ପୋଲ ତଳକୁ ଖସିପଡ଼ିଲା ବରଯାତ୍ରୀ ଗାଡ଼ି: ତା’ପରେ…

ଭବାନୀପାଟଣା(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ସଦରଥାନା ଅନ୍ତର୍ଗତ ଖଇରମାଲ ନିକଟରେ ପୋଲ ତଳକୁ ଖସି ପଡ଼ିଲା ବରଯାତ୍ରୀ ଗାଡ଼ି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ବରର ବାପା ଓ ମାମୁଁ। ଆହତମାନଙ୍କୁ  ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ରାୟପୁରରୁ ବରଯାତ୍ରୀ ନେଇ ଗାଡ଼ିଟି  ଭବାନୀପାଟଣା ଆସୁଥିଲା। ଆଜି ଭବାନୀପାଟଣା ଅରକାବାହାଲିପଡ଼ାରେ ଆଜି ବାହାଘର ଥିଲା।