ ସୋମନାଥ ପରିଡ଼ାଙ୍କ ଚାଞ୍ଚଲ୍ୟକର ଅପରାଧ । ସହଧର୍ମିଣୀ ଉଷଶ୍ରୀ ପରିଡ଼ାଙ୍କୁ ନୟାପଲ୍ଲୀର ନିଜ ବାସଭବନରେ ଘରେ ହତ୍ୟା ପରେ କରିଦେଇଥିଲେ ୩ ଶହ ଖଣ୍ଡ । କିନ୍ତୁ ଅପରାଧ ସମ୍ପର୍କରେ କେହି ବି ଟେର୍ ପାଇନଥିଲେ ବି ଗୁମର ଫିଟାଇଥିଲା ସୋମନାଥଙ୍କ ଝିଅ ଲେଖାଙ୍କ ଫୋନ୍ କଲ୍ । ବାପା ସୋମନାଥଙ୍କୁ ଫୋନ୍ କରି ମାଙ୍କ ସହ କଥା ହେବାକୁ ଚାହିଁଥିଲେ। କିନ୍ତୁ ନା ନା ଆଳ କରି ମନା କରିବା ସହ ଝିଅ ଉପରେ ଉତକ୍ଷିପ୍ତ ହେଉଥିଲେ ସୋମନାଥ। ଏଥିରେ ସନ୍ଦେହ ହେବାରୁ ଝିଅ ଲେଖା ଭୁବନେଶ୍ୱରରେ ରହୁଥିବା ମାମୁଙ୍କୁ ଘରକୁ ପଠାଇଥିଲେ। ମାମୁ ଆସି ପହଞ୍ଚିଲା ବେଳକୁ ଦୁର୍ଗନ୍ଧରେ ଫାଟି ପଡ଼ୁଥିଲା ସାରା ଘର ।

ଶେଷରେ ପୁଲିସକୁ ଡକାଇଥିଲେ ସେ । ଆଉ ପୁଲିସ ପହଞ୍ଚିଲା ପରେ ସାମ୍ନାକୁ ଆସିଲା କଲିଜା ଥରା ଦୃଶ୍ୟ। ଉଷଶ୍ରୀଙ୍କ ଖଣ୍ଡ ବିଖଣ୍ଡିତ ଶରୀରକୁ ୨୧ଟି ଷ୍ଟିଲ ଡବା, ଦୁଇଟି ବଡ଼ ବାକ୍ସରେ ଭର୍ତ୍ତି କରି ରଖାଯାଇଥିଲା । ତା’ସହ ଘଟଣାସ୍ଥଳରେ ପଡ଼ିରହିଥିଲା ଆରି, କରତ ଇତ୍ୟାଦି। ଏପରିକି ଫିନାଇଲ୍ ଏବଂ ଏସିଡ୍ ବି ରଖାଯାଇଥିଲା। ତାହାରି ଭିତରେ ଏକାକୀ ରହୁଥିଲେ ସୋମନାଥ। ଶେଷରେ ସୋମନାଥଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ୭ ବର୍ଷ ପରେ ୨୪ ସାକ୍ଷୀଙ୍କ ବୟାନ ଏବଂ ଏକାଧିକ ତଥ୍ୟ ପ୍ରମାଣ ଆଧାରରେ ଆଜୀବନ ସଜା ଶୁଣାଇଛନ୍ତି କୋର୍ଟ। ତେବେ ଅପରାଧ ପଛରେ ସୋମନାଥଙ୍କ ହାତ ଥିବା ସ୍ପଷ୍ଟ ହୋଇଛି ସତ। କିନ୍ତୁ ଉଦ୍ଦେଶ୍ୟ କଣ, ତାହା ହୁଏତ ଉଷଶ୍ରୀଙ୍କ ଛଡ଼ା ଆଉ କେହି ଜାଣିନାହାଁନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story