ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ସହ ଜଡ଼ିତ ରଙ୍ଗଶାଳା ରକ୍ଷା ପାଇଁ ପ୍ରଶାସନର ଉଦ୍ୟମକୁ ଜୋରଦାର ଝଟ୍କା ଲାଗିଛି। ରୂପେଶ ଭଦ୍ରଙ୍କ ରଙ୍ଗଶାଳାକୁ ନଭାଙ୍ଗି ଜନହିତ କାର୍ଯ୍ୟରେ ଲଗାଇବାକୁ ଯାଜପୁର ଜିଲ୍ଲାପାଳ ରାଜସ୍ୱ ବିଭାଗକୁ ଅନୁମତି ଲୋଡ଼ିଥିଲେ। ହେଲେ ଏହାକୁ ଅଗ୍ରାହ୍ୟ କରିଦେବା ସହ ରାଜସ୍ୱ ବିଭାଗ ପରୋକ୍ଷରେ ଜିଲ୍ଲାପାଳଙ୍କ ଉପରେ ବିରକ୍ତ ମଧ୍ୟ ହୋଇଛନ୍ତି।
ଜିଲ୍ଲାପାଳଙ୍କୁ ଚିଠି କରି ରାଜସ୍ୱ ବିଭାଗ ସ୍ପଷ୍ଟ କରିଛି ଯେ ଏଭଳି ଜବରଦଖଲ ସଂପତ୍ତିର କୌଣସି ବିକଳ୍ପ ବ୍ୟବହାରର ବ୍ୟବସ୍ଥା ଆଇନ୍ରେ ନାହିଁ । ଏପରିକି ସାଧାରଣତଃ କୌଣସି ଜିଲ୍ଲାପାଳ ଏନେଇ ସ୍ପଷ୍ଟୀକରଣ ମାଗନ୍ତି ନାହିଁ ବୋଲି ବିଭାଗ ଲେଖିଛି।
ବିନା କୌଣସି ସ୍ପଷ୍ଟୀକରଣରେ ଏଭଳି ସଂପତ୍ତି ଜବରଦଖଲ ମୁକ୍ତ କରିବା ଜରୁରୀ ବୋଲି ବିଭାଗ ସ୍ପଷ୍ଟ କରିଛି। ତେବେ ଜବରଦଖଲ ହେବାକୁ ଥିବା କୋଠାରେ ସ୍ମିତାରାଣୀଙ୍କ ମୃତ୍ୟୁ ଘଟିଥିବାରୁ, ପ୍ରମାଣ ନଷ୍ଟ ହେବା ଆଶଙ୍କା ଥିବାରୁ ଏହାକୁ ଭାଙ୍ଗିବା ପୂର୍ବରୁ କୋର୍ଟ କିମ୍ବା ତଦନ୍ତକାରୀ ସଂସ୍ଥାର ପରାମର୍ଶ ନେଇ ତୁରନ୍ତ ପଦକ୍ଷେପ ନେବାକୁ ବିଭାଗ ସ୍ପଷ୍ଟ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ, କଟାକ୍ଷ କଲା ବିଜେପି
ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିର ଏହା ପ୍ରଥମ ସମାବେଶ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ଯୋଗଦେଲେ ସମସ୍ତ ବିଧାୟକ, ସାଂସଦ ଓ ବରିଷ୍ଠ ନେତା। ନାଟକ କରୁଛନ୍ତି କହିଲା ବିଜେପି।
Crime
୨ ବିଜେପି କର୍ମୀଙ୍କ ମୃତ୍ୟୁ ଘଟଣା; ଦୁର୍ଘଟଣା ନୁହେଁ ତାହା ସୁଚିନ୍ତିତ ହତ୍ୟାକାଣ୍ଡ- ଏସ୍ପି
ଆଜି ସନ୍ଧ୍ୟା ସୁଦ୍ଧା଼ ପୂରା ଘଟଣା ଉପରୁ ପରଦା ହଟିବ ଓ ଏହି ହତ୍ୟାକାଣ୍ଡ ପଛରେ କେଉଁମାନେ ଅଛନ୍ତି ତଥା ସେମାନଙ୍କ ଉଦ୍ଦେଶ୍ୟ କ’ଣ ତାହା ସର୍ବସମ୍ମୁଖକୁ ଆସିବ ବୋଲି କହିଛନ୍ତି ଏସ୍ପି।
Accident
ଗଛରେ ପିଟିହେଲା ବାଇକ୍, ଆଖି ବୁଜିଲେ ପିଜି ଛାତ୍ର
ୟୁନିଭରସିଟି ପରିସରରେ ଗଛରେ ପିଟିହେଲା ବାଇକ୍। ବାଇକ୍ରୁ ଛିଟିକି ପଡ଼ିଗଲେ ଛାତ୍ର। ଆଉ ଘଟଣାସ୍ଥଳରେ ଚାଲିଗଲା ଜୀବନ।
Crime
ଉଜୁଡ଼ିଗଲା ଫସଲ; ହୃଦଘାତରେ ଟଳି ପଡ଼ିଲେ ଚାଷୀ
ଦାଉ ସାଧିଲା ଅଦିନିଆ ବର୍ଷା । ଉଜୁଡ଼ିଗଲା ଫସଲ। ବର୍ଷ ଯାକର ପରିଶ୍ରମ ପାଣିରେ ପଡ଼ିଲା। ଏହା ଦେଖି ସହ୍ୟ କରିବା କଷ୍ଟକର ହେଲା ଆଉ ଶେଷରେ ହୃଦଘାତରେ ଟଳି ପଡ଼ିଲେ ଚାଷୀ।
Education
ଧନୁଯାତ୍ରା ପାଇଁ ବରଗଡ଼ରେ ବଦଳିଲା ସ୍କୁଲ, କଲେଜ ସମୟ
ସମ୍ଭାବ୍ୟ ଭିଡ ଏବଂ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ବରଗଡ ଜିଲା ଶିକ୍ଷା ବିଭାଗ ଆସନ୍ତା ୬ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ମଥୁରାନଗରୀରେ ରହିଥିବା ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢା ସମୟକୁ ପରିବର୍ତ୍ତନ କରିଛି।