ଆସନ୍ତାକାଲିଠୁ ବାଇକ୍ ଆରୋହୀ ସାବଧାନ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ସତର୍କ ହୋଇଯା’ନ୍ତୁ ବାଇକ ଚାଳକ। ବାଧ୍ୟ ହେବ ଡବଲ ହେଲମେଟ । ନୂଆବର୍ଷରୁ ରାଜ୍ୟରେ ଏହି ନୂଆ ନିୟମ ଲାଗୁ ହେବା ସହ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ଏନେଇ ରାଜ୍ୟ ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ସେ କହିଛନ୍ତି, ବାଇକ ପଛରେ ବସୁଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ଜରୁରୀ। ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିନଥିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । […]

helmet-checking

helmet-checking

Madhupriya Mistry
  • Published: Thursday, 31 December 2020
  • Updated: 31 December 2020, 02:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ସତର୍କ ହୋଇଯା’ନ୍ତୁ ବାଇକ ଚାଳକ। ବାଧ୍ୟ ହେବ ଡବଲ ହେଲମେଟ । ନୂଆବର୍ଷରୁ ରାଜ୍ୟରେ ଏହି ନୂଆ ନିୟମ ଲାଗୁ ହେବା ସହ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ଏନେଇ ରାଜ୍ୟ ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ବାଇକ ପଛରେ ବସୁଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ଜରୁରୀ। ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିନଥିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆସନ୍ତାକାଲି ଠାରୁ ଯଦି କୌଣସି ବାଇକ ଚାଳକଙ୍କ ହେଲମେଟ ନଥାଏ ତେବେ ଚେକିଂ ସମୟରେ ଗାଡିର ଅନ୍ୟ ସବୁ କାଗଜପତ୍ରକୁ ମଧ୍ୟ ଯାଂଚ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ସୁପ୍ରିମକୋର୍ଟଙ୍କ ରୋଡ ସେଫ୍ଟି କମିଟିଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ବାଇକ ଚାଳକ ଏବଂ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ଦ୍ୱାରା ହିଁ ରାଜ୍ୟରେ ଦୁର୍ଘଟଣା ହାର କମିବ । ଦୁଇ ଚକିଆ ଯାନରେ ଦୁର୍ଘଟଣା ହେବା ଆଶଙ୍କା ଅଧିକ ରହିଛି ।

ଅଧିକ ପଢ଼ନ୍ତୁ : ଆଜି ସାରା ରାଜ୍ୟରେ ‘ନାଇଟ କର୍ଫ୍ୟୁ’

ହେଲମେଟ ନ ପିନ୍ଧି, ମଦ ପିଇ ଦ୍ରୁତ ଗତିରେ ଗାଡି ଚଳାଇବା ଦ୍ୱାରା ଅଧିକାଂଶ ଦୁର୍ଘଟଣା ହେଉଛି । ଏହାକୁ କମାଇବା ପାଇଁ ନୂଆବର୍ଷରେ କଡାକଡି ଭାବେ ଏହି ନିୟମକୁ କାର୍ଯ୍ୟକାରୀ କରାଯିବ । ଆମେ ମାନିଲେ ହିଁ ଦେଶରେ ଦୁର୍ଘଟଣା ହାର କମିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story