ଗୋଷ୍ଠୀ ସଂକ୍ରମଣ ଆଶଙ୍କା: ୱାର୍ଡ କମିଟି ଗଠନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ବୃଦ୍ଧି ପାଉଥିବା ବେଳେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର ନିଜର ସର୍ଭେଲାନ୍ସ ସିଷ୍ଟମକୁ ସୁଦୃଢ଼ କରିବାକୁ ପଦକ୍ଷେପ ନେଇଛନ୍ତି। ତୁରନ୍ତ ୱାର୍ଡସ୍ତରୀୟ କମିଟି ଗଠନ କରି କୋଭିଡ୍ ସଂକ୍ରମଣ ଉପରେ ନଜର ରଖିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ କରୋନା ସଂକ୍ରମଣକୁ ନିୟନ୍ତ୍ରଣ ନିମନ୍ତେ ଜିଲ୍ଲାଗୁଡ଼ିକ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାକୁ ଜିଲ୍ଲାପାଳମାନଙ୍କୁ […]

coro

coro

Manoranjan Sial
  • Published: Wednesday, 03 June 2020
  • Updated: 03 June 2020, 10:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ବୃଦ୍ଧି ପାଉଥିବା ବେଳେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର ନିଜର ସର୍ଭେଲାନ୍ସ ସିଷ୍ଟମକୁ ସୁଦୃଢ଼ କରିବାକୁ ପଦକ୍ଷେପ ନେଇଛନ୍ତି। ତୁରନ୍ତ ୱାର୍ଡସ୍ତରୀୟ କମିଟି ଗଠନ କରି କୋଭିଡ୍ ସଂକ୍ରମଣ ଉପରେ ନଜର ରଖିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ କରୋନା ସଂକ୍ରମଣକୁ ନିୟନ୍ତ୍ରଣ ନିମନ୍ତେ ଜିଲ୍ଲାଗୁଡ଼ିକ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।

ଆଜି ସନ୍ଧ୍ୟାରେ ସମସ୍ତ ଜିଲ୍ଲାପାଳ ଓ ପୁଲିସ ଏସପିମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି ଯେ, କରୋନା ବିରୁଦ୍ଧ ଲଢ଼େଇରେ ଆମ ସମସ୍ତଙ୍କ ପାଇଁ ଜୁନ୍ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ। ଦେଶର ବିଭିନ୍ନ ଭାଗରୁ ପ୍ରାୟ ସାଢ଼େ ୪ଲକ୍ଷ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସରକାରୀ କ୍ୱାରେଣ୍ଟାଇନ ଶେଷ କରି ‘ହୋମ୍ କ୍ୱାରେଣ୍ଟାଇନ’ରେ ରହିଛନ୍ତି। ସେମାନଙ୍କ ଉପରେ କଡ଼ା ନଜର ରଖିବାର ଆବଶ୍ୟକତା ରହିଛି। ତେଣୁ ଜିଲ୍ଲାପାଳମାନେ ୱାର୍ଡସ୍ତରରେ କମିଟି ଗଠନ କରି ଗୋଷ୍ଠୀ ସର୍ଭିଲାନ୍ସ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସେ ପରାମର୍ଶ ଦେଇଛନ୍ତି। ଲୋକମାନଙ୍କ ସକ୍ରିୟ ଭାଗିଦାରୀରେ ହିଁ କରୋନା ସଂକ୍ରମଣକୁ ରୋକାଯାଇପାରିବ। କ୍ୱାରେଣ୍ଟାଇନ ନିୟମରେ କୌଣସି ପ୍ରକାର କୋହଳ ନକରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜୀବନଜୀବିକା ପାଇଁ କୋହଳ ହୋଇଥିବା ନିୟମକୁ ନେଇ ଲୋକମାନେ ଯେଭଳି ‘ସାମାଜିକ ଦୂରତ୍ୱ’କୁ ନେଇ ଦ୍ୱନ୍ଦ୍ୱରେ ନରହିବେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।

ସେହିପରି ଉନ୍ନୟନ କମିଶନର ସୁରେଶ ମହାପାତ୍ର କହିଥିଲେ ଯେ ପ୍ରତ୍ୟେକ ଜିଲ୍ଲା ନିଜସ୍ତରରେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ନିଜସ୍ୱ ରଣନୀତି ପ୍ରସ୍ତୁତ କରିବା ଉଚିତ୍। ବୟସ୍କ ଲୋକ ଓ ଅସୁସ୍ଥ ଲେକାମାନଙ୍କ ସୁରକ୍ଷା ପାଇଁ ଜିଲ୍ଲାପାଳମାନେ ବ୍ୟାପକ ସଚେତନା କାର୍ଯ୍ୟକ୍ରମ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ସେହିପରି ପୁଲିସ ଡିଜି ଅଭୟ ଜିଲ୍ଲା ଏସପିମାନଙ୍କୁ ନିର୍ଦ୍ଦେଶ ଦେଇ ୫ଟି ଦିଗ ଉପରେ କଡ଼ାକଡ଼ି ନଜର ରଖିବାକୁ କହିଛନ୍ତି। ମାସ୍କ ପିନ୍ଧିବା, ୧୧ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ , ରାତ୍ରିକାଳୀନ କର୍ଫ୍ୟୁ , ବିବାହ ଓ ଅନ୍ତେଷ୍ଟି କ୍ରିୟାରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଏବଂ ଯେଉଁ ସ୍ଥାନ ପ୍ରତି ଲୋକମାନେ ବେଶୀ ଆକୃଷ୍ଟ ହେଉଛନ୍ତି ସେଗୁଡ଼ିକ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ ଏସପିମାନଙ୍କୁ ତାଗିଦ୍ କରିଛନ୍ତି। ବିନା କାରଣରେ ବାହାରକୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ସେହିପରି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଜିଲ୍ଲାପାଳମାନଙ୍କୁ ଏସଓପି ଅନୁସାରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ କ୍ୱାରେଣ୍ଟାଇନ କେନ୍ଦ୍ରର ଗୁଣାତ୍ମକ ପରିଚାଳନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ସରକାରୀ କ୍ୱାରେଣ୍ଟାଇନ ଶେଷ କରୁଛନ୍ତି ସେମାନଙ୍କୁ ଡିସଚାର୍ଜ ସାର୍ଟିଫିକେଟ୍ ତୁରନ୍ତ ଦେଲେ ସେମାନଙ୍କୁ ସମାଜରେ କୌଣସି ସମସ୍ୟା ଭୋଗିବାକୁ ପଡ଼ିବ ନାହିଁ ବୋଲି ଶ୍ରୀ ଜେନା ଜିଲ୍ଲାପାଳମାନଙ୍କୁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story